Ginger Benefits: ରୋଷେଇ ଘରର ଏହି ଜିନିଷ, ଶରୀର ପାଇଁ ବେଶ୍ ଉପକାରୀ!

Oct 29, 2026 - 08:37
Ginger Benefits: ରୋଷେଇ ଘରର ଏହି ଜିନିଷ, ଶରୀର ପାଇଁ ବେଶ୍ ଉପକାରୀ!

ନୂଆଦିଲ୍ଲୀ: ସକାଳୁ ନିଦ ଭାଙ୍ଗିବା ପରେ ଖାଲି ପେଟରେ ଅଦା ଖାଉଛନ୍ତି କି?

ତେବେ ଜାଣି ରଖନ୍ତୁ, ଆପଣଙ୍କ ରୋଷେଇ ଘରେ ଥିବା ଏହି ଛୋଟିଆ ଜିନିଷଟି କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇପାରେ।

ଶୀତଦିନେ ଅଦା ଚା' ହେଉ କି ଅଦାରେ ତିଆରି ଲଡ଼ୁ, ଏହାର ଚାହିଦା ବଢ଼ିଯାଏ।

କିନ୍ତୁ ଆପଣ ଜାଣନ୍ତି କି, ସକାଳୁ ଖାଲି ପେଟରେ ଅଳ୍ପ ଅଦା ଖାଇବା କିମ୍ବା ଅଦା ପାଣି ପିଇବା ଦ୍ୱାରା ଶରୀରକୁ କିଛି ଲାଭ ମିଳିପାରେ?

ତେବେ ଆସନ୍ତୁ ଜାଣିବା, ଖାଲି ପେଟରେ ଅଦା ଖାଇଲେ ଶରୀରରେ କ'ଣ ପ୍ରଭାବ ପଡ଼େ।

ପ୍ରଥମେ ଜାଣିବା ପେଟ ସହ ଅଦାର ସମ୍ପର୍କ।

Advertisment Rubbing Ice: ମୁହଁରେ ବରଫ ଘଷିଲେ କମିଯାଏ କି ଓପନ୍ ପୋର୍ସ?

ଅନେକ ସମୟରେ ଗ୍ୟାସ୍, ବଦହଜମି ଓ ପେଟ ଫୁଲିବା ଭଳି ସମସ୍ୟା ଅସ୍ତବ୍ୟସ୍ତ କରିଦିଏ।

ଏଭଳି ସ୍ଥିତିରେ ଅଦା ସହାୟକ ହୋଇପାରେ।

ଅଦାରେ ଥିବା ପ୍ରାକୃତିକ ଉପାଦାନ ପାଚନ ପ୍ରକ୍ରିୟାକୁ ସହଜ କରିବାରେ ସହାୟତା କରେ।

ଫଳରେ ବଦହଜମି ଓ ପେଟ ଫୁଲିବା ଭଳି ସମସ୍ୟାରୁ କିଛି ମାତ୍ରାରେ ଆରାମ ମିଳିପାରେ।

ଏଥିସହିତ ସକାଳୁ ଉଠିବା ପରେ ଅସ୍ୱସ୍ତି ଲାଗୁଛି କି?

ବାରମ୍ବାର ବାନ୍ତି ଲାଗୁଛି କି?

ତେବେ ଅଦା ଆପଣଙ୍କ ପାଇଁ ଉପକାରୀ ହୋଇପାରେ।

ଅଦାରେ ଥିବା ଜିଞ୍ଜେରଲ୍ ଓ ଶୋଗାଓଲ୍ ଭଳି ଉପାଦାନ ବାନ୍ତି ଲାଗିବା ସମସ୍ୟାକୁ କମାଇବାରେ ସହାୟକ ହୋଇଥାଏ।

ବିଶେଷକରି ଗାଡ଼ିରେ ଯାତ୍ରା କରିବା ସମୟରେ ମୁଣ୍ଡ ବୁଲାଇବା ଓ ବାନ୍ତି ଲାଗିବା ସମସ୍ୟାରେ ଅଦାର ବ୍ୟବହାର କିଛି ଆଶ୍ୱସ୍ତି ଦେଇପାରେ।

