Gold and Silver Prices Crash: ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ! ୧୦ ଲକ୍ଷ ନିବେଶ କରିଥିବା ଲୋକଙ୍କର ବୁଡ଼ିଲା କେତେ ଟଙ୍କା?
ସୁନା ଓ ରୁପାରେ ଟଙ୍କା ଲଗାଇଥିବା ନିବେଶକଙ୍କୁ ଏବେ ବଡ଼ ଝଟକା ଲାଗିଛି।
ବର୍ଷ ଆରମ୍ଭରେ ରେକର୍ଡ ସ୍ତର ଛୁଇଁଥିବା ଏହି ଦୁଇ ମୂଲ୍ୟବାନ ଧାତୁର ଦରରେ ଏବେ ହଠାତ୍ ବଡ଼ ହ୍ରାସ ଦେଖିବାକୁ ମିଳିଛି।
ନଭେମ୍ବର ୨୦ ତାରିଖର ତଥ୍ୟ ଅନୁସାରେ, ଜାନୁଆରୀର ସର୍ବୋଚ୍ଚ ଦର ତୁଳନାରେ ସୁନା ପ୍ରାୟ ୩୧.୫ ପ୍ରତିଶତ ଏବଂ ରୁପା ୬୪.୨ ପ୍ରତିଶତ ଶସ୍ତା ହୋଇଛି।
ଫଳରେ ଅଧିକ ଦାମ୍ରେ କିଣିଥିବା ନିବେଶକଙ୍କ ଚିନ୍ତା ବଢ଼ିଯାଇଛି।
Advertisment ଯଦି ଜାନୁଆରୀରେ କେହି ସୁନାରେ ୧୦ ଲକ୍ଷ ଟଙ୍କା ନିବେଶ କରିଥିଲେ, ତେବେ ଏବେ ତାହାର ମୂଲ୍ୟ ପ୍ରାୟ ୬ ଲକ୍ଷ ୮୫ ହଜାର ଟଙ୍କାକୁ ଖସିଆସିଛି।
ଅର୍ଥାତ୍ ୩ ଲକ୍ଷ ୧୫ ହଜାର ଟଙ୍କାର କ୍ଷତି।
ସେହିପରି ରୁପାରେ ୧୦ ଲକ୍ଷ ଲଗାଇଥିଲେ, ଏବେ ତାହାର ମୂଲ୍ୟ ମାତ୍ର ୩ ଲକ୍ଷ ୫୮ ହଜାର ଟଙ୍କା।
ଅର୍ଥାତ୍ ୬ ଲକ୍ଷ ୪୨ ହଜାର ଟଙ୍କାର ମୂଲ୍ୟ ହ୍ରାସ ହୋଇଛି।
ତେବେ କାହିଁକି ଖସୁଛି ସୁନା ଓ ରୁପା ଦର?
ଆମେରିକୀୟ ଡଲାର ମଜଭୁତ ହେବା, ସୁଧହାରକୁ ନେଇ ବଦଳୁଥିବା ଆକଳନ, ମୁଦ୍ରାସ୍ଫୀତି ଏବଂ ବଣ୍ଡ୍ ୟିଲ୍ଡ ବୃଦ୍ଧି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଏହି ଧାତୁର ଦର ଉପରେ ଚାପ ପଡ଼ିଛି।
Advertisment ଅନ୍ୟପଟେ ଆଗକୁ ସୁନା ଦର ପୁଣି ବଢ଼ିବ କି ନାହିଁ, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
କିଛି ବଜାର ବିଶେଷଜ୍ଞ ବର୍ତ୍ତମାନର ହ୍ରାସକୁ କିଣିବାର ସୁଯୋଗ ବୋଲି ଦେଖୁଥିବା ବେଳେ, ଏକାଥରକେ ବଡ଼ ରାଶି ନିବେଶ ନକରି ଧୀରେ ଧୀରେ କିଣିବାକୁ ପରାମର୍ଶ ଦେଉଛନ୍ତି।
ଆଗକୁ ମଧ୍ୟ ଦରରେ ୫ରୁ ୧୦ ପ୍ରତିଶତ ହ୍ରାସ ହେବାର ଆଶଙ୍କା ରହିଛି।
ତେଣୁ ନିବେଶକଙ୍କ ନଜର ଏବେ ସୁନା-ରୁପା ବଜାରର ପରବର୍ତ୍ତୀ ଚାଲ୍ ଉପରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
