GTA 6: ‘ଜିଟିଏ-୬’ କ୍ରେଜରେ ମୋଦୀଙ୍କ ଟ୍ୱିଟ୍: ୧୩ ବର୍ଷର ଗେମିଂ ବ୍ୟବଧାନରେ ଦେଖାଇଲେ ନୂଆ ଭାରତର ଚିତ୍ର
ନୂଆଦିଲ୍ଲୀ: ଦୀର୍ଘ ୧୩ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ବିଶ୍ୱର ସବୁଠାରୁ ବହୁପ୍ରତୀକ୍ଷିତ ଭିଡିଓ ଗେମ୍ 'ଗ୍ରାଣ୍ଡ ଥେଫ୍ଟ ଅଟୋ-୬' (ଜିଟିଏ-୬) ଗୁରୁବାର ମଧ୍ୟରାତ୍ରିରେ ରିଲିଜ୍ ହୋଇଛି।
ସାରା ବିଶ୍ୱର ଗେମରମାନେ କାଳ୍ପନିକ 'ଭାଇସ୍ ସିଟି'ର ଦୁନିଆକୁ ଫେରିବା ପାଇଁ ଉତ୍ସାହର ସହ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସୃଜନଶୀଳ ଢଙ୍ଗରେ ଏହି ଗେମିଂ ଟ୍ରେଣ୍ଡ୍ ସହ ଯୋଡ଼ି ହୋଇଛନ୍ତି।
'ଜିଟିଏ-୫' ଏବଂ 'ଜିଟିଏ-୬' ରିଲିଜ୍ ମଧ୍ୟରେ ଥିବା ୧୩ ବର୍ଷର ବ୍ୟବଧାନକୁ ପ୍ରଧାନମନ୍ତ୍ରୀ ଭାରତର ଐତିହାସିକ ପରିବର୍ତ୍ତନ ଓ ବିକାଶର ଟାଇମଲାଇନ୍ ଭାବେ ଉପସ୍ଥାପନ କରିଛନ୍ତି।
Advertisment ସୋସିଆଲ ମିଡିଆ ପ୍ଲାଟଫର୍ମ ' ଏକ୍ସ ' ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ୨୦୧୩ ସେପ୍ଟେମ୍ବରରେ 'ଜିଟିଏ-୫' ରିଲିଜ୍ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଭାରତ ବିଭିନ୍ନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି।
୨୦୧୪ ମସିହାରେ ତାଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ଦେଶରେ ହୋଇଥିବା ବ୍ୟାପକ ରୂପାନ୍ତରଣର ଚିତ୍ର ସେ ଏହି ପୋଷ୍ଟ ମାଧ୍ୟମରେ ତୋଳି ଧରିଛନ୍ତି।
ମହାକାଶ ଗବେଷଣାରେ ଐତିହାସିକ ସଫଳତା ପ୍ରଧାନମନ୍ତ୍ରୀ ନିଜ ପୋଷ୍ଟରେ ଭାରତ କିଭଳି ବିଶ୍ୱର 'ଫ୍ରାଜାଇଲ୍ ଫାଇଭ୍' (ଦୁର୍ବଳ ପାଞ୍ଚ) ଅର୍ଥନୀତିରୁ ଉଠି ବିଶ୍ୱର ଅନ୍ୟତମ ବୃହତ୍ତମ ଅର୍ଥନୀତି ରେ ପରିଣତ ହୋଇଛି, ତାହା ଦର୍ଶାଇଛନ୍ତି।
ଏହାସହ ଦାରିଦ୍ର୍ୟ ଦୂରୀକରଣ, ୟୁପିଆଇ ଜରିଆରେ ଡିଜିଟାଲ ପେମେଣ୍ଟ ବିପ୍ଳବ, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ସଫଳ ସ୍ୱଚ୍ଛତା ଅଭିଯାନ, ଶସ୍ତା ଇଣ୍ଟରନେଟ୍ ସେବା, ମହାକାଶ ଗବେଷଣାରେ ଐତିହାସିକ ସଫଳତା ଏବଂ ନକ୍ସଲମୁକ୍ତ ଭାରତ ଗଠନ ଦିଗରେ ହୋଇଥିବା କାର୍ଯ୍ୟକୁ ସେ ପ୍ରମୁଖତାର ସହ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ, ରକଷ୍ଟାର ଗେମ୍ସ ଦ୍ୱାରା ନିର୍ମିତ 'ଜିଟିଏ-୬' ଏହି ଫ୍ରାଞ୍ଚାଇଜ୍ ଇତିହାସରେ ସବୁଠାରୁ ଲମ୍ବା ଅପେକ୍ଷାର ଅନ୍ତ ଘଟାଇଛି।
ଜାତିସଂଘରେ ପାକିସ୍ତାନକୁ ସତର୍କ କରାଇଲା ଭାରତ ଫ୍ଲୋରିଡା ଦ୍ୱାରା ଅନୁପ୍ରାଣିତ କାଳ୍ପନିକ ସହର 'ଲିଓନିଡା' ଏବଂ 'ଭାଇସ୍ ସିଟି'ର ପୃଷ୍ଠଭୂମିରେ ନିର୍ମିତ ଏହି ଗେମରେ ଲୁସିଆ କ୍ୟାମିନୋସ୍ ଏବଂ ଜେସନ୍ ଡୁଭାଲ୍ ନାମକ ଦୁଇଟି ମୁଖ୍ୟ ଚରିତ୍ର ରହିଛନ୍ତି।
ବଜାର ବିଶ୍ଳେଷକ ସଂସ୍ଥା 'ସେନ୍ସର ଟାୱାର'ର ଆକଳନ ଅନୁଯାୟୀ, ରିଲିଜ୍ ପୂର୍ବରୁ ଏହାର ପ୍ରି-ଅର୍ଡର ଆୟ ୧.୫ ବିଲିୟନ ଡଲାର ଅତିକ୍ରମ କରିଛି।
ଗେମଟିକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଏତେ ମାତ୍ରାରେ ଉନ୍ମାଦନା ଦେଖାଦେଇଛି ଯେ, ଅନେକ ଗେମର ରାତିସାରା ନଶୋଇ ଗେମ୍ ଖେଳିବା ସହ ଅଫିସରୁ ଛୁଟି ନେଇଥିବା ଦେଖିବାକୁ ମିଳିଛି।
ସମୀକ୍ଷକମାନଙ୍କ ପକ୍ଷରୁ ମଧ୍ୟ ଏହାକୁ 'ମେଟାକ୍ରିଟିକ୍'ରେ ପ୍ରାୟ ଶତପ୍ରତିଶତ ରେଟିଂ ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
