High Alert For Rain ଲଗାଣ ବର୍ଷା: ରାଜ୍ୟର ସମସ୍ତ ପୌରାଞ୍ଚଳରେ ହାଇ ଆଲର୍ଟ, ସକ୍ରିୟ ହେଲା ସହର ସାଥୀ-୧୯୨୯ ହେଲ୍‌ପଲାଇନ୍‌

Jul 01, 2026 - 17:00
High Alert For Rain ଲଗାଣ ବର୍ଷା: ରାଜ୍ୟର ସମସ୍ତ ପୌରାଞ୍ଚଳରେ ହାଇ ଆଲର୍ଟ, ସକ୍ରିୟ ହେଲା ସହର ସାଥୀ-୧୯୨୯ ହେଲ୍‌ପଲାଇନ୍‌

"ଭୁବନେଶ୍ୱର:  ରାଜ୍ୟରେ ଲଗାଣ ମୌସୁମୀଜନିତ ଲଗାଣ ବର୍ଷା ଜାରି ରହିଛି।

ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିରହିବା ଆଶଙ୍କା ସୃଷ୍ଟି ହୋଇଛି।

ଏହାକୁ ଦୃଷ୍ଟିରେ ରଖି ସମସ୍ତ ପୌରାଞ୍ଚଳ (ୟୁଏଲ୍‌ବି)କୁ ସତର୍କ (ହାଇ ଆଲର୍ଟ) ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଜନସାଧାରଣଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ସହରାଞ୍ଚଳ ଅଭିଯୋଗ ନିବାରଣ ହେଲ୍‌ପଲାଇନ "ସହର ସାଥୀ-୧୯୨୯"କୁ ସକ୍ରିୟ କରାଯାଇଛି ।

ଜଳବନ୍ଦୀ, ଡ୍ରେନେଜ୍‌ ସମସ୍ୟା କିମ୍ବା ଅନ୍ୟାନ୍ୟ ନାଗରିକ ସମସ୍ୟା ନେଇ ଲୋକେ ଏହି ହେଲ୍‌ପଲାଇନରେ ଅଭିଯୋଗ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।Advertisment ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ ଏନେଇ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଏକ ପରାମର୍ଶ ଜାରି କରିଛି ।

ଚିହ୍ନଟ ହୋଇଥିବା ହଟ୍‌ସ୍ପଟ୍‌ ଓ ନିମ୍ନାଞ୍ଚଳରେ ଜଳବନ୍ଦୀ ଏବଂ ଜଳ ଜମିବାକୁ ରୋକିବା ପାଇଁ ସମସ୍ତ ପ୍ରତିଷେଧକ ପଦକ୍ଷେପ ନେବାକୁ କୁହାଯାଇଛି ।

ବିଭାଗ ପକ୍ଷରୁ ସମସ୍ତ ୟୁଏଲ୍‌ବିକୁ ଚବିଶ ଘଣ୍ଟିଆ ପରିସ୍ଥିତି ନିରୀକ୍ଷଣ, ରାପିଡ୍ ଆକ୍ସନ ଟିମ୍‌ଗୁଡ଼ିକୁ ପୂର୍ଣ୍ଣ ସକ୍ରିୟ ରଖିବା, ପମ୍ପ ଓ ଡି-ୱାଟରିଂ ଉପକରଣକୁ କାର୍ଯ୍ୟକ୍ଷମ ରଖିବା ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି।

ପୌର ଅଧିକାରୀ, ଯନ୍ତ୍ରୀ ଏବଂ ପରିମଳ କର୍ମଚାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ବଢ଼ାଇ ଜଳ ଜମିବା, ନାଳ ଅବରୋଧ, ସମସ୍ୟା ଓ ଗଛ ଉପୁଡ଼ିବା ଭଳି ଘଟଣାର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ବିଏମସିର ଅଭିଯାନ ରାଜ୍ୟରେ ବର୍ଷାଜନିତ ସ୍ଥିତି ଉପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିରନ୍ତର ନଜର ରଖିଥିବାବେଳେ ସହରାଞ୍ଚଳବାସୀଙ୍କ ସୁରକ୍ଷା ଏବଂ ନିରବଚ୍ଛିନ୍ନ ନାଗରିକ ସେବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ବିଭାଗ ସ୍ପଷ୍ଟ କରିଛି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟାଳୟରୁ ଜାରି ସୂଚନାନୁସାରେ, ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ବର୍ଷାଋତୁରେ ନାଗରିକଙ୍କ ସୁରକ୍ଷା ଓ ନିରବଚ୍ଛିନ୍ନ ନାଗରିକ ସେବା ଯୋଗାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।

ତେଣୁ ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମସ୍ତ ପୌରପ୍ରଶାସନ ସଜାଗ ଓ ସତର୍କ ରହିବା ଆବଶ୍ୟକ ।"