Rahul Bose: ୨୦୩୨ ଅଲିମ୍ପିକ୍ସ ଆମ ଲକ୍ଷ୍ୟ: ରାହୁଲ ବୋଷ
ଭୁବନେଶ୍ବର: ୮ ବର୍ଷ ପରେ କଳିଙ୍ଗ ଷ୍ଟାଡିୟମ୍କୁ ଅନ୍ତର୍ଜାତୀୟ ରଗ୍ବି ପ୍ରତିଯୋଗିତା ଫେରିବାକୁ ଯାଉଛି।
ଚଳିତ ନଭେମ୍ବର ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଏଠାରେ ଏସୀୟ ରଗ୍ବି ସେଭେନ୍ସର ୨୦ ବର୍ଷରୁ କମ୍ ପ୍ରତିଯୋଗିତା ଖେଳାଯିବ।
ଭାରତ ସହିତ ମୋଟ ୧୦ ଦେଶ ଭାଗ ନେବେ।
ପୁରୁଷ ବିଭାଗରେ ୧୦ ଦେଶ ଏବଂ ମହିଳା ବିଭାଗରେ ୭ ଦେଶ ପ୍ରତିଦ୍ବନ୍ଦ୍ବିତା କରିବେ।
ଶେଷ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ଏସୀୟ ରଗ୍ବି ସେଭେନ୍ସର ୧୮ ବର୍ଷରୁ କମ୍ ବର୍ଗ ପ୍ରତିଯୋଗିତା ୨୦୧୮ ମସିହାରେ ଖେଳାଯାଇଥିଲା।
ଏହା ପୂର୍ବରୁ ଇଣ୍ଡିଆନ୍ ରଗ୍ବି ଫୁଟ୍ବଲ୍ ୟୁନିଅନ୍ (ଇର୍ଫୁ)ର ସଭାପତି ତଥା ପୂର୍ବତନ ଖେଳାଳି ରାହୁଲ ବୋଷ ଏହି ପ୍ରତିଯୋଗିତା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
Advertisment Neglect: ଭୂମିପୂଜାରେ ଅଟକିଛି ଜନଜାତି ଓ ଆଦିବାସୀ ସଂସ୍କୃତି ଭବନ, ୧୦କୋଟି ପଡ଼ି ରହିଛି ଲୋଗୋରେ ଓଡ଼ିଶା ସଂସ୍କୃତି ଏସୀୟ ରଗ୍ବି ସେଭେନ୍ସ (୨୦ ବର୍ଷରୁ କମ୍) ପ୍ରତିଯୋଗିତା ପାଇଁ ଅଫିସିଆଲ୍ ଲୋଗୋ ଶୁକ୍ରବାର ଉନ୍ମୋଚିତ ହୋଇଛି।
ଲୋଗୋରେ ଏକ ଅର୍ଦ୍ଧ ବଳୟାକୃତିର ଓଡ଼ିଶା ପାରମ୍ପରିକ ଝୋଟି ଚିତାକୁ ଚିତ୍ରିତ କରାଯାଇଛି।
ଏହାର ମଝିରେ ରଗ୍ବି ବଲ୍ ରହିଛି।
ଲୋଗୋଟି ଓଡ଼ିଶାର ସାସ୍କୃତିକ ଐତିହ୍ୟର ଗୌରବମୟ ଅଧ୍ୟାୟକୁ ପ୍ରତିଫଳିତ କରୁଛି।
ଏସିଆର ଶ୍ରେଷ୍ଠ ଉଦୀୟମାନ ଦଳ ବିପକ୍ଷରେ ଭାରତୀୟ ପୁରୁଷ ଓ ମହିଳା ନିଜକୁ ପରଖିବା ଲାଗି ସୁଯୋଗ ପାଇବେ ବୋଲି ସେ କହିଛନ୍ତି।
ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗକୁ ଏହି ଅବସରରେ କୃତଜ୍ଞତା ଜଣାଇଛନ୍ତି।
ଚଳିତ ବର୍ଷ କଳିଙ୍ଗ ଷ୍ଟାଡିୟମ୍ରେ ଜାତୀୟ ଉପକନିଷ୍ଠ ରଗ୍ବି ସେଭେନ୍ସ, ଅସ୍ମିତା ଲିଗ୍ ଏବଂ ଜାତୀୟ ରଗ୍ବି ୧୫ଏସ୍ର ସଫଳ ଆୟୋଜନ ପରେ ଏବେ ଅନ୍ତର୍ଜାତୀୟ ପ୍ରତିଯୋଗିତାର ରୋମାଞ୍ଚ ଫେରିଛି ବୋଲି ଶ୍ରୀ ବୋଷ ପ୍ରକାଶ କରିଛନ୍ତି।
ଏଥି ସହିତ ୨୦୩୨ ଅଲିମ୍ପିକ୍ସ ଲାଗି ଭାରତୀୟ ଦଳର ଯୋଗ୍ୟତା ଅସଲ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ।
ବିଗତ ଦୁଇ ବର୍ଷ ଭିତରେ ଭାରତୀୟ ମହିଳା ଦଳ ଏସୀୟ ମାନ୍ୟତାରେ ଲମ୍ଫ ପ୍ରଦାନ କରି ଷଷ୍ଠରେ ପହଞ୍ଚିଛି।
