Illegal Sand Mining ୩ ବାଲି ବୋଝେଇ ହାଇୱା, ୪ ଟ୍ରାକ୍ଟର ଜବତ

ହାଟଡିହି: ବେଆଇନ ବାଲି ଖନନ ଓ ଚାଲାଣ ଉପରେ ରୋକ ଲଗାଇବା ପାଇଁ ଆକ୍ସନ ମୁଡ଼କୁ ଆସିଛି କେନ୍ଦୁଝର ପୁଲିସ। ଏଥିପାଇଁ ପ୍ରତି ରାତିରେ ଚଢ଼ାଉ ଜାରି ରହିଛି। ଗତକାଲି (ଗୁରୁବାର) ରାତିରେ ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ନନ୍ଦିପଦା ପୁଲିସ ଗତ ଗୁରୁବାର ବିଳମ୍ବିତ ରାତିରେ ଚଢ଼ାଉ କରି ବେଆଇନ ଭାବେ ବାଲି ପରିବହନ କରୁଥିବା ୩ଟି ବାଲି ବୋଝେଇ ହାଇୱାକୁ ଜବତ କରିଛି l
Raid: ବିଳମ୍ବିତ ରାତିରେ ଚୋରା ବାଲି ଚାଲାଣ ଉପରେ ପୁଲିସର ଚଢ଼ାଉ: ୪ ହାଇୱା ଓ ୩ ଟ୍ରାକ୍ଟର ଜବତ
ଜବଦ ଗାଡ଼ିଗୁଡ଼ିକୁ ନନ୍ଦିପଦା ଥାନାକୁ ଅଣା ଯାଇଛି। ପୁନଶ୍ଚ ଶୁକ୍ରବାର ସକାଳେ ୪ଟି ଟ୍ରାକ୍ଟର ବାଲି ବୋଝେଇ କରି ଯାଉଥିବା ବେଳେ ପୁଲିସ ଟ୍ରାକ୍ଟର ଗୁଡିକୁ ଜବତ କରିଛି l ଏହି ବାଲି ବୋଝେଇ ଗାଡ଼ିଗୁଡ଼ିକକୁ ପୁଲିସ ଅଟକାଇ ବାଲି ପରିବହନ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରିଥିଲା l କିନ୍ତୁ ଚାଳକମାନେ କୌଣସି ବୈଧ କାଗଜ ପତ୍ର ଦେଖାଇ ପାରିନଥିଲେ l ଫଳରେ ବାଲି ବୋଝେଇ ଗାଡ଼ିଗୁଡ଼ିକୁ ଜବତ କରାଯାଇଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି l ଏଥିସହ ନନ୍ଦିପଦା ଥାନାରେ ୭ଟି ମାମଲା ପଞ୍ଜୀକୃତ ହୋଇଛି l ଗତ ଚାରିଦିନ ଭିତରେ ୧୪ରୁ ଊର୍ଦ୍ଧ୍ବ ବାଲିଗାଡ଼ି ଜବତ କଲାଣି ପୁଲିସ।