27 JUNE 2026

Welcome!

Unlock your personalized experience.
Sign Up

Go East: ଶିଳ୍ପାୟନ ପାଇଁ ନୂଆ ‘ଗୋ ଇଷ୍ଟ’ ପ୍ଲାଟ୍‌ଫର୍ମ: ପୂର୍ବାଞ୍ଚଳ, ପୂର୍ବୋତ୍ତର ରାଜ୍ୟରୁ ଆସିବ ନିବେଶ

Jun 27, 2026 - 06:45
Go East: ଶିଳ୍ପାୟନ ପାଇଁ ନୂଆ ‘ଗୋ ଇଷ୍ଟ’ ପ୍ଲାଟ୍‌ଫର୍ମ: ପୂର୍ବାଞ୍ଚଳ, ପୂର୍ବୋତ୍ତର ରାଜ୍ୟରୁ ଆସିବ ନିବେଶ

ଭୁବନେଶ୍ବର: ପୂର୍ବ ଓ ପୂର୍ବୋତ୍ତର ରାଜ୍ୟରୁ ନିବେଶ ଆଣିବା ତଥା ରାଜ୍ୟର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ ‘ଗୋ-ଇଷ୍ଟ’ ପ୍ଲାଟ୍‌ଫର୍ମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ବୈଠକରେ ଏହାକୁ ଉନ୍ମୋଚନ କରାଯାଇଥିଲା। ବୈଠକରେ ୨୪,୮୨୩ କୋଟି ଟଙ୍କାର ୭ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଇସ୍ପାତ, ଧାତବ, ବୟନ, ଅକ୍ଷୟ ଶକ୍ତି ଉପକରଣ ଓ ରସାୟନ କ୍ଷେତ୍ରର ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୯,୫୦୦ ନୂତନ ନିଯୁକ୍ତି ସୃଷ୍ଟି ହେବ।

Climate: ଉପଗ୍ରହ ଚିତ୍ରରେ ସାମ୍ନାକୁ ଆସିଲା ମୌସୁମୀର ଦୁର୍ବଳ ସ୍ଥିତି

ପୂର୍ବାଞ୍ଚଳ, ପୂର୍ବୋତ୍ତର ରାଜ୍ୟରୁ ଆସିବ ନିବେଶ
ଉପକୃତ ହେବେ ସୀମାବର୍ତ୍ତୀ ଓ ପଛୁଆ ଜିଲ୍ଲା
୨୪,୮୨୩ କୋଟିର ୭ ଏମ୍‌ଓୟୁ ସ୍ବାକ୍ଷର

ଏହି ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଗୋ-ଇଷ୍ଟ ଅଧୀନରେ ରାଜ୍ୟରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଓ ଇପିକଲ୍‌ରେ ଏକ ସ୍ବତନ୍ତ୍ର ‘ଗୋ-ଇଷ୍ଟ ପ୍ରକୋଷ୍ଠ’ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଓ ମଞ୍ଜୁରିର ବାସ୍ତବ ସ୍ଥିତି ନିରୀକ୍ଷଣ ଏବଂ ଟ୍ରାକିଂ ପାଇଁ ସ୍ବତନ୍ତ୍ର ‘ଗୋ-ସ୍ବିଫ୍ଟ’ ମଡ୍ୟୁଲ୍‌ ମଧ୍ୟ ସୃଷ୍ଟି କରାଯିବ। ଆଗାମୀ ପାଞ୍ଚ ବର୍ଷରେ ଓଡ଼ିଶା ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଭଳି ରାଜ୍ୟର ୧୫ଟି ଜିଲ୍ଲାକୁ ଅଗ୍ରାଧିକାର ଶ୍ରେଣୀ (ଥ୍ରଷ୍ଟ ସେକ୍ଟର)ରେ ସାମିଲ କରାଯାଇଥିବା ନେଇ ସେ ସୂଚନା ଦେଇଥିଲେ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମୟ ୪୦୦ ଦିନରୁ ୧୬୦ ଦିନକୁ ହ୍ରାସ ପାଇଛି। ଆଗାମୀ ଦିନରେ ତାହାକୁ ୧୦୦ ଦିନକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରହିଥିବା ସେ କହିଥିଲେ। ୨୦୨୪ ଜୁନ ପରଠାରୁ ସରକାର ପ୍ରାୟ ୯.୫ ଲକ୍ଷ କୋଟି ଟଙ୍କାର ୪୭୭ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି ଯାହା ଦ୍ୱାରା ୬ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ। ଏଥିମଧ୍ୟରୁ ୩.୧୧ ଲକ୍ଷ କୋଟିରୁ ଅଧିକ ନିବେଶ ସହିତ ୧୫୨ଟି ପ୍ରକଳ୍ପ ଉଦ୍‌ଘାଟନ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Veg Uttapam: ଘରେ ବନାନ୍ତୁ ସ୍ୱାଦିଷ୍ଟ ଭେଜ୍ ଉତ୍ତପମ

କାର୍ଯ୍ୟକ୍ରମକୁ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ମଧ୍ୟ ସମ୍ବୋଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶିକା ଆବୋଲି  ସୁନୀଲ ନରଭାଣେ, ସିଆଇଆଇ ପୂର୍ବାଞ୍ଚଳ ଉପାଧ୍ୟକ୍ଷ ରୁଦ୍ର ଚାଟାର୍ଜୀ, ଓଡ଼ିଶା ପରିଷଦ ଅଧ୍ୟକ୍ଷ ଅନିଲ କୁମାର ସିଂହ ଓ ୨୩୦ରୁ ଅଧିକ ଶିଳ୍ପ ପ୍ରତିନିଧି ଉପସ୍ଥିତ ଥିଲେ। ଆଜି ସିଆଇଆଇ ପୂର୍ବାଞ୍ଚଳ ପରିଷଦର ୫୫ ଜଣିଆ ସଦସ୍ୟ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ବତନ୍ତ୍ର ଆଲୋଚନା ମଧ୍ୟ କରିଥିଲେ।