Welcome To The Jungle: ପ୍ରଥମ ଦିନରେ ଅକ୍ଷୟ କୁମାରଙ୍କ ୨୯ଟି ଫିଲ୍ମର ରେକର୍ଡ ଭାଙ୍ଗିଲା 'ୱେଲକମ୍ ଟୁ ଦି ଜଙ୍ଗଲ୍'

Jun 27, 2026 - 13:52
Welcome To The Jungle: ପ୍ରଥମ ଦିନରେ ଅକ୍ଷୟ କୁମାରଙ୍କ ୨୯ଟି ଫିଲ୍ମର ରେକର୍ଡ ଭାଙ୍ଗିଲା 'ୱେଲକମ୍ ଟୁ ଦି ଜଙ୍ଗଲ୍'

"ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ କମେଡି ଚଳଚ୍ଚିତ୍ର 'ୱେଲକମ୍ ଟୁ ଦି ଜଙ୍ଗଲ୍' ମୁକ୍ତି ପାଇବା ସହିତ ବକ୍ସ ଅଫିସ୍‌ରେ ଭଲ ଆରମ୍ଭ କରିଛି।

ପ୍ରଥମ ଦିନରେ ଦେଶବ୍ୟାପୀ ଫିଲ୍ମଟି ପ୍ରାୟ ୧୮.୭୫ କୋଟି ଟଙ୍କା ଆୟ କରିଥିବା ବେଳେ ସାରା ବିଶ୍ୱରେ ଏହାର ମୋଟ ଆୟ ୨୯ କୋଟି ଟଙ୍କାରୁ ଅଧିକ ହୋଇଛି।

ଏହି ଜବରଦସ୍ତ ଆରମ୍ଭ ଫିଲ୍ମ ନିର୍ମାତାଙ୍କ ସହ ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଦେଇଛି।Advertisment ପ୍ରଥମ ଦିନର ଏହି ଆୟ ସହ 'ୱେଲକମ୍ ଟୁ ଦି ଜଙ୍ଗଲ୍' ଅକ୍ଷୟ କୁମାରଙ୍କ ପୂର୍ବରୁ ମୁକ୍ତିଲାଭ କରିଥିବା ୨୯ଟି ଚଳଚ୍ଚିତ୍ରର ପ୍ରଥମ ଦିନର ଆୟକୁ ପଛରେ ପକାଇଛି।

ଏଥିରେ 'କକଟେଲ୍', 'ଭୂତ ବଙ୍ଗଲା' ଭଳି ଚର୍ଚ୍ଚିତ ଫିଲ୍ମ ମଧ୍ୟ ସାମିଲ ରହିଛି।

ଏହା ଅକ୍ଷୟଙ୍କ ଚଳଚ୍ଚିତ୍ର ଜୀବନର ଆଉ ଏକ ସଫଳ ଆରମ୍ଭ ବୋଲି କୁହାଯାଉଛି।

ଜାତୀୟ ମାନବାଧିକାର କମିସନରେ ତାମିଲନାଡ଼ୁରେ ୧୧ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ମାମଲା ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ସହ ସୁନୀଲ ସେଟ୍ଟି, ପରେଶ ରାୱଲ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଦିଶା ପଟାନୀ, ଅର୍ଶଦ ୱାରସି, ତୁଷାର କପୁର, ଶ୍ରେୟସ ତଲପଡେ ଓ ଅନ୍ୟାନ୍ୟ କଳାକାର ଅଭିନୟ କରିଛନ୍ତି।

ହସ, ମଜା ଓ ଭରପୂର ମନୋରଞ୍ଜନ ଯୋଗୁଁ ପରିବାର ସହ ଦେଖିବା ଭଳି ଏକ ଚଳଚ୍ଚିତ୍ର ବୋଲି ଦର୍ଶକ ମତ ଦେଉଛନ୍ତି।

ଚଳଚ୍ଚିତ୍ରକୁ ନେଇ ପୂର୍ବରୁ ଥିବା ଉତ୍ସାହ ପ୍ରଥମ ଦିନର ଆୟରେ ସ୍ପଷ୍ଟ ଦେଖିବାକୁ ମିଳିଛି।

ସପ୍ତାହ ଶେଷରେ ଛୁଟି ଥିବାରୁ ଫିଲ୍ମର ଆୟ ଆହୁରି ବଢ଼ିପାରେ ବୋଲି ବକ୍ସ ଅଫିସ୍ ବିଶ୍ଳେଷକମାନେ ଆଶା ପ୍ରକାଶ କରିଛନ୍ତି।

ଯଦି ଏହି ଧାରା ଜାରି ରହେ, ତେବେ 'ୱେଲକମ୍ ଟୁ ଦି ଜଙ୍ଗଲ୍' ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଜୀବନର ଚଳିତ ବର୍ଷର ଏକ ବଡ଼ ସଫଳ ଫିଲ୍ମ ହୋଇପାରେ ବୋଲି ଆଶା କରାଯାଉଛି।

"