Goud Community ୬ ଦଫା ଦାବିରେ ଗୌଡ଼ ସମାଜର ହକ୍ ଅଧିକାର ସମାବେଶ

Oct 06, 2026 - 16:51
Goud Community ୬ ଦଫା ଦାବିରେ ଗୌଡ଼ ସମାଜର ହକ୍ ଅଧିକାର ସମାବେଶ

"ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା):  ନିଜ ହକ୍‌ ଓ ଅଧିକାର ପାଇଁ ଆଜି ଏକଜୁଟ ହେଲା ମାଲକାନଗିରି ଜିଲ୍ଲା ଗୌଡ଼ ସମାଜ।

ଜିଲ୍ଲା ଗୌଡ଼ ସମାଜ ପକ୍ଷରୁ ଆୟୋଜିତ ଗୌଡ଼ମାନଙ୍କ  ଅଧିକାର ସମାବେଶରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଗୌଡ଼ ସମାଜର ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

Advertisment SC-ST-OBC ପିଲାଙ୍କୁ ଛାତ୍ରବୃତ୍ତି: ବାର୍ଷିକ ମିଳିବ ୫ରୁ ୧୦ ହଜାର, ଏପ୍ରିଲ ୩୦ ଯାଏଁ କରିପାରିବେ ଆବେଦନ ଗୌଡ଼ ସମାଜ ପକ୍ଷରୁ ପ୍ରଥମେ ବସ୍‌ଷ୍ଟାଣ୍ଡରୁ ଡିଏନ୍‌କେ ଖେଳ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା କରାଯାଇଥିଲା।

ପରେ ଡିଏନ୍‌କେ ଖେଳ ପଡ଼ିଆରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଗୌଡ ସମାଜର ମହିଳା ପୁରୁଷ ଏକତ୍ରିତ ହୋଇଥିଲେ।

ସାଧାରଣ ସଭାରେ ରାଜ୍ୟ ଯାଦମ ସମାଜର ଉପସଭାପତି ହୃଷିକେଶ ଗୌଡ଼ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଉତ୍କଳ ଯାଦମ ମହାସଂଘର ସେକ୍ରେଟାରୀ ଜେନେରାଲ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାଧାରଣ ସଂପାଦକ ଅମିତ ନାୟକ,ଜିଲ୍ଲା ଗୌଡ଼ ସମାଜ ପ୍ରତିଷ୍ଠାତା କବିରାଜ ପରମେଶ୍ବର ପାତ୍ର, କୋରାପୁଟ ଜିଲ୍ଲା ସଭାପତି ମଦନ ନାୟକ, ସୀମାଞ୍ଜଳ ମହାଙ୍କୁଡ଼,ପର୍ଶୁରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

OBC reservation: ଓବିସି ସଂରକ୍ଷଣ ଉପରେ ବଡ଼ ରାୟ: ଆୟ ଆଧାରରେ କ୍ରିମି ଲେୟର ସ୍ଥିର କରାଯାଇ ପାରିବ ନାହିଁ ବକ୍ତାମାନେ ଗୌଡ଼ ସମାଜର ବିଭିନ୍ନ ସମସ୍ୟା ଓ ଅଧିକାର ନେଇ ଆଲୋଚନା କରିଥିଲେ।

ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା।

ସମାଜର ଦାବି ମଧ୍ୟରେ ଗୌଡ଼ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ସୁବିଧା, ପାରମ୍ପରିକ ଭାବେ ଜଙ୍ଗଲ ଜମିରେ ବସବାସ କରୁଥିବା ପରିବାରଙ୍କୁ ଜମି ପଟ୍ଟା, ରାଜନୈତିକ କ୍ଷେତ୍ରରେ ପଛୁଆ ବର୍ଗ ଗୌଡ଼ଙ୍କ ପାଇଁ ସଂରକ୍ଷଣ, ପଛୁଆ ବର୍ଗଙ୍କ ପାଇଁ ଥିବା ୨୭ ପ୍ରତିଶତ ସଂରକ୍ଷଣକୁ କଡ଼ାକଡ଼ି ଭାବେ ଲାଗୁ, ଗୋଚର ଓ ଗୋଧଡ଼ଶ ଜମିକୁ ଜବରଦଖଲମୁକ୍ତ କରି ଗୋସମ୍ପଦର ସୁରକ୍ଷା ଏବଂ ଗୌଡ଼ ସମାଜର ଉନ୍ନତି ପାଇଁ ସ୍ୱତନ୍ତ୍ର ଗୌଡ଼ ବିକାଶ ପରିଷଦ ଗଠନ ଆଦି ଦାବି ରହିଛି।

ସମାବେଶରେ ଗୌଡ଼ ସମାଜର ଅଧିକାର, ଶିକ୍ଷା, ଜମି, ସଂରକ୍ଷଣ ଓ ସାମାଜିକ ବିକାଶ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଥିଲା।

National OBC Comission: ୨୯ ତାରିଖରେ ହେବ ଜାତୀୟ ଓବିସି ଆପତ୍ତି ଅଭିଯୋଗ ଶୁଣାଣି ମାଲକାନଗିରି ଗୌଡ ସମାଜ ପକ୍ଷରୁ ସଭାପତି ମଙ୍ଗରାଜ ହନ୍ତାଳ,ଉପଦେଷ୍ଟା ଗଣପତି ଗୌଡ,ରାମ ଚନ୍ଦ୍ର ହନ୍ତାଳ,ଉପସଭାପତି ଲକ୍ଷ୍ମଣ ଗୌଡ,ସଂପାଦକ ସଦାଶିବ ହନ୍ତାଳ,ରାମଦେବ କସରିଆ,ସୁବାଷ ଗୌଡ,କୋଷାଧ୍ୟକ୍ଷ ବିଜୟ କୁମାର ଗୌଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)