Haunted: ଟସର ସୂତା ୟୁନିଟ୍ ‘ଭୂତକୋଠି’: ଦୁର୍ଦ୍ଦିନରେ ଚାଷୀ ଓ ଶ୍ରମିକ ଖତ ଖାଉଛି ମେସିନ୍
"ନୂଆପଡ଼ା (ଅଶ୍ବିନୀ କୁମାର ପାଣିଗ୍ରାହୀ): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଲଖନା ଟସର ସୂତା ୟୁନିଟ୍ରେ ତାଲା ଝୁଲୁଛି।
ଗତ ୧୫ ବର୍ଷ ହେଲା ଟସର ସୂତା ୟୁନିଟ୍ ଭୂତକୋଠି ପାଲଟିଛି।
ମେସିନ୍ ସବୁ କଳଙ୍କି ଲାଗି ସାରିଛି।
ଫଳରେ ଶ୍ରମିକ ଓ ଚାଷୀ ରୋଜଗାର ହରାଇ ଅଭାବରେ ଜୀବନ ବିତାଉଛନ୍ତି।
ପ୍ରକାଶ ଯେ, ଲଖନା ଜୟଲକ୍ଷ୍ମୀ ଟସର ପୋକ ପାଳନ କପୋରେଟିଭ ସମିତି(ଟିଆଇସିଏସ୍)ରେ ଉନ୍ନତ ମାନର ଓ ଆବଶ୍ୟକ ପରିମାଣ ଟସର ଉତ୍ପାଦନ ପାଇଁ ଲକ୍ଷାଧିକ ମୂଲ୍ୟର ସୂତା ୟୁନିଟ୍ ମେସିନ୍ ବସିଥିଲା।
ଏଥିରେ ଲଖନା ଅଞ୍ଚଳର ୧୦ଜଣ ମହିଳା ରୋଜଗାର ପାଇଥିଲେ।Advertisment Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ ଘର ପାଖରେ କାମ ଓ ରୋଜଗାର ପାଇ ଖୁସିରେ ପରିବାର ଚଳୁଥିଲା।
ଆଗକୁ ବି ବର୍ଷ ବର୍ଷ ଧରି ରୋଜଗାର କରି ସ୍ବାବଲମ୍ବୀ ହେବେ ବୋଲି ମହିଳାମାନେ ଆଶା ବନ୍ଧିଥିଲେ।
କିନ୍ତୁ ବର୍ଷେ ଚାଲିବା ପରେ କଞ୍ଚାମାଲ ଅଭାବରୁ ମେସିନ୍ ବନ୍ଦ ହୋଇଗଲା।
ମହିଳାମାନେ ରୋଜଗାର ହରାଇ ଦୁର୍ଦ୍ଦିନରେ ପରିବାର ପ୍ରତିପୋଷଣ କରୁଛନ୍ତି।
ଅନେକ ମହିଳା ଓ ପୁରୁଷ କାମଧନ୍ଦା ଅଭାବରୁ ଦାଦନ ଯିବାକୁ ବାଧ୍ୟ ହୋଇଛନ୍ତି।
ଏନେଇ ଅଞ୍ଚଳର ଶ୍ରମିକମାନେ ଅନେକ ଥର ଟସର ସୂତା ୟୁନିଟ୍ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ ବି ଏଯାଏଁ କୌଣସି ସୁଫଳ ମିଳିନଥିଲା।
ଏବେ ଲଖନା ଟସର ସୂତା ୟୁନିଟ୍ ଭୂତକୋଠି ପାଳିଟିଥିବାବେଳେ ମେସିନ୍ ସବୁ ଖତ ଖାଉଛି।
ଏବେ ବି ସୂତା ୟୁନିଟ୍ ଚାଲିଲେ ଅଞ୍ଚଳର ମହିଳାମାନେ ରୋଜଗାର ପାଇବେ।
ଏହାଦ୍ବାରା ଦାଦନ ଚାଲାଣ ରୋକାଯାଇ ପାରିବ ବୋଲି ମହିଳାମାନେ କହିଛନ୍ତି।
ଏହି ଅଞ୍ଚଳରେ ଟସର ଚାଷରେ ମହିଳାଙ୍କୁ ନିୟୋଜିତ କରିବା ପାଇଁ ତାଲିମଦାତା କି ପ୍ରେରଣା ଦେବାକୁ କେହି ନାହାନ୍ତି।
ଫଳରେ ଟସର ଚାଷର ବିକାଶ ସମ୍ଭବ ହେଉନି।
ଏହି ଦୁଇ ସମିତିରେ ଜଣେ ଲେଖାଏଁ ଟେକ୍ନିକାଲ ଇନ୍ସପେକ୍ଟର ନିୟୋଜିତ ହେବା କଥା।
କିନ୍ତୁ ବର୍ଷ ବର୍ଷ ଧରି ପଦ ଖାଲି ପଡ଼ିଛି।
ଦୁଇ ସମିତିରେ ଜଣେ ଲେଖାଏଁ ଆଟେଣ୍ତାଣ୍ଟ, ପିଅନ ଓ ରାତ୍ର ଜଗୁଆଳି ନିୟୋଜିତ ହେବାର ନିୟମ ରହିଛି।
କିନ୍ତୁ ସବୁ ପଦ ଖାଲି।
Horoscope 2026 August 25: ଜାଣନ୍ତୁ ଆଜିର ରାଶିଫଳ...
ଫଳରେ ଅଫିସ କାମ ସଂପୂର୍ଣ୍ଣ ଠପ୍।
ଅଫିସରେ ଅଧିକାରୀ କି ଜଣେ ବି ନିୟମିତ କର୍ମଚାରୀ ନିଯୁକ୍ତ ହୋଇନଥିବାରୁ ଟସର ଚାଷର ଉନ୍ନତି ସମ୍ଭବ ହେଉନାହିଁ।
ଏଣୁ ଟସର ଚାଷ, ଚାଷୀ ଓ ଶ୍ରମିକଙ୍କୁ ରୋଜଗାର ଓ ସ୍ବାବଲମ୍ବୀ କରିବା ପାଇଁ ଲଖନା ସୂତା ୟୁନିଟ୍କୁ ପୁନଃକାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଛି।
ଏନେଇ ଲଖନା ଟସର ସମିତି ସମ୍ପାଦକଙ୍କୁ ପଚାରିବାରୁ ଟସର ସୂତା ୟୁନିଟ୍କୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଜଣାଇ ଦେଇଛୁ।
ସେଠାରୁ ନିର୍ଦ୍ଦେଶ ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
