Hanuman Ansh: ୬ ଫିଲ୍ମକୁ ପଛରେ ପକାଇଲା ‘ହନୁମାନ ଅଂଶ’

Sep 10, 2026 - 11:26
Hanuman Ansh: ୬ ଫିଲ୍ମକୁ ପଛରେ ପକାଇଲା ‘ହନୁମାନ ଅଂଶ’

"ମୁମ୍ବାଇ: କମ୍‌ ବଜେଟ୍‌ରେ ନିର୍ମିତ ଫିଲ୍ମ "ହନୁମାନ ଅଂଶ" ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରୁଛି।

ପ୍ରାୟ ୨ କୋଟି ଟଙ୍କା ବଜେଟ୍‌ର ଏହି ଫିଲ୍ମ ୧୦୦ କୋଟିରୁ ଅଧିକ ଆୟ କରିସାରିଛି।

ଏବେ ପଞ୍ଚମ ସପ୍ତାହରେ ମଧ୍ୟ ଏହାର ଆୟ ଜାରି ରହିଛି।

ଏହି ଫିଲ୍ମ "ଟକ୍ସିକ୍‌" ସମେତ ୬ଟି ଫିଲ୍ମକୁ ପଛରେ ପକାଇଛି।

ବିଶାଳ ଚତୁର୍ବେଦୀଙ୍କ ନିର୍ଦ୍ଦେଶିତ "ହନୁମାନ ଅଂଶ" ନୀମ କରୋଲି ବାବାଙ୍କ ଜୀବନ ଉପରେ ଆଧାରିତ।

ଫିଲ୍ମରେ ଶୋଭିନବ ସତ୍ୟା ନୀମ କରୋଲି ବାବାଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ସାକ୍‌ନିଲ୍କ ରିପୋର୍ଟ ଅନୁଯାୟୀ, ୩୪ତମ ଦିନରେ ଫିଲ୍ମଟି ୧୦.୨୫ କୋଟି ଟଙ୍କା ଆୟ କରିଛି।

ଭାରତରେ ଏହାର ମୋଟ ନେଟ୍‌ ଆୟ ୧୫୩.୧୩ କୋଟି ଓ ଗ୍ରସ୍‌ ଆୟ ୧୮୦.୯୫ କୋଟି ଟଙ୍କାରେ ପହଞ୍ଚିଛି।Advertisment ଫିଲ୍ମକୁ ପଛରେ ପକାଇବାରେ ସଫଳ ୭ ଅଗଷ୍ଟ ୨୦୨୬ରେ ରିଲିଜ୍‌ ହୋଇଥିବା "ହନୁମାନ ଅଂଶ"କୁ ଆରମ୍ଭରୁ "ଓହ୍ ମାଇ ଡଗ୍" ଏବଂ "ଆର୍ଯ୍ୟଭଟ୍ଟଙ୍କ ଜିରୋ" ଭଳି ଫିଲ୍ମ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା।

ପରେ "ଆବାରାପନ୍ ୨" ଓ "ବଟୱାରା ୧୯୪୭" ସହ ମଧ୍ୟ ଏହାର ଟକ୍କର ହୋଇଥିଲା।

କମ୍ ବଜେଟ୍‌ ସତ୍ତ୍ୱେ ଫିଲ୍ମଟି ଏହି ସମସ୍ତ ଫିଲ୍ମକୁ ପଛରେ ପକାଇବାରେ ସଫଳ ହୋଇଛି।

ଅନ୍ୟପକ୍ଷରେ "ମିର୍ଜାପୁର: ଦ ମୁଭି" ଓ ଟକ୍ସିକ୍ କୁ ଏହା ପଛରେ ପକାଇଛି।  "ମିର୍ଜାପୁର: ଦ ମୁଭି" ଅନ୍ୟପକ୍ଷରେ "ମିର୍ଜାପୁର: ଦ ମୁଭି" ମଧ୍ୟ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରୁଛି।

