Government Warns Users Against WhatsApp Web: ଅଫିସ୍ କମ୍ପ୍ୟୁଟରରେ ହ୍ଵାଟ୍ସଆପ ୱେବ୍ ଖୋଲୁଛନ୍ତି କି? ସାବଧାନ କଲେ ସରକାର

Nov 23, 2026 - 17:08
Government Warns Users Against WhatsApp Web: ଅଫିସ୍ କମ୍ପ୍ୟୁଟରରେ ହ୍ଵାଟ୍ସଆପ ୱେବ୍ ଖୋଲୁଛନ୍ତି କି? ସାବଧାନ କଲେ ସରକାର

ଅଫିସ୍ କିମ୍ବା ଅନ୍ୟ କାହାର କମ୍ପ୍ୟୁଟରରେ WhatsApp Web ବ୍ୟବହାର କରୁଛନ୍ତି କି?

ତେବେ ଟିକେ ସାବଧାନ ହୋଇଯାଆନ୍ତୁ।

ଆପଣଙ୍କର ଗୋଟିଏ ଛୋଟ ଭୁଲ୍, ସାଇବର ଅପରାଧୀଙ୍କୁ ଦେଇପାରେ ଆପଣଙ୍କ ବ୍ୟକ୍ତିଗତ ଚାଟ୍ ଓ ଆକାଉଣ୍ଟର ପ୍ରବେଶ ଅଧିକାର।

ଏନେଇ ସତର୍କ କରାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ସାଇବର କ୍ରାଇମ୍ ସମନ୍ୱୟ କେନ୍ଦ୍ର I4C।

Advertisment ସଂସ୍ଥାର ସତର୍କ ସୂଚନା ଅନୁସାରେ, କମ୍ପ୍ୟୁଟରରେ WhatsApp Web ଲଗ୍‌ଇନ୍ ରହିଗଲେ ଅନ୍ୟ ବ୍ୟକ୍ତି ଆପଣଙ୍କ ମେସେଜ୍, କଣ୍ଟାକ୍ଟ ଓ ଗ୍ରୁପ୍ ଚାଟ୍ ଦେଖିପାରନ୍ତି।

ଏପରିକି ଆପଣଙ୍କ ନାଁରେ ମେସେଜ୍ ପଠାଇ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କୁ ଠକେଇ କରିବାର ଆଶଙ୍କା ମଧ୍ୟ ରହିଛି।

ସବୁଠାରୁ ବଡ଼ କଥା ହେଉଛି, ବ୍ରାଉଜର୍‌ର ଟ୍ୟାବ୍ କିମ୍ବା ୱିଣ୍ଡୋ ବନ୍ଦ କରିଦେଲେ WhatsApp Web ଲଗ୍‌ଆଉଟ୍ ହୁଏ ନାହିଁ।

ତେଣୁ ପ୍ରତ୍ୟେକ ଥର ବ୍ୟବହାର ପରେ ନିଜେ ମାନୁଆଲ୍ ଲଗ୍‌ଆଉଟ୍ କରିବାକୁ ପରାମର୍ଶ ଦେଇଛି I4C।

Advertisment ବିଶେଷକରି ସାଇବର କାଫେ, ହୋଟେଲ୍ ବିଜନେସ୍ ସେଣ୍ଟର୍, ପବ୍ଲିକ୍ କମ୍ପ୍ୟୁଟର କିମ୍ବା ଅନ୍ୟର ଡିଭାଇସ୍‌ରେ WhatsApp Web ବ୍ୟବହାର ନକରିବାକୁ କୁହାଯାଇଛି।

ବାଧ୍ୟ ହୋଇ ବ୍ୟବହାର କରିବାକୁ ପଡ଼ିଲେ ଇନକଗ୍ନିଟୋ ବା ପ୍ରାଇଭେଟ୍ ବ୍ରାଉଜିଂ ମୋଡ୍ ବ୍ୟବହାର କରନ୍ତୁ।

ଏହାସହ ସରକାରୀ, ଆର୍ଥିକ ଓ ଗୋପନୀୟ ତଥ୍ୟ ଏଭଳି କମ୍ପ୍ୟୁଟରରେ ଆଦାନପ୍ରଦାନ ନକରିବାକୁ ପରାମର୍ଶ ଦିଆଯାଇଛି।

ଆକାଉଣ୍ଟରୁ ଅଜଣା ମେସେଜ୍ ଯାଉଛି କିମ୍ବା କୌଣସି ଅସ୍ୱାଭାବିକ କାର୍ଯ୍ୟକଳାପ ଦେଖାଯାଉଛି କି, ତାହା ଉପରେ ନଜର ରଖନ୍ତୁ।

ଡିଭାଇସ୍, ବ୍ରାଉଜର୍ ଓ ସୁରକ୍ଷା ସଫ୍ଟୱେର୍‌କୁ ଅପଡେଟ୍ ରଖନ୍ତୁ।

ମନେ ରଖନ୍ତୁ, କେବଳ ଟ୍ୟାବ୍ ବନ୍ଦ କରିଦେବା ଯଥେଷ୍ଟ ନୁହେଁ; WhatsApp Webରୁ ଲଗ୍‌ଆଉଟ୍ କରିବା ହିଁ ଆପଣଙ୍କ ଆକାଉଣ୍ଟ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)