Zero Death Week: ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆରମ୍ଭ ହେବ ‘ଶୂନ ମୃତ୍ୟୁ ସପ୍ତାହ’
"କଟକ: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବା ପାଇଁ ଆସନ୍ତା ୭ ମାସ ପର୍ଯ୍ୟନ୍ତ ପ୍ରତି ମାସର ପ୍ରଥମ ସପ୍ତାହରେ ପାଳନ ହେବ "ଶୂନ ମୃତ୍ୟୁ ସପ୍ତାହ"।
ଏଥିପାଇଁ ୪-ଇ ସୂତ୍ରରେ ପରିବହନ ବିଭାଗ ସହିତ ଅନ୍ୟାନ୍ୟ ସହକାରୀ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ।
ଇଞ୍ଜିନିୟରିଂ, ଇମର୍ଜେନ୍ସି କେୟାର, ଏଜୁକେସନ ଓ ଏନ୍ଫୋର୍ସମେଣ୍ଟ ମାଧ୍ୟମରେ ଦୁର୍ଘଟଣା ହ୍ରାସ ଦିଗରେ ପଦକ୍ଷେପ ନିଆଯିବାକୁ ଯୋଜନା ପ୍ରସ୍ତୁତି ହୋଇଛି।
ଜାନୁଆରିରେ "ଶୂନ ମୃତ୍ୟୁ ମାସ" ସହିତ ଏହାକୁ ମଧ୍ୟ ପାଳନ କରାଯିବ।
ଏହା ଉପରେ ଆଜି ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ନେତୃତ୍ବରେ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା।
ଏଥିରେ ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହୋଇଥିବା ବ୍ଲାକ୍ସ୍ପଟ୍, ହାଇରିସ୍କ କରିଡର ଓ ଗୁରୁତ୍ବପୂର୍ଣ୍ଣ ଜଙ୍କସନ୍ମାନଙ୍କରେ ଅଧିକ ଧ୍ୟାନ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ଏହି ସମୟରେ ପିଏମ୍ ରାହତ ଓ ରାହାବୀର ଭଳି ଯୋଜନାର ବ୍ୟାପକ ପ୍ରଚାର ପ୍ରସାର କରାଯିବାକୁ ନିଷ୍ପତ୍ତି ହୋଇଛି।
ସଡ଼କ ଜନିତ ଦୁର୍ଘଟଣା ପ୍ରାୟତଃ ଶୀତଦିନ ବା ପିକ୍ନିକ୍ ଋତୁରେ ଅଧିକ ଦେଖାଦେଇଥାଏ।
ମଦ୍ୟପାନ କରି ଗାଡ଼ି ଚଳାଇବା କିମ୍ବା ବେପରୁଆ ଭାବେ ଗାଡ଼ି ଚାଳନା କରି ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି।Advertisment Odisha police: ଚୋରି ଓ ହଜିଥିବା ୬୦ ମୋବାଇଲ ଉଦ୍ଧାର, ମାଲିକଙ୍କୁ ଫେରାଇଲା ପୁଲିସ ସେପ୍ଟେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମ ସପ୍ତାହରେ ପାଳନ ହେବଯୋଜନାର ସଫଳ ରୂପାୟନ ପାଇଁ ପ୍ରସ୍ତୁତ ହେଲା ୪-ଇ ସୂତ୍ରଦୁର୍ଘଟଣା ପ୍ରବଣ ଜିଲ୍ଲାଗୁଡ଼ିକୁ ଅଧିକ ଧ୍ୟାନ ଦିଆଯିବପିଏମ୍ ରାହତ ଓ ରାହାବୀର ଯୋଜନାର ପ୍ରଚାର କରାଯିବ Vedanta: ୨୨,୦୦୦ ପରିବାରକୁ ସୌରଶକ୍ତି ଆଲୋକ ପ୍ରଦାନ କରୁଛି ବେଦାନ୍ତର ପ୍ରକଳ୍ପ ଜ୍ୟୋତି ଏଭଳିସ୍ଥିତିରେ ଖରାପ ରାସ୍ତା କିମ୍ବା କିଛି ଗୁରୁତ୍ବପୂର୍ଣ୍ଣ ସଙ୍କେତ ଲଗାଯିବାକୁ ପ୍ରାଥମିକତା ଦିଆଯାଇଛି।
