Haland: ହାଲାଣ୍ଡଙ୍କ ହଲ୍ଲାବୋଲ୍‌: ବ୍ରାଜିଲର ଅଶ୍ରୁଳ ବିଦାୟ, ପ୍ରଥମ ଥର କ୍ବାର୍ଟରରେ ନରୱେ

Jul 06, 2026 - 22:05
Haland: ହାଲାଣ୍ଡଙ୍କ ହଲ୍ଲାବୋଲ୍‌: ବ୍ରାଜିଲର ଅଶ୍ରୁଳ ବିଦାୟ, ପ୍ରଥମ ଥର କ୍ବାର୍ଟରରେ ନରୱେ

"ନୂଆଦିଲ୍ଲୀ: ଚଳିତ ଫିଫା ଫୁଟ୍‌ବଲ୍‌ ବିଶ୍ବକପ୍‌ରେ ଆଉ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି।

ପୂର୍ବରୁ ଜର୍ମାନୀ ବିଦାୟ ନେଇ ସାରିଥିଲା ବେଳେ ରବିବାର ବିଶ୍ବକପ୍‌ ଇତିହାସର ସଫଳତମ ତଥା ଲୋକପ୍ରିୟ ଦଳ ବ୍ରାଜିଲର ଅଭିଯାନ ଅଧାରେ ଅଟକି ଯାଇଛି।

ରାଉଣ୍ଡ୍‌ ଅଫ୍ ୧୬ରେ ଅନ୍ୟତମ ବଡ଼ ବିପର୍ଯ୍ୟୟ ସୃଷ୍ଟି କରି ନରୱେ ୨-୧ ଗୋଲ୍‌ରେ ବିଜୟୀ ହୋଇଛି।

ତା" ସହିତ ଲାଟିନ ଆମେରିକୀୟ ମହାଶକ୍ତି ବ୍ରାଜିଲକୁ ବିଦାୟର ପଥ ଦେଖାଇ ଦେଇଛି।

ଫଳରେ ସାରା ବିଶ୍ବର କୋଟିକୋଟି ବ୍ରାଜିଲପ୍ରେମୀଙ୍କ ହୃଦୟ ଭାଙ୍ଗି ଚୂରମାର୍‌ ହୋଇଯାଇଛି।

ବ୍ରାଜିଲର ତାରକା ଖେଳାଳି ନେମାରଙ୍କ ବିଶ୍ବକପ୍‌ ଜିତିବା ସ୍ବପ୍ନ ମଧ୍ୟ ଅଧୁରା ରହିଯାଇଛି।

ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍‌ର ଦର୍ଶକ ଷ୍ଟାଣ୍ଡରେ ବସି ଅନେକ ବ୍ରାଜିଲ ପ୍ରଶଂସକ ଗଭୀର ଦୁଃଖରେ କାନ୍ଦୁୁଥିବା‌ ବି ଦେଖିବାକୁ ମିଳିଛି।

ଏହି ଘଟଣାବହୁଳ ମୁକାବିଲାର ପ୍ରଥମାର୍ଦ୍ଧରେ ଉଭୟ ଦଳ ଏକାଧିକ ସୁଯୋଗ ହାତଛଡ଼ା କରିଥିଲେ।

ନରୱେର ଏକ ଗୋଲ୍‌ ଅଫ୍‌ ସାଇଡ୍‌ ହୋଇଥିଲା ବେଳେ ବ୍ରାଜିଲ ମଧ୍ୟ କେତେକ ଭଲ ସୁଯୋଗକୁ ହାତଛଡ଼ା କରିଥିଲା।

୧୪ତମ ମିନିଟ୍‌ରେ ମାଥେଉସ୍ କୁନ୍‌ହାଙ୍କୁ କ୍ରିଷ୍ଟୋଫର ଆଏର୍ ଫାଉଲ୍ ମାରିବା ପରେ ଭିଏଆର୍ ଯାଞ୍ଚ ଆଧାରରେ ବ୍ରାଜିଲ୍‌କୁ ପେନାଲ୍ଟି ମିଳିଥିଲା।

କିନ୍ତୁ ବ୍ରୁନୋ ଗୁଇମାରେସ୍‌ଙ୍କ ପେନାଲ୍ଟିକୁ ନରୱେ ଗୋଲକିପର ଓର୍ଜାନ୍ ନାଇଲାଣ୍ଡ ଅତ୍ୟନ୍ତ ଚମତ୍କାର ଭାବେ ବଞ୍ଚାଇ ଦଳକୁ ବଡ଼ ବିପଦରୁ ରକ୍ଷା କରିଥିଲେ।Advertisment ଦ୍ବିତୀୟାର୍ଦ୍ଧରେ କିନ୍ତୁ ନରୱେ ନୂଆ ଉନ୍ମାଦ ଓ ଉତ୍ସାହ ନେଇ ପଡ଼ିଆକୁ ଓହ୍ଲାଇଥିଲା।