ଅଦାରେ ରହିଛି ଆଣ୍ଟିଅକ୍ସିଡାଣ୍ଟ ଓ ପ୍ରଦାହ ହ୍ରାସକାରୀ ଗୁଣ।

ଏହା ଶରୀରର କୋଷଗୁଡ଼ିକୁ କ୍ଷତିରୁ ସୁରକ୍ଷା ଦେବାରେ ସହାୟକ ହୋଇପାରେ।

ଏହା ସହ ଶରୀରର ସାଧାରଣ ପ୍ରତିରକ୍ଷା ପ୍ରକ୍ରିୟାକୁ ମଧ୍ୟ ସମର୍ଥନ କରେ।

ତେବେ ମନେ ରଖନ୍ତୁ, କେବଳ ଅଦା ଖାଇଲେ ଥଣ୍ଡା, କାଶ କିମ୍ବା ଅନ୍ୟ ରୋଗରୁ ସମ୍ପୂର୍ଣ୍ଣ ସୁରକ୍ଷା ମିଳେ ନାହିଁ।

ଓଜନ କମାଇବାକୁ ଚାହୁଁଥିଲେ ମଧ୍ୟ ଅଦା ଆପଣଙ୍କ ଖାଦ୍ୟାଭ୍ୟାସରେ ସ୍ଥାନ ପାଇପାରେ।

ଏହା ଶରୀରର ମେଟାବୋଲିଜିମ୍ ଓ ଭୋକ ନିୟନ୍ତ୍ରଣରେ ସାମାନ୍ୟ ସହାୟତା କରିପାରେ।

କିନ୍ତୁ କେବଳ ଅଦା ଖାଇଲେ ଓଜନ କମିଯିବ ବୋଲି ଭାବିବା ଭୁଲ୍।

ଏଥିପାଇଁ ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ଉପଯୁକ୍ତ ଜୀବନଶୈଳୀ ଜରୁରୀ।

ଅଦାରେ ଥିବା ଜିଞ୍ଜେରଲ୍‌ର ପ୍ରଦାହ ହ୍ରାସକାରୀ ଗୁଣ ରହିଛି।

ଏହା କେତେକ କ୍ଷେତ୍ରରେ ଗଣ୍ଠି ଯନ୍ତ୍ରଣା ଓ ମାଂସପେଶୀର ଯନ୍ତ୍ରଣା କମାଇବାରେ ସହାୟକ ହୋଇପାରେ।

ତେଣୁ ଦୈନନ୍ଦିନ ଖାଦ୍ୟରେ ସୀମିତ ମାତ୍ରାରେ ଅଦା ସାମିଲ କରିବା ଲାଭଦାୟକ ହୋଇପାରେ।

ତେବେ ଅଦା ଯେତିକି ଉପକାରୀ, ଏହାର ଅତ୍ୟଧିକ ସେବନ ସେତିକି ଅସୁବିଧା ସୃଷ୍ଟି କରିପାରେ।

ବିଶେଷକରି ଖାଲି ପେଟରେ ଅଧିକ ଅଦା ଖାଇଲେ ଛାତି ଜଳାପୋଡ଼ା, ପେଟରେ ଅସ୍ୱସ୍ତି କିମ୍ବା ଅମ୍ଳତା ଭଳି ସମସ୍ୟା ହୋଇପାରେ।

ତେଣୁ ଅଳ୍ପ ମାତ୍ରାରେ ଖାଆନ୍ତୁ।

ଯଦି ଆପଣ ରକ୍ତ ପତଳା କରିବା ଔଷଧ ଖାଉଛନ୍ତି କିମ୍ବା ଅନ୍ୟ କୌଣସି ରୋଗ ପାଇଁ ଚିକିତ୍ସାଧୀନ ଅଛନ୍ତି, ତେବେ ନିୟମିତ ଅଧିକ ମାତ୍ରାରେ ଅଦା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ମନେ ରଖନ୍ତୁ, ସୁସ୍ଥ ରହିବା ପାଇଁ କେବଳ ଗୋଟିଏ ଖାଦ୍ୟ ନୁହେଁ, ବରଂ ସନ୍ତୁଳିତ ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ଜରୁରୀ।

ଅଦାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ, କିନ୍ତୁ ନିଜ ଶରୀରର ଆବଶ୍ୟକତା ଓ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)