Green Signal for New Jetty ଚନ୍ଦନୀପାଳରେ ଜେଟି ନିର୍ମାଣକୁ ସବୁଜ ସଙ୍କେତ

Sep 02, 2026 - 19:26
Green Signal for New Jetty ଚନ୍ଦନୀପାଳରେ ଜେଟି ନିର୍ମାଣକୁ ସବୁଜ ସଙ୍କେତ

"ଧାମରା (ହରିହର ନାୟକ): ଧାମରା ନିକଟ ଚନ୍ଦନୀପାଳରେ ନୂତନ ଜେଟି ନିର୍ମାଣ ଲାଗି ସବୁଜ ସଙ୍କେତ ମିଳିଛି।

Advertisment ସୂଚନା ଅନୁଯାୟୀ, ଅମରନଗର ମୌଜାରେ ଜେଟି ନିର୍ମାଣ ନିମନ୍ତେ ଜମି  ଚିହ୍ନଟ ହୋଇଥିଲା।

ଏହି ଜମିର କିସମ ପରିବର୍ତନ ହେବା ସହ ମତ୍ସ୍ୟ  ବିଭାଗ ନାମରେ ଜମି ହସ୍ତାନ୍ତର  ହୋଇଛି।

ଏଠାରେ ଜେଟି ନିର୍ମାଣ ହେଲେ ଭଦ୍ରକ ଓ  କେନ୍ଦ୍ରାପଡା ଜିଲାର  ମତ୍ସ୍ୟଜୀବୀମାନେ ଉପକୃତ ହେବେ ବୋଲି ବିଭାଗ ଆଶା ବ୍ୟକ୍ତ କରିଛି।

Fishing ports: ଡିସେମ୍ବର ସୁଦ୍ଧା ୨ଟି ମାଛଧରା ବନ୍ଦର: ୪ଟି ରୋ-ପାକ୍ସ ଜେଟି ବି କାର୍ଯ୍ୟକ୍ଷମ ହେବ ରାଜ୍ୟ ସରକାରଙ୍କର ବନ ବିଭାଗ, ପ୍ରତିରକ୍ଷା ବିଭାଗ, ସିଆରଜେଡ ଏବଂ ଏନ୍‌ଜିଟି ପାଖରେ ମତ୍ସ୍ୟବିଭାଗ ପକ୍ଷରୁ ଜେଟି ନିର୍ମାଣ ପାଇଁ  ପ୍ରଥମ ଆବେଦନ କରିଥିଲେ।

ଏହି ପ୍ରକଳ୍ପକୁ ସମସ୍ତ ବିଭାଗ ଠାରୁ ଅନୁମୋଦନ ମିଳିବା ପରେ  ପ୍ରଥମ  ପର୍ଯ୍ୟାୟରେ ଅର୍ଥ  ବିଭାଗ ପକ୍ଷ ରୁ  ୩୧.୪୯ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଜେଟି ନିର୍ମାଣ  ପାଇଁ ବ୍ୟୟ ବରାଦ ହୋଇଛି।

ଏ ଖୁବ୍‌ଶୀଘ୍ର ଏହି କାର୍ଯ୍ୟ ପାଇଁ ଟେଣ୍ଡର କରା‌ଯିବ ବୋଲି ମତ୍ସ୍ୟ ବିଭା ବିଭାଗ ସୂତ୍ରରୁ ଜଣାପଡ଼ିଛି।।

Fishing Harbour: ଡିସେମ୍ବର ସୁଦ୍ଧା ଚାନ୍ଦିପୁର ମାଛଧରା ବନ୍ଦର: ସେପ୍ଟେମ୍ବରରେ ରୋ-ପାକ୍ସ ଜେଟି ସୂଚନା  ଯୋଗ୍ୟ, ୨୦୨୧ ମସିହାରେ ଇଆଇଟିର ୪ ଜଣିଆ ଟିମ  ଓ ଚେନ୍ନଇ ଆଇଆଇଟି ର  ବୈକ୍ଷୟିକ ଦଳ ଆସି କ୍ଷେତ୍ରୀୟ ପରିଦର୍ଶନ କରିବା  ସହ ସମୁଦ୍ରର ତରଙ୍ଗ ଉପରେ ଅନୁଧ୍ୟାନ କରିଥିଲେ।

ସେହିପରି ଧାମରାଠାରେ  ସମୁଦ୍ରର  ଜୁଆର-ଭଟ୍ଟାକୁ  ଉପଗ୍ରହ ମାଧ୍ୟମରେ ସମସ୍ତ ଅନୁସନ୍ଧାନ ସାରି ଚୂଡାନ୍ତ  ରିପୋର୍ଟ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗକୁ ପ୍ରଦାନ କରିଥିଲେ।

ପରେ ଇଞ୍ଜିନିୟରିଂ ଇଣ୍ଡିଆ ଲିମିଟେଡ ନାମକ ଏକ ପବ୍ଲିକ ସେକ୍ଟର ୟୁନିଟ ଆସି ଏହି ଜେଟି ନିର୍ମାଣ ପୂର୍ବରୁ ସର୍ଭେ କରି ଏକ ରିପୋର୍ଟ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)