Gold price: ସୁନା ୩ ହଜାର, ରୁପା ୧୦ ହଜାର ବଢ଼ିଲା
"ଭୁବନେଶ୍ବର: ସୁନା ଦର ଆଜି ପୁଣି ବଢ଼ିଛି।
ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୩୧୬୦ ଟଙ୍କା ବୃଦ୍ଧି ଘଟି ୧,୫୫,୧୬୦ ଟଙ୍କାରେ ପହଞ୍ଚିଛି।
ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୨୯୦୦ ଟଙ୍କା ବଢ଼ି ୧,୪୨,୨୦୦ ଟଙ୍କା ହୋଇଛି।
ଗତକାଲି ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ଯଥାକ୍ରମେ ୩୮୦ ଟଙ୍କା ଏବଂ ୩୫୦ ଟଙ୍କା କମିଥିଲା।
ଗତ ୧୦ ଦିନ ମଧ୍ୟରେ ଭୁବନେଶ୍ବର ବଜାରରେ ସୁନା ଦର ୧୦ ହଜାର ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି।Advertisment ସେହିଭଳି ରୁପା ଦର ଆଜି କିଲୋଗ୍ରାମ ପିଛା ୧୦ ହଜାର ଟଙ୍କା ବୃଦ୍ଧି ଘଟି ୨,୫୫,୦୦୦ ଟଙ୍କାରେ ପହଞ୍ଚିଛି।
ଗତ ଅଗଷ୍ଟ ୫ ତାରିଖ ଓ ୭ ତାରିଖରେ ଏହି ଦରରେ ୫ ହଜାର ଟଙ୍କା ଲେଖାଏଁ ବୃଦ୍ଧି ଘଟିଥିଲା।
ଚଳିତମାସରେ ରୁପା ଦର ୨୦ ହଜାର ଟଙ୍କା ମହଙ୍ଗା ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
