Dead: ହୋଟେଲ ରୁମ୍ରେ ଭିଡିଓ କଲ୍ କରି ଜୀବନ ହାରିଦେଲେ ମହିଳା

ହାଇଦ୍ରାବାଦ: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଜଣେ ୨୬ ବର୍ଷୀୟା ମହିଳା ଏକ ହୋଟେଲ ରୁମ୍ରେ ଜୀବନ ହାରି ଦେଇଛନ୍ତି। ପୁଲିସ ଅନୁଯାୟୀ ସେ ବିବାହିତା, ତାଙ୍କର ଜଣେ ଶିଶୁ ଅଛନ୍ତି ଏବଂ ସେ ଏକ ରେସ୍ତୋରାଁରେ କାମ କରୁଥିଲେ। ମହିଳାଙ୍କୁ ରେଣୁକା ବୋଲି ଚିହ୍ନଟ କରାଯାଇଛି। ସେ ହାଇଦ୍ରାବାଦ ବୋଲାରମ ବାସିନ୍ଦା। ପୂର୍ବରୁ ସେ ମୁକାବୋଲିରେ ରହୁଥିଲେ। ଶୁକ୍ରବାର ବଡ଼ି ଭୋର୍ ସମୟରେ ରେଣୁକା ତାଙ୍କ ହୋଟେଲ ରୁମ୍ରେ ଜୀବନ ହାରିଛନ୍ତି।
ସେ ୮ ବର୍ଷ ତଳେ ବିବାହ କରିଥିଲେ ଏବଂ ତାଙ୍କର ଏକ ୭ ବର୍ଷର ପୁଅ ଅଛି। କିନ୍ତୁ ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ। ମହିଳା ଜଣଙ୍କ ତାଙ୍କ ବୟଫ୍ରେଣ୍ଡ୍ ଫାରୁକଙ୍କ ସହ ହୋଟେଲ୍ ରୁମ୍ରେ ପଶିଥିଲେ। ୨ ଜଣ ଗତ ୬ ମାସ ହେବ ସମ୍ପର୍କରେ ଥିଲେ। ସେମାନେ ବିରିୟାନି ଅର୍ଡର କରି ଖାଇଥିଲେ। ଫାରୁକ୍ ପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ହୋଟେଲ ରୁମ୍ ଛାଡ଼ି ଦେଇଥିଲେ।
ତେବେ ରାତି ପ୍ରାୟ ୧୨.୩୦ ସମୟରେ ରେଣୁକା ତାଙ୍କର ଜଣେ ସାଙ୍ଗଙ୍କୁ ଭିଡିଓ କଲ୍ କରିଥିଲେ। ରେଣୁକାଙ୍କ ସାଙ୍ଗଙ୍କର ଜନ୍ମଦିନ ଥିଲା। ଜନ୍ମଦିନ ଶୁଭେଚ୍ଛା ଜଣାଇବାପାଇଁ ସେ ତାଙ୍କୁ ଫୋନ୍ କରିଥିଲେ। ଏହି ସମୟରେ ସେ ତାଙ୍କୁ କହିଥିଲେ ଯେ ମୋର ତୁମ ପାଇଁ ଏକ ଜନ୍ମଦିନ ଉପହାର ଅଛି। ଏହାପରେ ସେ ହୋଟେଲ ରୁମ୍ରେ ଝୁଲି ପଡ଼ିଥିଲେ। ପୁଲିସ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ଅଧିକାରୀମାନେ କହିଛନ୍ତି, ଫାରୁକ ହେଉଛନ୍ତି ଗୋଲ୍କୋଣ୍ଡା ବାସିନ୍ଦା। ସେ ମଧ୍ୟ ବିବାହିତ ଏବଂ ତାଙ୍କର ୩ ପିଲା ଅଛନ୍ତି। ପୁଲିସ ତାଙ୍କୁ ଅଟକ ରଖି ଜେରା କରୁଛି।