Harassment: ଅନଲାଇନ୍ ନିର୍ଯାତନାର ଶିକାର ହେଲେ କେୟା

Sep 07, 2026 - 13:03
Harassment: ଅନଲାଇନ୍ ନିର୍ଯାତନାର ଶିକାର ହେଲେ କେୟା

"ନୂଆଦିଲ୍ଲୀ: ଆଇପିଏଫ୍‌ ବିଶ୍ବ ଉପକନିଷ୍ଠ ଓ କନିଷ୍ଠ କ୍ଲାସିକ୍‌ ଶକ୍ତିଉତ୍ତୋଳନରେ ଚମକପ୍ରଦ ପ୍ରଦର୍ଶନ ପରେ ପାୱାରଲିଫ୍ଟର କେୟା କୁନାଲ ବାନାର୍ଜୀଙ୍କୁ ସାରା ଦେଶରେ ପ୍ରଶଂସା କରାଯାଉଥିବାବେଳେ ସେ ଏକ ବଡ଼ ଅଭିଯୋଗ ଆଣିଛନ୍ତି।

ଏହି ପ୍ରତିଯୋଗିତାରେ ବିଜୟ ପରେ ସୋସିଆଲ ମିଡିଆରେ ତାଙ୍କୁ ଯେତିକି ପ୍ରଶଂସା ମିଳୁଛି ତାଠାରୁ ଅଧିକ ନିର୍ଯାତନା ଓ କଟାକ୍ଷ ମିଳୁଛି ବୋଲି ସେ ଅଭିଯୋଗ କରିଛନ୍ତି।Advertisment ରୌପ୍ୟ ପଦକ ଜିତିଥିଲେ ୨୧ ବର୍ଷୀୟା ବାନାର୍ଜୀ ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଆୟୋଜିତ ଚାମ୍ପିଅନ୍‌ସିପ୍‌ର କନିଷ୍ଠ ମହିଳା ୪୭ କେଜି ବର୍ଗରେ ୧୪୦ କେଜି ଓଜନ ଉଠାଇଥିଲେ।

ତାଙ୍କ ଡେଡ୍‌ଲିଫ୍ଟ ତାଙ୍କ ପ୍ରତିଯୋଗିତା ସମୟର ଓଜନ ୪୫.୭୦ କେଜିର ତିନିଗୁଣରୁ ମଧ୍ୟ ଅଧିକ ଥିଲା।

ଏହି ପ୍ରଦର୍ଶନ ପାଇଁ ସେ ବ୍ୟକ୍ତିଗତ ଡେଡ୍‌ଲିଫ୍ଟ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ।

କିନ୍ତୁ ଏହି ସଫଳତା ପରେ ସୋସିଆଲ୍ ମିଡିଆରେ ତାଙ୍କୁ ମିଳିଥିବା ଧ୍ୟାନ ଖୁବ୍‌ଶୀଘ୍ର ଅସ୍ୱସ୍ତିକର ରୂପ ନେଇଥିଲା।

ବାନାର୍ଜୀଙ୍କ ନାମରେ ନକଲି ଆକାଉଣ୍ଟ ଖୋଲାଯିବା ସହ ତାଙ୍କ ଫଟୋର ଅପବ୍ୟବହାର କରାଯାଇଥିଲା।

ଏପରିକି ତାଙ୍କ ଚେହେରା ଓ ପରିଚୟକୁ ବ୍ୟବହାର କରି ହଜାର ହଜାର ଅନଧିକୃତ ଏଆଇ-ନିର୍ମିତ ବିକୃତ ଛବି ମଧ୍ୟ ତିଆରି କରାଯାଇଥିଲା।

Scientist Dies: ହାଫ୍ ମାରାଥନ୍‌ରେ ଦୌଡ଼ୁଥିବା ବେଳେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ମୃତ୍ୟୁ “ମୋ ସଫଳତା ନୁହେଁ, ଲୋକେ ମୋ ଚେହେରାକୁ ନେଇ ଆଲୋଚନା କଲେ।

ଏହା ମୋତେ ବେଶ ଆଘାତ ଦେଇଛି""।

କୌଣସି ପୁରୁଷ ଖେଳାଳିଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)