Hardik Pandya: ପାଣ୍ଡ୍ୟାଙ୍କୁ ନେବାକୁ ୭ ଫ୍ରାଞ୍ଚାଇଜ୍ ଆଗ୍ରହୀ
ନୂଆଦିଲ୍ଲୀ: ୨୦୨୬ ଆଇପିଏଲ୍ରେ ୫ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ପରେ ଏହାର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଦଳ ଛାଡ଼ିବାକୁ ପ୍ରାୟତଃ ନିଷ୍ପତ୍ତି ନେଇ ଯାଇଛନ୍ତି। ଅଲ୍ରାଉଣ୍ଡର ହାର୍ଦିକଙ୍କ ଏହି ନିଷ୍ପତ୍ତି ପରେ ତାଙ୍କର ଚାହିଦା ବଢ଼ିଯାଇଛି। ୩୨ ବର୍ଷୀୟ ହାର୍ଦିକଙ୍କୁ ନିଜ ଦଳରେ ନେବାକୁ ଏବେ ୭ ଫ୍ରାଞ୍ଚାଇଜ୍ ଆଗ୍ରହୀ ଥିବା ଜଣାପଡ଼ିଛି। ତାଙ୍କୁ ନେବାକୁ କେବଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ରାଇଜ୍ ହାଇଦ୍ରାବାଦ ଆଗ୍ରହୀ ନାହାନ୍ତି। କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସନ୍ଧାନରେ ଥିବାରୁ ସେମାନେ ପ୍ରଥମେ ପାଣ୍ଡ୍ୟାଙ୍କୁ ନେବାକୁ ଆଗ୍ରହ ଦେଖଇଥିଲା ବେଳେ ଏବେ ଏଥିରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଯୋଡ଼ି ହୋଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ଯୁଗ ଶେଷ ହେବାକୁ ଥିବାରୁ ପାଣ୍ଡ୍ୟାଙ୍କୁ ଦଳରେ ନେବାକୁ ସିଏସ୍କେ ଚିନ୍ତା କରୁଛି।
ଆହୁରି ପଢ଼ନ୍ତୁ: କ୍ୟାବିନ ବ୍ୟାଗ୍ ସହ ଇଣ୍ଡିଗୋର ନୂଆ ସୁଲଭ ଟିକସ ବ୍ୟବସ୍ଥା
ଅଧିକ ଦେଖନ୍ତୁ: