Half the hill has been cleared: ସଫା କରିଦେଲେଣି ଅଧା ପାହାଡ଼: ୫୦ କୋଟିର ପଥର ଲୁଟ୍!

Jun 25, 2026 - 03:29
Half the hill has been cleared: ସଫା କରିଦେଲେଣି ଅଧା ପାହାଡ଼: ୫୦ କୋଟିର ପଥର ଲୁଟ୍!

ବ୍ରହ୍ମପୁର: ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ଜିଲ୍ଲା ଗଞ୍ଜାମରେ ବେଧଡ଼କ ଲଘୁ ଖଣିଜ ଚୋରି ଚାଲିଛି। ମାଫିଆ ମାଲାମାଲ୍‌ ହେଉଥିବା ବେଳେ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲା ଖଣି ଅଧିକାରୀଙ୍କ ଭୂମିକା ବି ସନ୍ଦେହ ଘେରକୁ ଆସିଗଲାଣି। ଭାତହାଣ୍ଡିରୁ ଗୋଟିଏ ନ୍ୟାୟରେ ଖଲ୍ଲିକୋଟ ତହସିଲ ଅଧୀନ ତୁଳସୀପୁର ପଞ୍ଚାୟତ ହରିପୁର ଗ୍ରାମ୍ୟଜଙ୍ଗଲରେ ଥିବା ପାହାଡ଼କୁ ମାଫିଆମାନେ ପଥର ଲୁଟି ଚାଲିଛନ୍ତି। ସବୁ କିଛି ଜାଣି ବି ପ୍ରଶାସନକୁ ଏଠାକୁ ଯାଉନି। ଆଜି ‘କନକ ନ୍ୟୁଜ୍‌’ରେ ଖବର ପ୍ରସାରଣ ପରେ ଅପରାହ୍‌ଣରେ ବଡ଼ଧରଣର ଚଢ଼ଉ‌ ହୋଇଛି। 

Blast: ରାସ୍‌ ଲଫାନ ବିସ୍ଫୋରଣ, ମୋଦୀଙ୍କ ସହ କଥା ହେଲେ କତର ଏମିର୍‌

ସଫା କରିଦେଲେଣି ଅଧା ପାହାଡ଼
ପ୍ରଶାସନର ଚଢ଼ଉ, ବନ୍ଧା ହେବେ ମାଫିଆ
ସନ୍ଦେହରେ ଜିଲ୍ଲା ଖଣି ଅଧିକାରୀଙ୍କ ଭୂମିକା

ହରିପୁର ଗାଁ ଶେଷମୁଣ୍ଡରେ ରହିଛି ଜଙ୍ଗଲ। ସ୍ଥାନୀୟ ଅଞ୍ଚଳର ଜଣେ ମୁଷ୍ଟିମେୟ ବ୍ୟକ୍ତି ପାହାଡ଼ କାଟି ବେଆଇନ ପଥର ଚାଲାଣ କରୁଛନ୍ତି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାଙ୍କ କ୍ରସର୍‌କୁ ଏଠାରୁ ପଥର ଚାଲାଣ ହେଉଛି। ପଥରମାଫିଆ ପାହାଡ଼ର ଅଧା ଖୋଳି ସାରିଲେଣି। ପ୍ରାୟ ୫୦ରୁ ୬୦ କୋଟି ଟଙ୍କାର ପଥର ବିକ୍ରି ସରିଲାଣି। ଏହି ଲୁଟ୍‌ ପୂର୍ବ ସରକାର ସମୟରୁ ଚାଲିଆସୁଥିବା ବେଳେ ନୂଆ ସରକାର ଅମଳରେ ବି ଏହା ଉପରେ ରୋକ୍‌ ଲାଗିପାରୁନି। ଜିଲ୍ଲା ଖଣି ଅଧିକାରୀ, ରାଜସ୍ୱ ବିଭାଗ, ପୁଲିସ ଓ ବନବିଭାଗ ଦିନଟିଏ ବି ଏଠାରେ ଚଢ଼ଉ କରି ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ପଥରମାଫିଆ ଡିଟୋନେଟର୍‌ ଓ ଜିଲୋଟିନ୍ ଭଳି ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ବେଆଇନ ଭାବେ ପାହାଡ଼ ଫଟାଇ ଚାଲିଛନ୍ତି। ଯାହାକି ପରିବେଶ ଓ ଜୈବ ବିବିଧତା ଉପରେ କୁପ୍ରଭାବ ପକାଉଛି। ପ୍ରଶାସନିକ କଳ ମାଫିଆଙ୍କ କୋଳରେ ବସିଥିବାରୁ ଏଭଳି ବଡ଼ଧରଣର ଲୁଟ୍ ସମ୍ଭବ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଭୟରେ ଲୋକେ ପାଟି ଫିଟାଇପାରୁ ନଥିବା କହିଛନ୍ତି। 

Blast: ରାସ୍‌ ଲଫାନ ବିସ୍ଫୋରଣ, ମୋଦୀଙ୍କ ସହ କଥା ହେଲେ କତର ଏମିର୍‌

ଆଜି ଦିନତମାମ ‘କନକ ନ୍ୟୁଜ୍‌’ରେ ଏହି ଖବର ପ୍ରସାରଣ ପରେ ବଡ଼ଧରଣର ଚଢ଼ଉ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କନିଷ୍ଠ ଖଣି ଅଧିକାରୀ ଓ ପୁଲିସ ସହ ଖଲ୍ଲିକୋଟ ତହସିଲଦାର ଡି.ମାଲେଶ୍ୱର ପାତ୍ର ପହଞ୍ଚିଥିଲେ। ମାପଚୁପ ସହ ରାଜସ୍ୱ କ୍ଷତିର ବି ଆକଳନ ହୋଇଥିଲା। ମାଫିଆଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖଣି ବିଭାଗ ପକ୍ଷରୁ ସୂଚନା ମିଳିଛି। ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ଘର ଠାରୁ ୬୦ କିଲୋମିଟର ଓ ଖଲ୍ଲିକୋଟ ସହର ଠାରୁ ୭ କିମି ଦୂରରେ ଏହି ପାହାଡ଼ରେ ଖୁଲମ୍‌ଖୁଲା ଲୁଟ୍‌ ଚାଲିଛି। ବିନା ଲିଜ୍‌ରେ ବେଆଇନ ଭାବେ ପଥରଫଟା ଚାଲୁଥିବା ବେଳେ ପ୍ରଶାସନ କାହିଁକି ନିରବଦ୍ରଷ୍ଟା ସାଜିଥିଲା, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।