Governor’s Police ADC ଓଡ଼ିଶା ରାଜ୍ୟପାଳଙ୍କ ପୁଲିସ୍ ଏଡିସି ଭାବେ ଯୋଗ ଦେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ

Aug 25, 2026 - 19:00
Governor’s Police ADC ଓଡ଼ିଶା ରାଜ୍ୟପାଳଙ୍କ ପୁଲିସ୍ ଏଡିସି ଭାବେ ଯୋଗ ଦେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ

"ଭୁବନେଶ୍ୱର: ଆଇପିଏସ ଅଧିକାରୀ ଅନୁଗୁ ଶିବା ମାରୁତି ରେଡ୍ଡୀ ଆଜି (ମଙ୍ଗଳବାର) ଓଡ଼ିଶାର ରାଜ୍ୟପାଳ ଡ ହରିବାବୁ କମ୍ଭମପାଟିଙ୍କ ଏଡିସି (ଏଡ୍‌-ଡି-କ୍ୟାମ୍ପ) ଭାବେ ଯୋଗ ଦେଇଛନ୍ତି।Advertisment ଲୋକ ଭବନରେ ଏକ ଔପଚାରିକ ସମାରୋହରେ ରାଜ୍ୟପାଳ ରେଡ୍ଡୀଙ୍କୁ ନୂତନ ଦାୟିତ୍ୱରେ ସ୍ୱାଗତ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା- ଶାସନ ସଚିବ ଡ.

ରୂପା ରୋଶନ ସାହୁଙ୍କ ସମେତ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Odisha Governor at Mahendragiri ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ ଏହି ନୂତନ ପଦବୀ ଗ୍ରହଣ କରିବା ପୂର୍ବରୁ ଶ୍ରୀରେଡ୍ଡୀ ଜି.

ଉଦୟଗିରିର ସବ୍-ଡିଭିଜନାଲ୍ ପୁଲିସ୍ ଅଫିସର୍ (ଏସଡିପିଓ) ଭାବେ କାର୍ଯ୍ୟରତ ଥିଲେ।

ପୂର୍ବରୁ ରାଜ୍ୟପାଳଙ୍କ ପୁଲିସ ଏଡିସି ଭାବେ କାର୍ଯ୍ୟରତ ଥିବା ଆଇପିଏସ୍ ଅଧିକାରୀ ଅନନ୍ୟା ଅୱସ୍ଥୀଙ୍କ ସ୍ଥାନରେ  ଶ୍ରୀ ରେଡ୍ଡୀ ଯୋଗ ଦେଇଛନ୍ତି।

Odisha Governor Advises ୨୦୨୩ ବ୍ୟାଚ୍‌ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ରାଜ୍ୟପାଳଙ୍କ ପରାମର୍ଶ, ଜନକଲ୍ୟାଣ ଯୋଜନାକୁ ଭଲଭାବେ ଜାଣନ୍ତୁ ଓଡ଼ିଶା ରାଜ୍ୟପାଳଙ୍କୁ ଦୁଇ ଜଣ ଏଡିସି ସହାୟତା କରିଥାନ୍ତି I  ଜଣେ ଭାରତୀୟ ନୌସେନାରୁ ଓ ଅନ୍ୟ ଜଣେ ଓଡ଼ିଶା ପୁଲିସରୁ।

ବର୍ତମାନ ଲେଫ୍ଟନାଣ୍ଟ ହର୍ଷିତ ଦେଓ ନୌସେନା ଏଡିସି ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ରେଡ୍ଡୀ ପୁଲିସ୍ ଏଡିସି ଭାବେ ଯୋଗ ଦେଇଛନ୍ତି।ସୂଚନାଯୋଗ୍ୟ, ଏଡିସି ରାଜ୍ୟପାଳଙ୍କ ଔପଚାରିକ କାର୍ଯ୍ୟକ୍ରମ, ଆନୁଷ୍ଠାନିକ ଉତ୍ସବ ଏବଂ ଅନ୍ୟାନ୍ୟ ପ୍ରୋଟୋକଲ୍ ସମ୍ପର୍କୀୟ ଦାୟିତ୍ୱରେ ସହାୟତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)