ପଙ୍କଜ ତ୍ରିପାଠୀ, ଅଲୀ ଫଜଲ, ଦିବ୍ୟେନ୍ଦୁ ଓ ରବି କିଶନଙ୍କ ଭଳି ଅଭିନେତାଙ୍କ ଅଭିନୟ ଥିବା ଏହି ଫିଲ୍ମ ପ୍ରଥମ ଦିନରେ ୨୫.୭୫ କୋଟି ଟଙ୍କା ଆୟ କରିଥିଲା।

ସାକ୍‌ନିଲ୍କ ରିପୋର୍ଟ ଅନୁଯାୟୀ, ଷଷ୍ଠ ଦିନରେ ଫିଲ୍ମଟି ୧୨.୩୦ କୋଟି ଟଙ୍କା ନେଟ୍‌ ଆୟ କରିଛି।

ଭାରତରେ ଏହାର ମୋଟ ଗ୍ରସ୍‌ ଆୟ ୧୬୪.୪୩ କୋଟି ଏବଂ ନେଟ୍‌ ଆୟ ୧୩୭.୬୫ କୋଟି ଟଙ୍କା ହୋଇଛି।

ବିଦେଶୀ ବଜାରରୁ ୨୯ କୋଟି ଟଙ୍କା ଆୟ ସହ ଫିଲ୍ମର ବିଶ୍ୱବ୍ୟାପୀ ଗ୍ରସ୍‌ ଆୟ ୧୯୩.୪୩ କୋଟି ଟଙ୍କାରେ ପହଞ୍ଚିଛି।

Aishwarya: ଐଶ୍ବର୍ଯ୍ୟାଙ୍କୁ ଦୁଲ୍‌କର୍‌ଙ୍କ ଭୟ! "ଟକ୍ସିକ୍‌"ର ଆୟରେ ହ୍ରାସ ଏପଟେ ୟଶ, କିଆରା ଆଡଭାଣୀ, ନୟନତାରା ଓ ତାରା ସୁତାରିଆଙ୍କ ଅଭୀନିତ "ଟକ୍ସିକ୍‌"ର ବକ୍ସ ଅଫିସ୍‌ ଆୟରେ ଲଗାତାର ହ୍ରାସ ଦେଖାଯାଉଛି।

ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍‌ ଡ୍ରାମାକୁ ଦର୍ଶକ ଓ ସମୀକ୍ଷକଙ୍କଠାରୁ ମିଶ୍ର ପ୍ରତିକ୍ରିୟା ମିଳିଛି।

ସାକ୍‌ନିଲ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ୧୫ତମ ଦିନରେ ୧,୩୨୨ଟି ଶୋ"ରୁ ୬୦ ଲକ୍ଷ ଟଙ୍କା ନେଟ୍‌ ଆୟ କରିଛି।

ଏହା ୧୪ତମ ଦିନର ୭୫ ଲକ୍ଷ ଟଙ୍କା ଆୟ ତୁଳନାରେ ପ୍ରାୟ ୨୦ ପ୍ରତିଶତ କମ୍‌। "ଟକ୍ସିକ୍‌"ର ଭାରତୀୟ ନେଟ୍‌ ଆୟ ୨୪୭.୮୫ କୋଟି ଓ ଗ୍ରସ୍‌ ଆୟ ୨୯୫.୮୨ କୋଟି ଟଙ୍କାରେ ପହଞ୍ଚିଛି।

ବିଦେଶରୁ ମୋଟ ୪୩.୫୦ କୋଟି ଟଙ୍କା ଗ୍ରସ୍‌ ଆୟ ସହ ଫିଲ୍ମର ବିଶ୍ୱବ୍ୟାପୀ ଗ୍ରସ୍‌ ଆୟ ୩୩୯.୩୨ କୋଟି ଟଙ୍କା ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)