ଅଧିକ ଦୁର୍ଘଟଣା ପ୍ରବଣ ଗଞ୍ଜାମ, ସୁନ୍ଦରଗଡ଼, ଖୋରଧା, କଟକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ରାସ୍ତା ଖରାପ ସାଇନ୍, ରୋଡ୍ ମାର୍କିଂ, ଗାତ, ଡିଲିନିଏଟର, ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ ଛୋଟ ତ୍ରୁଟି ତୁରନ୍ତ ସୁଧାରିବା ସହ ବଡ଼ ତ୍ରୁଟି ପାଇଁ ସମୟବଦ୍ଧ ସୁଧାର ଯୋଜନା କରାଯିବ।
ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲମେଟ୍ ଓ ସିଟ୍ବେଲ୍ଟ ବ୍ୟବହାର ନକରିବା, ମୋବାଇଲ୍ ଫୋନ୍ ବ୍ୟବହାର, ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବା ଏବଂ ଲାଲ୍ବତୀ ଅମାନ୍ୟ କରିବା ଭଳି ଟ୍ରାଫିକ୍ ଉଲ୍ଲଂଘନ ବିରୋଧରେ ଚଢ଼ଉ କରାଯିବ।
ବସ୍ ଓ ଟ୍ରକ୍ର ଫିଟ୍ନେସ୍ ଓ ଓଭରଲୋଡିଂ ମଧ୍ୟ ଯାଞ୍ଚ କରାଯିବ।
ସ୍କୁଲ୍ ଓ କଲେଜ ଅଞ୍ଚଳରେ ସ୍କୁଲ୍ବସ୍ ଯାଞ୍ଚ, ଜୁଭେନାଇଲ୍ ଡ୍ରାଇଭିଂ ବିରୋଧରେ ପଦକ୍ଷେପ, ଜେବ୍ରା କ୍ରସିଂ, ସ୍କୁଲ୍ ଜୋନ୍ ସାଇନ୍ ଓ ସ୍ପିଡ୍ କଣ୍ଟ୍ରୋଲ୍ ବ୍ୟବସ୍ଥା ଯାଞ୍ଚ କରାଯିବ।
ଟୋଲ୍ ପ୍ଲାଜା, ପରିବହନ କେନ୍ଦ୍ର, ବଜାର ଓ ଅନ୍ୟାନ୍ୟ ସ୍ଥାନରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହେବ।
ଦୁର୍ଘଟଣା ପରେ ତ୍ୱରିତ ଚିକିତ୍ସା ପାଇଁ ଆମ୍ବୁଲାନ୍ସ, ଅଗ୍ନିଶମ ଓ ଜରୁରିକାଳୀନ ସେବା ତଥା ନିକଟସ୍ଥ ହସ୍ପିଟାଲ୍ଗୁଡ଼ିକ ମଧ୍ୟରେ ସମନ୍ୱୟ ବଢ଼ାଯିବ।
ଚିହ୍ନଟ ଦୁର୍ଘଟଣାପ୍ରବଣ ସ୍ଥାନରେ ଆମ୍ବୁଲାନ୍ସ ମୁତୟନ ସହ ଉଦ୍ଧାରକାରୀ ଯାନଗୁଡ଼ିକର ଯାତାୟାତ ପଥ ପରୀକ୍ଷା କରାଯିବ।
ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା କରିଥିବା ବ୍ୟକ୍ତିଙ୍କୁ ସରକାରୀ ପ୍ରୋତ୍ସାହନ ପାଇଁ ପିଏମ୍ ରାହତ ଓ ରାହାବୀର ଭଳି ଯୋଜନାର ବ୍ୟାପକ ପ୍ରଚାର କରାଯିବାକୁ ପଦକ୍ଷେପ ନିଆଯିବ।
ଅଭିଯାନର ଅଗ୍ରଗତି ଉପରେ ନିୟମିତ ନଜର ରଖାଯିବ।
ଆର୍ଟିଓ, ପୁଲିସ, ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ ସଂସ୍ଥା, ପୌରସଂସ୍ଥା, ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ସଡ଼କ ସୁରକ୍ଷା କମିଟିକୁ ନିଜ ନିଜ କାର୍ଯ୍ୟର ରିପୋର୍ଟ ଦେବାକୁ ପଡ଼ିବ।
ପ୍ରତ୍ୟେକ "ଶୂନ ମୃତ୍ୟୁ ସପ୍ତାହ" ପରେ ଦୁର୍ଘଟଣା, ମୃତ୍ୟୁ, ଆହତ, ଉଲ୍ଲଂଘନ, ଇଞ୍ଜିନିୟରିଂ ତ୍ରୁଟି ଓ ଆମ୍ବୁଲାନ୍ସ ପ୍ରତିକ୍ରିୟା ସମୟର ସମୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
