Harassment: ମହିଳା ଅଧିକାରୀଙ୍କୁ ଉତ୍ପୀଡ଼ନ ଅଭିଯୋଗରେ ଫସିଲେ ଡିଏମ୍‌କେ ବିଧାୟକ

Nov 27, 2026 - 12:05
Harassment: ମହିଳା ଅଧିକାରୀଙ୍କୁ ଉତ୍ପୀଡ଼ନ ଅଭିଯୋଗରେ ଫସିଲେ ଡିଏମ୍‌କେ ବିଧାୟକ

ତାମିଲନାଡୁ: ମହିଳା ସରକାରୀ ଅଧିକାରୀଙ୍କୁ ଉତ୍ପୀଡ଼ନ ଅଭିଯୋଗରେ ଅଡୁଆରେ ପଡ଼ିଛନ୍ତି ଡିଏମ୍‌କେ ବିଧାୟକ।

ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ରିଷିଭାନ୍ଦିୟମ୍‌ ନିର୍ବାଚନମଣ୍ଡଳୀର ବିଧାୟକ ବସନ୍ତମ୍‌ କେ.

କାର୍ତ୍ତିକେୟନ୍‌ଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି।

Advertisment ଅଭିଯୋଗ ଅନୁସାରେ, ତାମିଲନାଡୁ ରାଜ୍ୟ ଗ୍ରାମୀଣ ଜୀବିକା ମିଶନର ଜଣେ ମହିଳା ଅଧିକାରୀ ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।

ଅକ୍ଟୋବର ୧୮ ତାରିଖରେ କଲ୍ଲାକୁରିଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ମହିଳା ଅଧିକାରୀଙ୍କ ଅଭିଯୋଗ ଆଧାରରେ ତିଆଗାଦୁରୁଗମ୍‌ ପୁଲିସ ବିଧାୟକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୭୯, ୧୩୨ ଓ ୩୫୧(୨) ସହିତ ତାମିଲନାଡୁ ମହିଳା ନିର୍ଯାତନା ନିଷେଧ ଆଇନର ଧାରା ୪ ଅନୁଯାୟୀ ମାମଲା ରୁଜୁ କରିଛି।

ରାଜନୈତିକ ମହଲରେ ଚର୍ଚ୍ଚା ଉଲ୍ଲେଖଯୋଗ୍ୟ, ଗୋଟିଏ ସପ୍ତାହ ମଧ୍ୟରେ କଲ୍ଲାକୁରିଚି ଜିଲ୍ଲାର ଜଣେ ଅନ୍ୟ ବିଧାୟକଙ୍କ ନାମରେ ମଧ୍ୟ ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା।

ଜଣେ ବରିଷ୍ଠ ମହିଳା ଜିଲ୍ଲା ଅଧିକାରୀଙ୍କ ଅଭିଯୋଗ ପରେ କଲ୍ଲାକୁରିଚି ଟିଭିକେ ବିଧାୟକ ସି ଆରୁଲ ଭିଗ୍ନେଶଙ୍କ ବିରୋଧରେ କଲ୍ଲାକୁରିଚିର ସମସ୍ତ ମହିଳା ପୁଲିସ ଏକ ପୃଥକ ଯୌନ ନିର୍ଯାତନା ମାମଲାରେ ମାମଲା ରୁଜୁ କରିଛି।

ଏହାକୁ ନେଇ ଜିଲ୍ଲାର ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି।

Missile System: ଫେବୃଆରୀ ସୁଦ୍ଧା ପାକିସ୍ତାନ ସୀମାରେ ପଞ୍ଚମ 'ଏସ-୪୦୦' ମୁତୟନ କରିବ ଭାରତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)