Gidipabali Landslide: ଗିଡ଼ିପାବାଲି ଭୂସ୍ଖଳନ: ୬ ଜଣଙ୍କ ସନ୍ଧାନ ଲାଗି ଅପରେସନ୍‌ ଜାରି, ସୁରକ୍ଷିତ ସ୍ଥାନକୁ ଯିବା ସହଜ ନଥିଲା

Nov 07, 2026 - 06:41
Gidipabali Landslide: ଗିଡ଼ିପାବାଲି ଭୂସ୍ଖଳନ: ୬ ଜଣଙ୍କ ସନ୍ଧାନ ଲାଗି ଅପରେସନ୍‌ ଜାରି, ସୁରକ୍ଷିତ ସ୍ଥାନକୁ ଯିବା ସହଜ ନଥିଲା

ଭଞ୍ଜନଗର/ଘୁ.ଉଦୟଗିରି: ଗଞ୍ଜାମ କନ୍ଧମାଳ ସୀମାନ୍ତ ଗିଡ଼ିପାବାଲିରେ ଛାତିଥରା ଭୂସ୍ଖଳନକୁ ୯ ଦିନ ବିତିଲା।

ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର ଦ୍ବାରା ରେଳବାଇ ଇଞ୍ଜିନିୟର,ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀର ଏକାଧିକ ଟିମ୍‌, ସନ୍ଧାନୀ କୁକୁର ଲାଗିଛନ୍ତି ନିଖୋଜ ଥିବା ୬ ଜଣଙ୍କ ସନ୍ଧାନରେ।

ନିଖୋଜ ୧୩ ଜଣଙ୍କ ମଧ୍ୟରୁ ପ୍ରଥମେ ଦୁଇ ଓ ଗତକାଲି ୫ ଜଣଙ୍କ ଶବ ଉଦ୍ଧାର ହୋଇଥିଲା।

ଆଜି ଓଡ୍ରାଫ୍‌ର ୨ଟି ଟିମ୍‌, ଅଗ୍ନିଶମ ବାହିନୀ, ଗ୍ରାମବାସୀ ଘଟଣାସ୍ଥଳକୁ ଯାଇଥିଲେ।

ଘର ଥିବା ସ୍ଥାନକୁ ଅନୁମାନ କରି ଖୋଳିବା କାର୍ଯ୍ୟ କରାଯାଇଥିବା ବେଳେ ଆଜି କୌଣସି ସଫଳତା ମିଳିପାରିନି।

ଆସନ୍ତାକାଲି ପୁଣି ସନ୍ଧାନ କାର୍ଯ୍ୟ ଜାରି ରହିବ ବୋଲି ଜଣାପଡ଼ିଛି।

Advertisment Pollution: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସ୍ଥାନ ଭାରତରେ, ଶୀର୍ଷ ୧୦ରେ ନାହିଁ ଦିଲ୍ଲୀ ପାହାଡ଼ରୁ ପଥର ମାଟି ଅତଡ଼ା ଖସିବା ବେଳେ ଗ୍ରାମର ୧୦ ଜଣ ବଣପାହାଡ଼ ଅତିକ୍ରମ କରି ସୁରକ୍ଷିତ ସ୍ଥାନକୁ ଯିବାକୁ ବାହାରିଥିଲେ।

ବଣ ପାହାଡ ଘେରା ଅଞ୍ଚଳରେ ରହୁଥିଲେ ବି ତାହା ସେମାନଙ୍କ ପାଇଁ ସେହିଦିନ ଏତେ ସହଜ ନଥିଲା।

ଏମାନଙ୍କ ସହ ପ୍ରାୟ ଦେଢ ବର୍ଷର ଦୁଇ ଯାଆଁଳା ଶିଶୁ ମଧ୍ୟ ଥିଲେ।

ବର୍ଷା, କେନାଲରେ ପ୍ରବଳ ପାଣି ଅଙ୍କାବଙ୍କା ପାହାଡ଼ିଆରେ ରାସ୍ତାରେ ବାଟ ହୁଡି ଚାଲି ଚାଲି ଯାଉଥିବା ବେଳେ ରାତିରେ ଏକ ନିର୍ଜନ ସ୍ଥାନରେ କୁଡ଼ିଆ ପାଇ ଅଟକି ଥିଲେ।

ଦିନ ସାରା ଭୋକ ଉପାସରେ ରହିଥିବା ବେଳେ ସେଠାରେ କିଛି ଚାଉଳ ଓ ଡେକ୍‌ଚି ପାଇ ରୋଷେଇ କରି ଖାଇଥିଲେ।

Bomb threat: ଇ-ମେଲ୍‌ ପରେ ମୁମ୍ବାଇରେ ହାଇଆଲର୍ଟ, ଯାଞ୍ଚରୁ ମିଳିଲାନି ସନ୍ଦେହଜନକ ସାମଗ୍ରୀ ଭୂସ୍ଖଳନର ଭୟଙ୍କର ସ୍ଥିତିକୁ ସାମ୍ନା କରି ଅଳ୍ପକେ ବର୍ତ୍ତି ଥିବାରୁ ଆଖିରୁ ନିଦ ହଜିଯାଇଥିଲା ସମସ୍ତଙ୍କ।

ପୁଣି ପରଦିନ ସକାଳୁ ଚାଲିଚାଲି ବାହାରିଥିଲେ।

ଆଉ କତିଙ୍ଗିଆ ପଞ୍ଚାୟତର କିଲାପାଙ୍ଗା ଆଶ୍ରୟସ୍ଥଳରେ ପହଞ୍ଚିବା ପରେ ଏତେ ବଡ଼ ବିପର୍ଯ୍ୟୟ ଘଟିଥିବା ଜାଣିଥିଲେ ବୋଲି ବର୍ତ୍ତମାନ ଭଞ୍ଜନଗର ବ୍ଳକ ବାଇବାଲି ପଞ୍ଚାୟତର ବଜ୍ରକୋଟ ଆଶ୍ରୟ ସ୍ଥଳକୁ ଅଣାଯାଇଥିବା ମଧୁ ପ୍ରଧାନ ଓ ସୁବଳ ପ୍ରଧାନ କହିଛନ୍ତି।

ସେହି କାଳରାତ୍ରୀ ଓ ବଞ୍ଚିବା ପାଇଁ ଜଙ୍ଗଲରେ ବିତାଇଥିବା ଅଭିଜ୍ଞତା କହିବା ସମୟରେ ଆଖିରୁ ଲୁହ ଝରିଯାଉଥିଲା।

ବର୍ତ୍ତମାନ କିଲାପାଙ୍ଗା ଆଶ୍ରୟସ୍ଥଳରୁ ମଧୁ ପ୍ରଧାନଙ୍କ ପରିବାରର ୫ ଜଣ ଓ ଅନ୍ୟ ଏକ ପରିବାରର ସୁବଳ ପ୍ରଧାନ ବଜ୍ରକୋଟ ଅଣାଯାଇଥିବା ବେଳେ ଅନ୍ୟମାନଙ୍କୁ କିଲାପାଙ୍ଗା ଆଶ୍ରୟସ୍ଥଳରୁ ଘୁ.ଉଦୟଗିରି କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)