Google Travel Trends 2026: ଭାରତୀୟଙ୍କ ନୂଆ ଟ୍ରାଭେଲ୍ ଟ୍ରେଣ୍ଡ୍, ୨୦୨୬ରେ ଏହି ଜିନିଷର ବଢ଼ିଲା ଚାହିଦା
ଛୁଟି ମାନେ କେବଳ ବୁଲାବୁଲି, ମଜାମସ୍ତି ଆଉ ଫଟୋ ଉଠାଇବା ନୁହେଁ।
ଏବେ ଭାରତୀୟଙ୍କ ଛୁଟି କଟାଇବାର ଢଙ୍ଗ ବଦଳିବାରେ ଲାଗିଛି।
କିଏ ଯୋଗ ଓ ଧ୍ୟାନ କରି ମନକୁ ଶାନ୍ତ ରଖିବାକୁ ଚାହୁଁଛନ୍ତି, ତ ଆଉ କିଏ ଫିଟନେସ୍ ଓ ସୁସ୍ଥ ଜୀବନଶୈଳୀକୁ ଛୁଟିର ଅଂଶ କରୁଛନ୍ତି।
ଗୁଗୁଲ୍ର ୨୦୨୬ ଟ୍ରାଭେଲ୍ ଟ୍ରେଣ୍ଡ୍ ରିପୋର୍ଟ ଏହି ବଦଳୁଥିବା ରୁଚିର ରୋଚକ ଚିତ୍ର ସାମ୍ନାକୁ ଆଣିଛି।
Advertisment ନଭେମ୍ବର ୨୩ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୬ରେ ଭାରତରେ 'ୱେଲନେସ୍ ଟ୍ରାଭେଲ୍' ସମ୍ପର୍କିତ ସର୍ଚ୍ଚ ୧୬୦୦ ପ୍ରତିଶତ ବୃଦ୍ଧି ପାଇଛି।
ସେହିପରି 'ଫିଟନେସ୍ ଟ୍ରିପ୍' ସର୍ଚ୍ଚ ୯୫୦ ପ୍ରତିଶତ ବଢ଼ିଥିବା ବେଳେ 'ସାଇଲେଣ୍ଟ ରିଟ୍ରିଟ୍' ସର୍ଚ୍ଚରେ ୧୫୦ ପ୍ରତିଶତ ବୃଦ୍ଧି ହୋଇଛି।
ଅର୍ଥାତ୍ ଛୁଟିରେ କେହି ଶରୀରକୁ ଫିଟ୍ ରଖିବାକୁ ଚାହୁଁଛନ୍ତି, ତ ଆଉ କିଏ ମୋବାଇଲ୍, କୋଳାହଳ ଓ ଦୈନନ୍ଦିନ ବ୍ୟସ୍ତତାଠାରୁ ଦୂରେଇ ନିରବତାରେ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି।
କେବଳ ସେତିକି ନୁହେଁ, ନୂଆ ଓ ଅଜଣା ପର୍ଯ୍ୟଟନସ୍ଥଳୀ ଖୋଜିବାର ଆଗ୍ରହ ମଧ୍ୟ ବଢ଼ିଛି।
'ହିଡେନ୍ ଜେମ୍ସ ଇଣ୍ଡିଆ' ସର୍ଚ୍ଚ ୪୦୦ ପ୍ରତିଶତ ବଢ଼ିଥିବା ବେଳେ 'ଟ୍ରାଭେଲ୍ କମ୍ୟୁନିଟି' ସର୍ଚ୍ଚରେ ମଧ୍ୟ ୪୦୦ ପ୍ରତିଶତ ବୃଦ୍ଧି ହୋଇଛି।
ଏପରିକି 'ଏଆଇ ଫର୍ ଟ୍ରାଭେଲ୍' ସର୍ଚ୍ଚ ୬୦୦ ପ୍ରତିଶତ ବଢ଼ିଛି।
ଅନ୍ୟପଟେ, ନିକଟସ୍ଥ ଏକଦିନିଆ ଭ୍ରମଣ ପାଇଁ ସର୍ଚ୍ଚ ୧୩୦ ପ୍ରତିଶତ ବଢ଼ିଛି।
ସ୍କାଏସ୍କାନର୍ର ଅନ୍ୟ ଏକ ରିପୋର୍ଟ ଅନୁସାରେ, ୯୧ ପ୍ରତିଶତ ଭାରତୀୟ ଯାତ୍ରୀ ୱେଲନେସ୍ କେନ୍ଦ୍ରିକ ରହଣି ପ୍ରତି ଆକର୍ଷିତ।
ତେବେ ଏହି ତଥ୍ୟ ଦର୍ଶାଉଛି, ଏବେ ଭାରତୀୟଙ୍କ ପାଇଁ ଛୁଟିର ଅର୍ଥ କେବଳ ନୂଆ ସ୍ଥାନ ବୁଲିବା ନୁହେଁ, ବରଂ ନିଜ ପାଇଁ କିଛି ସମୟ ବାହାର କରିବା ମଧ୍ୟ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
