Harassment: ୮୩ ଜଣ ମହିଳା ସାଂସଦଙ୍କ ଡିପଫେକ୍ ଫଟୋ ଅନଲାଇନରେ: ପ୍ୟାରିସ୍ ହିଲଟନଙ୍କ ଖୁଲାସା ନେଇ ଆଲୋଡନ

Nov 18, 2026 - 16:06
Harassment: ୮୩ ଜଣ ମହିଳା ସାଂସଦଙ୍କ ଡିପଫେକ୍ ଫଟୋ ଅନଲାଇନରେ: ପ୍ୟାରିସ୍ ହିଲଟନଙ୍କ ଖୁଲାସା ନେଇ ଆଲୋଡନ

ୱାସିଂଟନ: ଅନଲାଇନ୍ ଯୌନ ଉତ୍ପୀଡ଼ନ ଏବଂ ସହମତି ବିନା ଅଶ୍ଳୀଳ ଚିତ୍ର ବିଷୟବସ୍ତୁ ବା ଡିପଫେକ୍ ପ୍ରସଙ୍ଗ ପୁଣି ଥରେ ଆମେରିକାରେ ଶିରୋନାମରେ ରହିଛି।

ମଡେଲ୍ ଏବଂ ରିଆଲିଟି ଟିଭି ଷ୍ଟାର ପ୍ୟାରିସ୍ ହିଲଟନ ଏକ ବଡ଼ ଖୁଲାସା କରି ଦାବି କରିଛନ୍ତି ଯେ, ଆମେରିକା କଂଗ୍ରେସର ୧୫୬ ମହିଳା ସଦସ୍ୟଙ୍କ ମଧ୍ୟରୁ ୮୩ ଜଣଙ୍କ ଅଶ୍ଳୀଳ ଡିପଫେକ୍ ଚିତ୍ର ବର୍ତ୍ତମାନ ଅନଲାଇନରେ ଉପଲବ୍ଧ ହେଉଛି।

ହିଲଟନ ଗଣମାଧ୍ୟମ ସିଏନଏନର କାର୍ଯ୍ୟକ୍ରମ 'ଦି ଲିଡ୍'ରେ ଆଙ୍କର ଜେକ୍ ଟାପରଙ୍କ ସହ ଆଲୋଚନା ସମୟରେ ଏହାର ଖୁଲାସା କରିଛନ୍ତି।

Advertisment ହିଲଟନ ଡେଫିଆନ୍ସ ଆକ୍ଟ ପାସ୍ କରିବା ପାଇଁ ଆମେରିକାର ପ୍ରତିନିଧି ସଭାରେ ଲବି କରୁଛନ୍ତି।

ଏହି ବିଲ୍‌ର ଲକ୍ଷ୍ୟ ହେଉଛି ଅନଲାଇନରେ ସହମତି ବିନା ଯୌନ ଚିତ୍ର ଏବଂ ଡିପଫେକ୍ ବିଷୟବସ୍ତୁ ସୃଷ୍ଟି ଏବଂ ସେୟାରିଂକୁ ରୋକିବା।

ଏହି ପ୍ରସ୍ତାବିତ ସଂଘୀୟ ବିଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କିମ୍ବା ଅନ୍ୟ କୌଣସି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବିନା ଅନୁମତିରେ ତିଆରି କରାଯାଉଥିବା ଅଶ୍ଳୀଳ ଡିପଫେକ୍ ଫଟୋ ଏବଂ ଭିଡିଓ ବିରୋଧରେ ପୀଡ଼ିତମାନଙ୍କୁ ଆଇନଗତ ସୁରକ୍ଷା ଦେବା ସହ ଡିପଫେକ୍ ସୃଷ୍ଟି ଏବଂ ସେୟାର କରୁଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବା ଏବଂ କ୍ଷତିପୂରଣ ଦାବି କରିବାର ଅଧିକାର ଦେବ।

ଆମେରିକାର ସିନେଟରେ ପାସ୍ ହିଲଟନ କହିଛନ୍ତି ଯେ, ସେ ଆଶା କରୁଛନ୍ତି ଯେ ଜାନୁଆରିରେ ଡେମୋକ୍ରାଟିକ୍ ସଂଖ୍ୟାଗରିଷ୍ଠତା କଂଗ୍ରେସକୁ ଦଖଲ କରିବା ପୂର୍ବରୁ ଚଳିତ ଅଧିବେଶନରେ ଏହି ବିଲ୍ ପାସ୍ ହୋଇଯିବ।

ଏହି ବିଲ୍ ପୂର୍ବରୁ ଆମେରିକାର ସିନେଟରେ ପାସ୍ ହୋଇସାରିଛି।

Madhya Pradesh: ୩ ସନ୍ତାନ ଥିଲେ ମଧ୍ୟ ମିଳିବ ସରକାରୀ ଚାକିରି: ୨୫ ବର୍ଷ ପରେ ନିୟମ ବଦଳାଇଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)