GST Collection: ଅଗଷ୍ଟରେ ୧.୯୯ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ

Sep 01, 2026 - 17:51
GST Collection: ଅଗଷ୍ଟରେ ୧.୯୯ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ

"ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଦେଶରେ ୧,୯୯,୮୫୩ କୋଟି ଟଙ୍କାର ଜିଏସ୍‌ଟିଆଦାୟ ହୋଇଛି।

ଗତବର୍ଷ ଅଗଷ୍ଟରେ ଆଦାୟ ହୋଇଥିବା ୧.୭୪ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ତୁଳନାରେ ଏହା ୧୪.୮ ପ୍ରତିଶତ ଅଧିକ।

ତେବେ ଚଳିତବର୍ଷ ଜୁଲାଇରେ ଆଦାୟ ହୋଇଥିବା ୨.୧୧ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ତୁଳନାରେ ଏହା ପ୍ରାୟ ୧୨ ହଜାର କୋଟି ଟଙ୍କା କମ୍‌।

୨୦୨୬ ଅଗଷ୍ଟରେ ଆଦାୟ ହୋଇଥିବା ୧.୯୯ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ରାଶିରେ ଘରୋଇ ଜିଏସ୍‌ଟି ପରିମାଣ ୧,୩୭,୨୪୯ କୋଟି ଟଙ୍କା ହୋଇଥିବାବେଳେ ଆମଦାନି ବାବଦରେ ଆଦାୟ ହୋଇଥିବା ଜିଏସ୍‌ଟି ରାଶି ୬୨,୬୦୪ କୋଟି ଟଙ୍କାରେ ରହିଛି।

ଗତବର୍ଷ ଅଗଷ୍ଟ ତୁଳନାରେ ଚଳିତବର୍ଷ ଅଗଷ୍ଟରେ ଆମଦାନି ବାବଦ ଜିଏସ୍‌ଟି ରାଶିରେ ୨୯ ପ୍ରତିଶତ ବୃଦ୍ଧି ଦେଖାଦେଇଥିବାବେଳେ ଘରୋଇ ଜିଏସ୍‌ଟି ଆଦାୟ ରାଶିରେ ୯.୩ ପ୍ରତିଶତ ବୃଦ୍ଧି ଘଟିଛି।Advertisment ଅଗଷ୍ଟ ମାସରେ ସରକାର ଜିଏସ୍‌ଟି ରିଫଣ୍ଡ ବାବଦରେ ୩୧,୭୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି, ଯାହାକି ଗତବର୍ଷର ଅଗଷ୍ଟ ତୁଳନାରେ ୬୭.୯ ପ୍ରତିଶତ ଅଧିକ।

ଘରୋଇ ଜିଏ୍‌ଟି ରିଫଣ୍ଡରେ ୭୨.୬ ପ୍ରତିଶତ ବୃଦ୍ଧି ଘଟି ୧୮,୪୯୦ କୋଟି ଟଙ୍କାରେ ରହିଛି।

ରିଫଣ୍ଡ୍‌ ପରେ ସରକାରଙ୍କ ନିଟ୍‌ ଜିଏସ୍‌ଟି ରାଜସ୍ବ ଅଗଷ୍ଟ ମାସରେ ୧,୬୮,୦୫୭ କୋଟି ଟଙ୍କା ହୋଇଛି, ଯାହାକି ଗତବର୍ଷ ଅଗଷ୍ଟରେ ୧,୫୫,୧୮୧ କୋଟି ଟଙ୍କାରେ ରହିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)