ପୁରୁଷ ଦଳ ବି ଶୀର୍ଷ ୧୦ ଭିତରକୁ ପ୍ରବେଶ କରିଛି।
ଆମକୁ ପରବର୍ତ୍ତୀ ଏସୀୟ କ୍ରୀଡ଼ା ବେଳକୁ ଶୀର୍ଷ ୩ ଭିତରେ ରହିବାକୁ ପଡ଼ିବ।
ନଚେତ୍ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଦେଇ ଲକ୍ଷ୍ୟରେ ପହଞ୍ଚିବାକୁ ପଡ଼ିବ ବୋଲି ଶ୍ରୀ ବୋଷ ଭବିଷ୍ୟତ ଯୋଜନା ସମ୍ପର୍କରେ କହିଥିଲେ।
ଏହି ଲକ୍ଷ୍ୟ ପାଇଁ ଆମକୁ ୧୫, ୧୮ ଓ ୨୦ ବର୍ଷରୁ କମ୍ ପ୍ରତିଯୋଗିତା ମାଧ୍ୟମରେ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ପ୍ରକାଶ କରିଥିଲେ।
ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ସଚିବ ଭୂପିନ୍ଦର ସିଂହ ପୁନିଆ, ନିର୍ଦ୍ଦେଶକ ୟେଦୁଲା ବିଜୟ, ଓଡ଼ିଶା ରଗ୍ବି ଫୁଟ୍ବଲ୍ ସଂଘ (ଓର୍ଫା) ସଭାପତି ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ଥିଲେ।
Pollution: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସ୍ଥାନ ଭାରତରେ, ଶୀର୍ଷ ୧୦ରେ ନାହିଁ ଦିଲ୍ଲୀ ଓଡ଼ିଶାରୁ ୮ ଖେଳାଳି, ମାମାଲି ଉପଅଧିନାୟିକା ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ ଅବସରରେ ପ୍ରତିଯୋଗିତା ଲାଗି ଭାରତୀୟ ପୁରୁଷ ଓ ମହିଳା ଦଳ ମଧ୍ୟ ଘୋଷିତ ହୋଇଛି।
ଉଭୟ ଦଳରେ ରାଜ୍ୟର ୮ ଜଣ ଖେଳାଳି ସ୍ଥାନ ପାଇଛନ୍ତି।
ପୁଷ୍ପନ୍ଦରଙ୍କ ନେତୃତ୍ବାଧୀନ ପୁରୁଷ ଦଳରେ ଓଡ଼ିଶା ରୁ ଭରତ କିଷାନ, ବିଦ୍ୟାଧର ମାଝୀ, ଚରଣ ହେମ୍ବ୍ରମ, ରାହୁଲ ମାଝୀ, ସୁବାସ ହାଁସଦା ଏବଂ ତନୁଶ୍ରୀ ଭୋସଲେଙ୍କ ନେତୃତ୍ବାଧୀନ ମହିଳା ଦଳରେ ମାମାଲି ସିଂହ, ଅନୀତା ମୁର୍ମୁ, ସୁମିତ୍ରା ମୁର୍ମୁ ସ୍ଥାନ ପାଇଛନ୍ତି।
ମାମାଲିଙ୍କୁ ଉପଅଧିନାୟିିକା ନିଯୁକ୍ତ କରାଯାଇଛି।
ଅନୀତା ନିଜ ତୃତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବାକୁ ଯାଉଥିବାରୁ ଆତ୍ମବିଶ୍ବାସରେ ଥିବା ପ୍ରକାଶ କରିଥିଲେ।
ପୂର୍ବରୁ ସେ ଦୁଇ ଥର ଏସୀୟ ୧୮ ବର୍ଷରୁ କମ୍ ସେଭେନ୍ସରେ ଖେଳିଥିବାବେଳେ ଚତୁର୍ଥ ସ୍ଥାନ ଶ୍ରେଷ୍ଠ ଥିଲା।
ଏଥର ପୋଡିୟମ୍ ଫିନିସ୍ ଆଶାରେ ରହିବେ ଏହି କିସ୍ ଛାତ୍ରୀ।
ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୨୫ ଏସୀୟ ରଗ୍ବି ସେଭେନ୍ସରେ ଭାରତୀୟ ମହିଳା ଦଳ କାଂସ୍ୟ ପଦକ ଜିତିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
