Gujarat ATS: ୮ ‌ଜୈସ୍‌ ଆତଙ୍କବାଦୀଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍‌

Jul 03, 2026 - 20:04
Gujarat ATS: ୮ ‌ଜୈସ୍‌ ଆତଙ୍କବାଦୀଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍‌

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ (ଜୈସ୍‌ ଏ ମହମ୍ମଦ) ସହ ସମ୍ପୃକ୍ତି ପାଇଁ ଗୁଜରାଟ ଏଟିଏସ୍‌ (ଆତଙ୍କୀ ନିରୋଧ ଦଳ) ଏକାଧିକ ରାଜ୍ୟରେ ଚଢ଼ଉ କରି ୮ ଜଣଙ୍କୁ ଗିରଫ କରିଛି। ଗୁଜରାଟ ଏଟିଏସ୍‌ ଗୁଜରାଟର ବନାସକାଣ୍ଠା, ପାଟନ, ନବସରୀ ସମେତ ଏକାଧିକ ଅଞ୍ଚଳ ଏବଂ ମଧ୍ୟପ୍ରଦେଶର ଦେୱସରେ ଆତଙ୍କୀ ନିରୋଧ ଅପରେସନ୍‌ ଚଳାଇଥିଲା।

ଏହି ପ୍ରକ୍ରିୟାରେ ୮ ଜଣ ଗିରଫ ହୋଇଛନ୍ତି। ସେମାନେ ଭବିଷ୍ୟତ ଆକ୍ରମଣ ଯୋଜନା କରିବାପାଇଁ ଗୁଜରାଟରେ ଏକ ଆତଙ୍କୀ ନେଟୱର୍କ ପରିଚାଳନା କରୁଥି‌ଲେ। ସମସ୍ତଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟ‌ରେ। ଗିରଫ ‌ହୋଇଥିବା ଅଧିକାଂଶ ବ୍ୟକ୍ତି ପାଟନରେ ଜାମିଆ ଅବଦୁଲ ହାସନ ମଦ୍ରାସା ଏବଂ ନବସରୀରେ ଜାମିଆ ରହମନିୟା ଖାମଭିୟ ସମେତ ବିଭିନ୍ନ ଧାର୍ମିକ ଏବଂ ଶିକ୍ଷାନୁଷ୍ଠାନ ବାହାରେ ସେମାନଙ୍କ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ।

India:ଆତଙ୍କବାଦୀ ମାନେ ଆତଙ୍କବାଦୀ’: ଜାତିସଂଘରେ ଆତଙ୍କବାଦ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ଆହ୍ୱାନ

ସୁରକ୍ଷା ସଂସ୍ଥା ଗୁଡ଼ିକ ବିଶ୍ବାସ କରୁଛନ୍ତି ଯେ ଯୁବ ଗୋଷ୍ଠୀକୁ ଟାର୍ଗେଟ୍‌ କରିବାପାଇଁ ଏହି ସ୍ଥାନ ଗୁଡ଼ିକୁ ବ୍ୟବହାର କରାଯାଉଥିଲା। ଗିରଫ ୮ ଅଭିଯୁକ୍ତଙ୍କ ବିରୋଧରେ ଏଟିଏସ୍‌ ଥାନାରେ ଔପଚାରିକ ଭାବେ ମାମଲା ରୁଜୁ ହେବାପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ୟୁଏପିଏ, ୧୯୬୭ର ଧାରା ୧୩, ୧୭, ୧୮, ୩୮ ଏବଂ ୩୯ ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।