Students rush for hostels: ରାଜଧାନୀରେ ହଷ୍ଟେଲ ପାଇଁ ହଟହଟା ଛାତ୍ରଛାତ୍ରୀ: ଫାଇଲ ଉପରେ ଜମିଗଲାଣି ଧୂଳି
"ଭୁବନେଶ୍ୱର: ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ରାଜଧାନୀମୁହାଁ ହେଉଛନ୍ତି।
ମାତ୍ର ସେମାନଙ୍କ ରହିବା ପାଇଁ ସହରରେ ଯଥେଷ୍ଟ ହଷ୍ଟେଲ ନାହିଁ।
କେତେକ ସରକାରୀ ଶିକ୍ଷାନୁଷ୍ଠାନରେ ହଷ୍ଟେଲରେ ରହିଥିଲେ ମଧ୍ୟ ସେଥିରେ ଆବଶ୍ୟକ ସଂଖ୍ୟକ ସିଟ୍ ନାହିଁ।
ପରିଣାମ ସ୍ବରୂପ ଛାତ୍ରଛାତ୍ରୀ ବାଧ୍ୟ ହୋଇ କ୍ୟାମ୍ପସ ବାହାରେ ହଷ୍ଟେଲ କିମ୍ବା ପେଇଙ୍ଗ୍ ଗେଷ୍ଟ ଭାବେ ରହିବାକୁ ବାଧ୍ୟ ହେଉଛନ୍ତି।
ଭଲ ନମ୍ବର ଥିବାରୁ ବିଜେବି, ରମାଦେବୀ, ବେସିକ୍ ସାଇନ୍ସ, ଉତ୍କଳ ବିଶ୍ୱବିଦ୍ୟାଳୟ, ଓୟୁଏଟି, ରାଜଧାନୀ ପରି କଲେଜରେ ସେମାନଙ୍କୁ ନାମଲେଖା ସୁଯୋଗ ମିଳିଯାଉଛି।
ହେଲେ ରହିବା ପାଇଁ ହଷ୍ଟେଲ ମିଳୁନଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
Advertisment Climate: ଉପଗ୍ରହ ଚିତ୍ରରେ ସାମ୍ନାକୁ ଆସିଲା ମୌସୁମୀର ଦୁର୍ବଳ ସ୍ଥିତି ବିଜେବି କଲେଜରେ ଯୁକ୍ତ୨ ପ୍ରଥମ ବର୍ଷର ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ସିଟ୍ ସଂଖ୍ୟା ପାଖାପାଖି ୧୫୦୦ ହୋଇଥିବା ବେଳେ ହଷ୍ଟେଲ୍ ସିଟ୍ ସଂଖ୍ୟା ମାତ୍ର ୧୧୦।
ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ୫୫ଟି ଲେଖାଏ ହଷ୍ଟେଲ ସିଟ୍ ରହିଛି।
ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପାଖାପାଖି ୪୦୦୦ ହଜାର ହୋଇଥିବା ବେଳେ ହଷ୍ଟେଲ ସିଟ୍ ସଂଖ୍ୟା ୧୦୦୦ ରହିଛି।
ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାକୁ ମିଶାଇ ୨୪୦୦ ଛାତ୍ରୀ ପଢ଼ୁଛନ୍ତି।
ହେଲେ ହଷ୍ଟେଲ ସିଟ୍ ସଂଖ୍ୟା ମାତ୍ର ୨୦୦ ରହିଛି।
ନଳିନୀ ଦେବୀ ମହିଳା ଶିକ୍ଷା ପ୍ରତିଷ୍ଠାନରେ ବିଏଡ୍ ଓ ଏମ୍ଏଡ୍ ମିଶାଇ ୪୦୦ଟି ସିଟ୍ ଥିବା ବେଳେ ହଷ୍ଟେଲ ସିଟ୍ ମାତ୍ର ୫୦ଟି ରହିଛି।
କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ, ତିନିରେ ପାଖାପାଖି ୨୨୦୦ ପିଲା ପଢ଼ୁଛନ୍ତି।
Agriculture: ଆଧୁନିକତାରେ ହଜିଯାଉଛି ହଳ-ଲଙ୍ଗଳ ହେଲେ ଏଠାରେ ହଷ୍ଟେଲ୍ରେ ମାତ୍ର ୧୦୦ଟି ସିଟ୍ ରହିଛି।
ସେହିପରି ରାଜଧାନୀ କଲେଜ୍ରେ ଯୁକ୍ତ ଦୁଇ, ତିନି ଓ ସ୍ନାତକତ୍ତୋର ମିଶାଇ ଛଅ ହଜାର ଛାତ୍ରଛାତ୍ରୀ ଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ଓ ମହିଳା ହଷ୍ଟେଲକୁ ମିଶାଇ ପାଖାପାଖି ୨୦୦ସିଟ୍ ରହିଛି।
ବେସିକ୍ ସାଇନ୍ସ, ମହର୍ଷି, ଦେବରାୟ କଲେଜରେ ହଷ୍ଟେଲ ସୁବିଧା ମୂଳରୁ ନାହିଁ।
ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ବହୁଦିନ ହେଲାଣି ଦୁଇଟି ଛାତ୍ରନିବାସ ମରାମତି ଯୋଗୁ ବନ୍ଦ ପଡ଼ିଛି।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ମଧ୍ୟ ଆବଶ୍ୟକ ଅନୁସାରେ ହଷ୍ଟେଲ ସୁବିଧା ନାହିଁ।"