ବିଶେଷ କରି ଛୋଟ ପାସ୍‌ରେ ବ୍ରାଜିଲକୁ ଚକ୍‌ମା ଦେବାକୁ ନରୱେ ଖେଳାଳିମାନେ ସଫଳ ହୋଇଥି‌ଲେ।

ମ୍ୟାଚ୍‌ର ନିର୍ଣ୍ଣାୟକ ମୋଡ଼ ଆସିଥିଲା ୬୦ ମିିନିଟ୍‌ରେ, ଯେତେବେଳେ ବ୍ରାଜିଲର ୧୯ ବର୍ଷୀୟ ଖେଳାଳି ଏଣ୍ଡ୍ରିକ୍ସ ଏକ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିଥିଲା।

ଏହା ପରେ ପରେ ବ୍ରାଜିଲ ରକ୍ଷଣଭାଗରେ ଥିବା ଦୁର୍ବଳତା ମଧ୍ୟ ପଦା‌ରେ ପଡ଼ି ଯାଇଥିଲା।

ଏହାର ସୁଯୋଗ ନେଇ ନରୱେର ତାରକା ଖେଳାଳି ଏର୍ଲିଂ ହାଲାଣ୍ଡ ୧୧ ମିନିଟ୍‌ ଭିତରେ (୭୯, ୯୦) ଦୁଇଟି ଗୋଲ୍‌ ଦେଇ ବ୍ରାଜିଲକୁ ସ୍ତବ୍ଧ କରି ଦେଇଥିଲେ।

ବହୁ ଚେଷ୍ଟା ପରେ ବ୍ରାଜିଲ ଶେଷରେ ନେମାର (୯୦+୧୦)ଙ୍କ ମାଧ୍ୟମରେ ସେଥିରୁ ଗୋଟିଏ ମାତ୍ର ଗୋଲ୍‌ ଶୁଝିବାକୁ ସକ୍ଷମ ‌ହୋଇ ଥିଲା।

କିନ୍ତୁ ଗୋଟିଏ ଗୋଲ୍‌ ବ୍ୟବଧାନରେ ପରାଜିତ ହୋଇ ପୁଣି ଥରେ ବିଜୟ ମୁକୁଟ ପିନ୍ଧିବାରୁ ବଞ୍ଚିତ ହୋଇଥିଲା।

ହାଲାଣ୍ଡଙ୍କ ସହ ନରୱେ ଗୋଲ୍‌ରକ୍ଷକ ଓର୍ଜାନ୍ ନାଇଲାଣ୍ଡ ନିଜ ଅସାଧାରଣ ପ୍ରଦର୍ଶନ ବଳରେ ଫୁଟ୍‌ବଲ୍‌ପ୍ରେମୀଙ୍କ ମନ ଜିତି ନେଇଥିଲେ।

ଆହୁରି ପଢନ୍ତୁ: Kolkata:ଇସିଙ୍କ ନିକଟରେ ଜବାବ ଦାଖଲ କଲେ ମମତାଙ୍କ ଗୋଷ୍ଠୀ ବ୍ରାଜିଲ ବିପକ୍ଷ ଦୁଇଟି ଦେବା ଗୋଲ୍‌ ପରେ ଚଳିତ ବିଶ୍ୱକପ୍‌ରେ ହାଲାଣ୍ଡଙ୍କ ବ୍ୟକ୍ତିଗତ ଗୋଲ୍‌ ସଂଖ୍ୟା ୭ରେ ପହଞ୍ଚିଛି।

ସଂପ୍ରତି ସେ କିଲିଆନ୍ ଏମ୍‌ବାପେ ଏବଂ ଲିଓନେଲ୍ ମେସିଙ୍କ ସହ ସର୍ବାଧିକ ଗୋଲ୍‌ ସ୍କୋର୍‌ ତାଲିକାର ମିଳିତ ଶୀର୍ଷରେ ଅଛନ୍ତି।

