Gold Rate Today: ବିବାହ ଋତୁ ଆରମ୍ଭରୁ ଉପରମୁହାଁ ସୁନା ଓ ରୁପା ଦର, ଆଜି ପୁଣି ବଢିଗଲା; ଜାଣନ୍ତୁ କେତେ ଅଛି ମୂଲ୍ୟ...
ନଭେମ୍ବର ମାସରେ କ୍ରମାଗତ ହ୍ରାସ ପରେ ଏବେ ପୁଣି ଉପରମୁହାଁ ହୋଇଛି ସୁନା ଦର।
ଗତ ଦୁଇ ଦିନ ଧରି ସୁନା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି।
ବିବାହ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ସୁନା ଓ ରୁପା ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
ବଜାର ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ହ୍ରାସ ପରେ ସୁନା କିଣିବାକୁ ନିବେଶକଙ୍କ ଆଗ୍ରହ, ଡଲାରର ଦୁର୍ବଳତା ଏବଂ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ପାଉଥିବା ଯୋଗୁଁ ସୁନା ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି।
ଭାରତରେ ବିବାହ ଋତୁ ଚାଲିଥିବାରୁ ସୁନା ଗହଣା କିଣିବା ପାଇଁ ଗ୍ରାହକଙ୍କ ଚାହିଦା ମଧ୍ୟ ରହିଛି।
ବିବାହ, ଉତ୍ସବ ଓ ପାରମ୍ପରିକ କାର୍ଯ୍ୟ ପାଇଁ ସୁନା କିଣାଯାଉଥିବା ମଧ୍ୟ ସୁନା ଦର ବୃଦ୍ଧିର ଏକ କାରଣ।
Advertisment ଗତ କାଲି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୪୦୦ ଟଙ୍କା ବଢିଥିବା ବେଳେ ଆଜି ୧୬୦୦ ଟଙ୍କା ବଢିଛି।
ସେହିପରି ୨୪ କ୍ୟାରେଟ ସୁନା ଦର ୧୭୫୦ ଟଙ୍କା ଓ ୧୮ କ୍ୟାରେଟ ସୁନା ଦର ୧୩୧୦ ଟଙ୍କା ବଢିଛି।
ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୧୬,୦୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୨୬, ୫୫୦ ଟଙ୍କା ହୋଇଛି।
ସେହିପରି ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପିଛା ୯୪,୯୧୦ ଟଙ୍କା ହୋଇଛି।
Advertisment ତେବେ ଗତକାଲି ରୁପା ଦରରେ କୌଣସି ହ୍ରାସ କିମ୍ବା ବୃଦ୍ଧି ପରିଲକ୍ଷିତ ହୋଇନଥିବା ବେଳେ ଆଜି ରୁପା ଦର ୧ କେଜି ପିଛା ୫ ହଜାର ଟଙ୍କା ବଢିଛି।
ଆଜି ବଜାରରେ ରୁପା ଦା ୧ ଲକ୍ଷ ୭୦ ହଜାର ଟଙ୍କା ରହିଛି।
ଆଜି ଦେଶର ପ୍ରମୁଖ ସହରରେ ଥିବା ସୁନା ଦର (୧୦ ଗ୍ରାମ୍ ପିଛା) ବିଷୟରେ ଜାଣନ୍ତୁ: • ଦିଲ୍ଲୀ – ୧,୨୬,୬୦୦ ଟଙ୍କା (୨୪ କ୍ୟାରେଟ୍), ୧,୧୬,୧୫୦ (୨୨ କ୍ୟାରେଟ୍), ୯୫,୦୬୦ (୧୮ କ୍ୟାରେଟ୍) • ହାଇଦ୍ରାବାଦ – ୧,୨୬,୫୫୦ ଟଙ୍କା (୨୪ କ୍ୟାରେଟ୍), ୧,୧୬,୦୦୦ (୨୨ କ୍ୟାରେଟ୍), ୯୪,୯୧୦ (୧୮ କ୍ୟାରେଟ୍) • ମୁମ୍ବାଇ – ୧,୨୬,୫୫୦ ଟଙ୍କା (୨୪ କ୍ୟାରେଟ୍), ୧,୧୬,୦୦୦ (୨୨ କ୍ୟାରେଟ୍), ୯୪,୯୧୦ (୧୮ କ୍ୟାରେଟ୍) • କୋଲକାତା – ୧,୨୬,୫୫୦ ଟଙ୍କା (୨୪ କ୍ୟାରେଟ୍), ୧,୧୬,୦୦୦ (୨୨ କ୍ୟାରେଟ୍), ୯୪,୯୧୦ (୧୮ କ୍ୟାରେଟ୍) • ଚେନ୍ନାଇ – ୧,୨୬,୫୫୦ ଟଙ୍କା (୨୪ କ୍ୟାରେଟ୍), ୧,୧୬,୦୦୦ (୨୨ କ୍ୟାରେଟ୍), ୯୪,୯୦୦ (୧୮ କ୍ୟାରେଟ୍)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
