Goodwill Day: ସଦ୍‌ଭାବନା ଦିବସ

Aug 20, 2026 - 07:31
Goodwill Day: ସଦ୍‌ଭାବନା ଦିବସ

"୧୯୪୪ ମସିହା ଅଗଷ୍ଟ ୨୦ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ଜନ୍ମ ହୋଇଥିଲା।

ଭାରତକୁ ଏକ ଉନ୍ନତ ଦେଶ ଭାବେ ଗଢ଼ି ତୋଳିବାର ସ୍ବପ୍ନ ଦେଖିଥିବା ସ୍ବର୍ଗତ ଗାନ୍ଧୀଙ୍କ ସ୍ମୃତିରେ ୧୯୯୨ ମସିହାରୁ ତାଙ୍କ ଜନ୍ମଦିନକୁ ସଦ୍‌ଭାବନା ଦିବସ ଭାବେ ପାଳନ କରାଯାଉଛି।

ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଲା ଜାତୀୟ ସଂହତି, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ସାମାଜିକ ବନ୍ଧନକୁ ପ୍ରୋତ୍ସାହିତ କରିବା।

Advertisment Vedanta Aluminium: ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷା, ନେତୃତ୍ବ ଓ ବିକାଶର ସୁଯୋଗ ରାଜୀବ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ତଥା ଜବାହରଲାଲ ନେହରୁଙ୍କ ନାତି।

୧୯୮୪ରେ ମାଆ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜୀବ ମାତ୍ର ୪୦ ବର୍ଷ ବୟସରେ ଭାରତର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୮୪ ଡିସେମ୍ବରରେ ହୋଇଥିବା ସାଧାରଣ ନିର୍ବାଚନରେ ରାଜୀବଙ୍କ ନେତୃତ୍ବରେ କଂଗ୍ରେସ୍‌ ଦଳ ମୋଟ ୪୧୧ଟି ଲୋକସଭା ଆସନରେ ବିଜୟ ଲାଭ କରିଥିଲା, ଯାହା ଏକ ରେକର୍ଡ ହୋଇ ରହିଛି।

ତାଙ୍କ କାର୍ଯ୍ୟକାଳରେ ପ୍ରଯୁକ୍ତିବିଦ୍ୟା ଜରିଆରେ ଭାରତର ଆଧୁନିକୀକରଣ, ଅନ୍ତର୍ଜାତୀୟ ସମ୍ପର୍କ ସୁଦୃଢ଼ୀକରଣ ଓ ଯୁବପିଢ଼ିର ସଶକ୍ତୀକରଣ ଲାଗି ଉଦ୍ୟମ କରାଯାଇଥିଲା।

Education: ନିଶାରେ ଚୁର ରହୁଛନ୍ତି ଏହି ସ୍କୁଲର ଏମଏଲଇ ଶିକ୍ଷକ!

ବିଇଓ କହିଲେ— ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ ରାଜୀବ ୧୯୮୪ ଅକ୍‌ଟୋବର‌ ୩୧ରୁ ୧୯୮୯ ଡିସେମ୍ବର‌ ୨ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ।

ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ "ଏଆର୍‌ ଇଣ୍ଡିଆ"ର ପାଇଲଟ୍‌ ଭାବେ କାର୍ଯ୍ୟ କରିଥିଲେ।

୧୯୯୧ ମେ ୨୧ ତାରିଖରେ ନିର୍ବାଚନ ପ୍ରଚାର ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ ଦ୍ବାରା ତାଙ୍କର ହତ୍ୟା କରାଯାଇଥିଲା।

ତାଙ୍କୁ ମରଣୋତ୍ତର "ଭାରତରତ୍ନ" ଉପାଧି ପ୍ରଦାନ କରାଯାଇଥିଲା।

ତାଙ୍କ ତିରୋଧାନର ବର୍ଷକ ପରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ତାଙ୍କ ଜନ୍ମଦିନକୁ ସଦ୍‌ଭାବନା ଦିବସ ଭାବେ ପାଳନ ପାଇଁ ପ୍ରସ୍ତାବ ରଖାଯିବା ସହ ରାଜୀବ ଗାନ୍ଧୀ ଜାତୀୟ ସଦ୍‌ଭାବନା ପୁରସ୍କାରର ପ୍ରଚଳନ କରାଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media