କ୍ୱାର୍ଟର ଫାଇନାଲରେ ନରୱେର ମୁକାବିଲା ଇଂଲଣ୍ଡ ସହ ହେବ।

ଭାରତ ବିପକ୍ଷରେ ଖେଳିଥିଲେ ହାଲାଣ୍ଡଚଳିତ ଫିଫା ବିଶ୍ବକପ୍‌ର କ୍ବାର୍ଟରଫାଇନାଲ୍‌ରେ ନରୱେକୁ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ଏର୍ଲିଂ ହାଲାଣ୍ଡ ୧୦ ବର୍ଷ ତଳେ ଭାରତ ବିପକ୍ଷରେ ଖେଳିଥିଲେ।

ଭାରତରେ ଆୟୋଜିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ପୂର୍ବରୁ ପ୍ରସ୍ତୁତି ଲାଗି ନରୱେ ୧୬ ବର୍ଷୀୟ ଦଳ ୨୦୧୬‌ରେ ୧୭ ବର୍ଷରୁ କମ୍‌ ଭାରତୀୟ ପୁରୁଷ ଦଳ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା।

ଏହି ଦଳରେ ହାଲାଣ୍ଡ ଥିଲେ ଏବଂ ‌ଗୋଲ୍‌ ମଧ୍ୟ କରିଥିଲେ।

୨୦୧୬ ଜୁନ୍‌ ୧୯ ତାରିଖରେ ଖେଳାଯାଇଥିବା ଏହି ଯୁବ ଅନ୍ତର୍ଜାତୀୟ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ‌ତେବେ ୫୪ତମ ମିନିଟ୍‌ରେ ଘରୋଇ ତାରକା ସଂଜୀବ ଦ୍ବିତୀୟ ହଳଦିଆ କାର୍ଡ ପାଇ ପଡ଼ିଆ ଛାଡ଼ିବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା।

ଏହାପରେ ଭାରତ ୧୦ ଜଣଙ୍କୁ ନେଇ ଖେଳିଥିଲା ବେଳେ ୫୭ତମ ମିନିଟ୍‌ରେ ହାଲାଣ୍ଡଙ୍କ ଗୋଲ୍‌ରେ ନରୱେ ଆଗୁଆ ହୋଇଥିଲା।

ଆହୁରି ପଢନ୍ତୁ: Baitarani Flood Review ବୈତରଣୀ କୂଳ ଲଂଘୁଛି, ମନ୍ତ୍ରୀ କହିଲେ, ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି ଏହାପରେ ୮୦ତମ ମିିନିଟ୍‌ରେ ଏରିକ୍‌ ବୋଥେଇମ୍‌ଙ୍କ ଗୋଲ୍‌ରେ ଦଳ ୨-୦ରେ ବିଜୟୀ ହୋଇଥିଲା।

ସେତେବେଳେ ଭାରତୀୟ ୧୭ ବର୍ଷୀୟ ଦଳର ଅନେକ ଖେଳାଳି ଜାତୀୟ ଦଳ ସହ ଆଇଏସ୍‌ଏଲ୍‌ରେ ବିଭିନ୍ନ କ୍ଲବ୍‌ରୁ ପ୍ରତିନିଧିତ୍ବ କରିଛନ୍ତି।

ଏମାନଙ୍କ ବିରୋଧରେ ଖେଳିଥିବା ହାଲାଣ୍ଡ କିନ୍ତୁ ଏ‌ବେ ବିଶ୍ବ ଫୁଟ୍‌ବଲ୍‌ର ଅଗ୍ରଣୀ ଖେଳାଳି ଭିତରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

ସୋମବାର ତାଙ୍କ ଯୁଗଳ ଗୋଲ୍‌ ବଳରେ ନରୱେ ୨-୧ରେ ୫ ଥର ବିଶ୍ବବିଜେତା ବ୍ରାଜିଲ୍‌କୁ ହରାଇ ପ୍ରଥମ ଥର ଲାଗି ଫିଫା ବିଶ୍ବକପ୍‌ର କ୍ବାର୍ଟରଫାଇନାଲ୍‌ ସ୍ଥାନ ପକ୍କା କରିଥିଲା।

ଏଥିସହ ହାଲାଣ୍ଡ ମଧ୍ୟ ଚଳିତ ବିଶ୍ବକପ୍‌ରେ ନିଜ ଗୋଲ୍‌ ସଂଖ୍ୟା ୭ ପହଞ୍ଚାଇଛନ୍ତି।

ଏଥିସହ ସେ ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ଫ୍ରାନ୍ସର କିଲିଆନ ଏମ୍‌ବାପେ ଓ ଆର୍ଜେଣ୍ଟିନାର ଲିଓନେଲ ମେସିଙ୍କ ସହ ଯୁଗ୍ମ ଭାବେ ଶୀର୍ଷରେ ରହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।