Handishaal Vaidya: ହାଣ୍ଡିଶାଳ ବୈଦ୍ୟ: ପାନମଧୁରୀର ଉପକାରିତା
"ପାନମଧୁରୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ।
ଏଥିରେ ଅନେକ ଔଷଧୀୟ ଗୁଣ ରହିଛି।
ଆଚାରଠାରୁ ଆରମ୍ଭ କରି ମାଉଥ୍ ଫ୍ରେସନର୍ ପର୍ଯ୍ୟନ୍ତ, ସବୁଥିରେ ପାନମଧୁରୀ ବ୍ୟବହାର ହୋଇଥାଏ।
ଏହା ପାଟିର ଦୁର୍ଗନ୍ଧ ଦୂର କରେ।
ଏଥିରେ କପର୍, ପଟାସିୟମ୍, କ୍ୟାଲ୍ସିୟମ୍, ଜିଙ୍କ୍, ମାଙ୍ଗାନିଜ୍, ଆଇରନ୍, ସେଲେନିୟମ୍, ମ୍ୟାଗ୍ନେସିୟମ୍ ସହ ଆଣ୍ଟି ଇନ୍ଫ୍ଲାମେଟୋରି, ଆଣ୍ଟି ମାଇକ୍ରୋବିୟଲ୍ ଓ ଆଣ୍ଟି ଅକ୍ସିଡାଣ୍ଟ୍ ପ୍ରଚୁର ପରିମାଣରେ ରହିଛି।
ଆସନ୍ତୁ ଏହାର ଫାଇଦା ସମ୍ପର୍କରେ ଜାଣିବା।Advertisment Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ ପାଚନରେ ଉନ୍ନତି- ପାନମଧୁରୀ ଦୁର୍ବଳ ପାଚନ କ୍ଷମତାକୁ ଉନ୍ନତ କରେ।
ଖାଦ୍ୟ ଖାଇବା ପରେ ଏହାକୁ ତୁରନ୍ତ ଖାଇଲେ ପାଚନ ପ୍ରକ୍ରିୟା ସକ୍ରିୟ ହୋଇଥାଏ।
ଏହା ସହିତ ଦିନକୁ ୩ରୁ ୪ ଥର ପାନମଧୁରୀ ଖାଇଲେ ପାଟିର ଦୁର୍ଗନ୍ଧ ଦୂର ହୁଏ।
ଗ୍ୟାସ୍ ଓ କୋଷ୍ଠକାଠିନ୍ୟରୁ ମୁକ୍ତି - ଯଦି ଆପଣଙ୍କର ଗ୍ୟାସ୍ କିମ୍ବା କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ତେବେ ଆପଣ ନିଶ୍ଚିତ ପାନମଧୁରୀ ଖାଇବା ଆବଶ୍ୟକ।
ଏଥି ସହ ଅନେକ ଲୋକଙ୍କର ପେଟଫୁଲା ପରି ସମସ୍ୟା ମଧ୍ୟ ଦେଖା ଦେଇଥାଏ।
ଏଥିପାଇଁ ପାନମଧୁରୀ ଲାଭଦାୟକ।
ଏସିଡିଟି କାରଣରୁ ଛାତିଜଳା ସମସ୍ୟା ଦୂର କରିବାରେ ବି ପାନମଧୁରୀ ପ୍ରଭାବଶାଳୀ ହୋଇଥାଏ।
ମେଦ ହ୍ରାସ- ପାନମଧୁରୀ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।
ଏହା ମେଟାବୋଲିଜିମ୍ ବୃଦ୍ଧି କରି ମେଦ ବହୁଳତାକୁ ଶୀଘ୍ର ହ୍ରାସ କରିଥାଏ।
ଏଭଳି ସମସ୍ୟା ଦେଖାଦେଉଥିଲେ ସକାଳୁ ପାନମଧୁରୀ ଖାଇବା ଅଭ୍ୟାସ କରନ୍ତୁ।
ତ୍ବଚାରେ ଉନ୍ନତି- ପାନମଧୁରୀ ତ୍ବଚା ପାଇଁ ମଧ୍ୟ ଫଳପ୍ରଦ ହୋଇଥାଏ।
ଯଦି ଆପଣଙ୍କର କିଛି ଚର୍ମ ସମସ୍ୟା ଦେଖାଦେଉଛି, ତେବେ ଆପଣ ପାନମଧୁରୀ ଖାଆନ୍ତୁ।
ଉଜ୍ଜଳ ତ୍ୱଚା ପାଇଁ ଏହା ଉପଯୋଗୀ।
ଏହା ଖାଇଲେ ତ୍ୱଚାରେ ଜମା ହୋଇଥିବା ମଇଳା ବାହାରି ଯାଇଥାଏ।
Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
