Government : ୧୦ ଦିନରେ ୪ ହଜାର ଟନ୍ ପିଆଜ ବିକ୍ରି କଲେ ସରକାର: ଦିଲ୍ଲୀ ଓ ଚେନ୍ନାଇ ପରେ ଏବେ ଆସାମ ଯିବ 'ପିଆଜ ଏକ୍ସପ୍ରେସ୍'

Sep 07, 2026 - 16:48
Government : ୧୦ ଦିନରେ ୪ ହଜାର ଟନ୍ ପିଆଜ ବିକ୍ରି କଲେ ସରକାର: ଦିଲ୍ଲୀ ଓ ଚେନ୍ନାଇ ପରେ ଏବେ ଆସାମ ଯିବ 'ପିଆଜ ଏକ୍ସପ୍ରେସ୍'

"ନୂଆଦିଲ୍ଲୀ: ଦେଶରେ ପିଆଜର ବୃଦ୍ଧି ପାଉଥିବା ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ରିହାତି ଦରରେ ପିଆଜ ବିକ୍ରି ଆରମ୍ଭ ହେବାର ପ୍ରଥମ ୧୦ ଦିନ ମଧ୍ୟରେ ସରକାର ଦେଶର ୧୭ଟି ଭିନ୍ନ ଭିନ୍ନ ସହରରେ ପ୍ରାୟ ୪,୦୦୦ ଟନ୍ ପିଆଜ ବିକ୍ରି କରିସାରିଛନ୍ତି।

କେନ୍ଦ୍ର ସରକାରଙ୍କ ପାଖରେ ଏବେ 'ନ୍ୟାସନାଲ କୋଅପରେଟିଭ କନଜ୍ୟୁମର୍ସ ଫେଡେରେସନ' (NCCF) ଏବଂ 'ନ୍ୟାସନାଲ ଆଗ୍ରିକଲଚରାଲ କୋଅପରେଟିଭ ମାର୍କେଟିଂ ଫେଡେରେସନ' (NAFED) ଜରିଆରେ ପ୍ରାୟ ୧.୨୧ ଲକ୍ଷ ଟନ୍ ପିଆଜର ଷ୍ଟକ୍ ରହିଛି।Advertisment ଆହୁରି ପଢନ୍ତୁ :Nitin Gadkari: ମୁଁ ଶିକ୍ଷିତ ଅଞ୍ଚଳ ଅପେକ୍ଷା ଅପରାଧିକ ଅଞ୍ଚଳରୁ ଅଧିକ ଭୋଟ୍ ପାଇଛି: ଗଡକରୀ 'ପିଆଜ ଏକ୍ସପ୍ରେସ୍' ଜରିଆରେ ପିଆଜ ଯୋଗାଣପିଆଜ ଦର ଉପରେ ରୋକ୍ ଲଗାଇବା ପାଇଁ ଏହି ଏଜେନ୍ସିଗୁଡ଼ିକ ଉତ୍ପାଦକ ରାଜ୍ୟଗୁଡ଼ିକରୁ ପିଆଜ ଆଣି ଅଧିକ ଚାହିଦା ଥିବା ସହରଗୁଡ଼ିକରେ ପହଞ୍ଚାଉଛନ୍ତି।

ଏହି ପରିବହନ ପାଇଁ ସ୍ୱତନ୍ତ୍ର ମାଲବାହୀ ଟ୍ରେନ୍ 'ପିଆଜ ଏକ୍ସପ୍ରେସ୍' ଏବଂ ଟ୍ରକଗୁଡ଼ିକର ବ୍ୟବହାର କରାଯାଉଛି।

ଦିଲ୍ଲୀ ଏବଂ ଚେନ୍ନାଇରେ ପିଆଜ ଏକ୍ସପ୍ରେସ୍ ଜରିଆରେ ପିଆଜ ପହଞ୍ଚି ସାରିଥିବା ବେଳେ ଏବେ ଆସାମର ଗୌହାଟୀ ପଠାଯିବା ପାଇଁ ପ୍ରସ୍ତୁତି ଚାଲିଛି।

ଆହୁରି ପଢନ୍ତୁ :National Level: ପୁଣି ଜାତୀୟସ୍ତରରେ ଚମକିଲା ରାଉରକେଲା ଚିହ୍ନଟ କରାଯାଇଥିବା ସହରଗୁଡ଼ିକରେ ସାଧାରଣ ଜନତାଙ୍କ ପାଇଁ କିଲୋଗ୍ରାମ ପ୍ରତି ୩୫ ଟଙ୍କା ରିହାତି ଦରରେ ପିଆଜ ବିକ୍ରି କରାଯାଉଛି।

ଉପଭୋକ୍ତା ବ୍ୟାପାର ସଚିବଙ୍କ କହିବା ଅନୁଯାୟୀ, ବଫର ଷ୍ଟକରୁ ପିଆଜ ଯୋଗାଣ ହେବା ଫଳରେ ବଜାରରେ ପିଆଜ ଦରରେ ସାମାନ୍ୟ ହ୍ରାସ ଘଟିଛି, ଯାହା ଖାଉଟିଙ୍କୁ ଆଶ୍ୱସ୍ତି ଦେଇଛି।

ଆହୁରି ପଢନ୍ତୁ :Baisinga police: ଛେଳି ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ବୈଶିଙ୍ଗା ପୁଲିସ ସୂଚନାଯୋଗ୍ୟ ଯେ, ଅସମୟରେ ବର୍ଷା ହେବା ହେତୁ ରବି ପିଆଜ ଫସଲ ଅମଳ ସମୟରେ କିଛିଟା କ୍ଷତିଗ୍ରସ୍ତ ହୋଇଥିଲା।

ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ପିଆଜର ହାରାହାରି ଖୁଚୁରା ମୂଲ୍ୟ କିଲୋ ପ୍ରତି ୫୦.୭୯ ଟଙ୍କା ରହିଥିବା ବେଳେରିହାତିବିକ୍ରି ଆରମ୍ଭ ବେଳେ ଏହା ୪୮.୫୦ ଟଙ୍କା ଥିଲା।

କେବଳ NCCF ଏପର୍ଯ୍ୟନ୍ତ ବିଭିନ୍ନ ସହରରେ ୧,୫୦୦ ଟନ୍ ପିଆଜ ଖୁଚୁରା ବ୍ୟବସାୟ ଜରିଆରେ ବିକ୍ରି କରିସାରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)