Fatal Elephant Attack: ଡ୍ୟୁଟି ଯାଉଥିବା ବେଳେ ହାତୀ ଆକ୍ରମଣ, ଚାଲିଗଲା ଜଣଙ୍କ ଜୀବନ
ଲୁନାରେ ଡ୍ୟୁଟି ଯାଉଥିବା ବେଳେ ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ସୟାବାଲି-ଭୂଷୁଗାଁ ରାସ୍ତାରେ ଘଟିଛି ଏହି ଅଘଟଣ । ମୃତକ ହେଲେ ସୟାବାଲି ଗ୍ରାମର ୫୭ ବର୍ଷୀୟ ଚିନ୍ତାମଣି ପାତ୍ର । ଆଜି ସକାଳ ପ୍ରାୟ ୬ଟା ୩୦ ସମୟରେ ସେ ଡ୍ୟୁଟିରେ ଯାଉଥିଲେ ।
ସୟାବାଲି-ଭୂଷୁଗାଁ ରାସ୍ତାର ଏକ ମେଟାଲିକ୍ସ ପ୍ଲାଣ୍ଟ ନିକଟ ଜଙ୍ଗଲିଆ ରାସ୍ତାରେ ହଠାତ୍ ଏକ ହାତୀ ତାଙ୍କ ସାମ୍ନାକୁ ଆସିଥିଲା । ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବାରୁ ସେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ବନ ବିଭାଗ ଓ ବଡ଼ବିଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
କଚାଡ଼ି ମାରିଲା ହାତୀ
ଡ୍ୟୁଟି ଯାଉଥିବା ବେଳେ ହାତୀ ଆକ୍ରମଣ
ଜଙ୍ଗଲିଆ ରାସ୍ତାରେ ହାତୀ ହାବୁଡ଼ରେ ପଡ଼ିଲେ ବ୍ୟକ୍ତି
ବଡ଼ବିଲ ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ମୃତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।