Ghost-Costumed Protesters Hold Sit-in Outside Tehsil Office: ତହସିଲ ଅଫିସ ଆଗରେ ଧାରଣା ଦେଲେ ଭୂତ! କ୍ଷତିପୂରଣ ଦାବିରେ ଅଭିନବ ପ୍ରତିବାଦ
ତହସିଲ ଅଫିସ ଆଗରେ ଭୂତ ଦେଲା ଧାରଣା! ମୁହଁରେ ଧଳା ରଙ୍ଗ... ଦେହରେ କଙ୍କାଳ ଛବି ଥିବା ଗଞ୍ଜି... ଆଉ ସାମ୍ନାରେ ଜଳୁଥିଲା ତେଲ ଦୀପ । ମାଲକାନଗିରି ଜିଲ୍ଲା ମାଥିଲି ତହସିଲ କାର୍ଯ୍ୟାଳୟ ଆଗରେ ଧାରଣାରେ ଭୂତ! ସେମାନେ ବାସ୍ତବରେ ଜୀବିତ କିନ୍ତୁ ସରକାରୀ କାଗଜ କହୁଛି ସେମାନେ ମୃତ। ନୂଆ ରେଳ ଲାଇନ୍ ପାଇଁ ଜମି ଅଧିଗ୍ରହଣ ବେଳେ ପରିବାରର ଅନ୍ୟମାନେ କ୍ଷତିପୂରଣ ପାଇଥିବାବେଳେ, ସରକାରୀ ସର୍ଭେରେ ଏମାନଙ୍କୁ ମୃତ ଦର୍ଶାଯାଇଥିବା ଅଭିଯୋଗ ହୋଇଛି।
ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନହେବାରୁ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ସୁଭଦ୍ରା ପୂଜାରୀ ଓ ଅନ୍ୟ ଦୁଇ ସଦସ୍ୟ। ଏବେ ଅଭିଯୋଗ ପରେ ପୁଣିଥରେ ଅନୁଧ୍ୟାନ କରାଯିବ ଏବଂ ଯୋଗ୍ୟ ହିତାଧିକାରୀ କିଭଳି କ୍ଷତିପୂରଣ ପାଇବେ, ସେନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛି ପ୍ରଶାସନ।...
ଧାରଣାରେ ଭୂତ!
ତହସିଲ ଅଫିସ ଆଗରେ ଧାରଣା ଦେଲେ ଭୂତ!
ଜୀବିତ ଥିବା ବେଳେ କାଗଜରେ ଦର୍ଶାଯାଇଛି ମୃତ
କ୍ଷତିପୂରଣ ଦାବିରେ ଅଭିନବ ପ୍ରତିବାଦ
ମୁହଁରେ ଧଳା ରଙ୍ଗ, କଙ୍କାଳ ଛବି ଥିବା ଗଞ୍ଜି ପିନ୍ଧି ପ୍ରତିବାଦ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।