Gen Z remark: ଜେନ୍‌-ଜି’ଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ସମର୍ଥନ କଲେ କଙ୍ଗନା

Aug 13, 2026 - 22:10
Gen Z remark: ଜେନ୍‌-ଜି’ଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ସମର୍ଥନ କଲେ କଙ୍ଗନା

"ନୂଆଦିଲ୍ଲୀ: ବିଜେପି ସାଂସଦ କଙ୍ଗନା ରଣାୱତ ଜେନ୍‌-ଜି ଆନ୍ଦୋଳନକାରୀଙ୍କ ବିରୋଧରେ ଦେଇଥିବା ବିବାଦୀୟ "‌ଜେନେରେସନ୍‌ ଗଟର" ମନ୍ତବ୍ୟକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି।

ମୌସୁମୀ ଅଧିବେଶନର ଶେଷ ଦିନରେ ସଂସଦ ବାହାରେ ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ କଙ୍ଗନା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ମନ୍ତବ୍ୟ ଭାରତର ସମଗ୍ର ଜେନ୍‌-ଜିଙ୍କ ପାଇଁ ନୁହେଁ ବରଂ ବିକ୍ଷୋଭକାରୀଙ୍କ ଏକ ନିର୍ଦ୍ଦିଷ୍ଟ ବର୍ଗକୁ ଲକ୍ଷ୍ୟ କରି ସେ ଏହି ଟିପ୍ପଣୀ ଦେଇଥିଲେ।

କଙ୍ଗନାଙ୍କ ମନ୍ତବ୍ୟକୁ ପୂର୍ବରୁ ତୀବ୍ର ସମାଲୋଚନା କରାଯାଇଥିଲେ ମଧ୍ୟ କଙ୍ଗନା ପୁଣିଥରେ ନିଜ ମତ ସ୍ପଷ୍ଟ କରିଛନ୍ତି।

Advertisment ସେ କହିଛନ୍ତି, ଯେଉଁମାନେ ନିଜକୁ "ଅସରପା" ବୋଲି ପରିଚୟ ଦେଉଛନ୍ତି, ସେମାନଙ୍କୁ ନାଳ ସହିତ ତୁଳନା କରାଯିବାରେ କିଛି ଆପତ୍ତି ନାହିଁ।

କଙ୍ଗନା କହିଛନ୍ତି, ଯେଉଁମାନେ ନିଜକୁ ଅସରପା କହୁଛନ୍ତି ଆମେ କହୁଛୁ ଅସରପା ନାଳରୁ ବାହାରନ୍ତି।

ଏଥିରେ ଭୁଲ୍‌ କ"ଣ ରହିଲା।

ଯଦି ଲୋକେ ନିଜକୁ ଅସରପା ବୋଲି କହୁଛନ୍ତି ଏବଂ ଆମେ କହୁଛୁ ନାଳ ହେଉଛି ସେମାନଙ୍କ ଘର, ତେବେ ସେମାନେ କାହିଁକି ଅପମାନିତ ଅନୁଭବ କରିବେ।

ସହିଦମାନଙ୍କୁ ଅସମ୍ମାନ କରିଥିବା କେହି ପ୍ରମାଣ କରିପାରିଲେ ପଦ୍ମଶ୍ରୀ ଫେରାଇ ଦେବି: କଙ୍ଗନା ରଣାୱତ୍‌ ଅଭିନେତ୍ରୀରୁ ରାଜନେତା ହୋଇଥିବା କଙ୍ଗନା ଆହୁରି କହିଛନ୍ତି, ମୁଁ ନିଜକୁ ନିଶ୍ଚିତ ଭାବେ ଅସରପା ବୋଲି ଭାବେ ନାହିଁ।

କେହି ଯଦି କହନ୍ତି ମୁଁ ନାଳରେ ରହୁଛି, ତେବେ ମୁଁ ଏହାକୁ ଅସ୍ୱୀକାର କରିବି।

କିନ୍ତୁ କେହି ନିଜକୁ ଅସରପା ବୋଲି ଦାବି କଲେ, ସ୍ୱାଭାବିକ ଭାବେ ସେ ନାଳରେ ରହିବେ।

ଆଉ କେଉଁଠି ରହିବେ।

ସେ ସାଧାରଣରେ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ଏହି ଟିପ୍ପଣୀ ଦେଇନଥିବା କହିଛନ୍ତି।

ସେ କହିଛନ୍ତି, "ଯଦି କିଛି ଯୁବକ-ଯୁବତୀ ଡ୍ରଗ୍ସ ବ୍ୟବହାର କରନ୍ତି, କିମ୍ବା ଡ୍ରଗ୍ସ, ବେଟିଂ, ଜୁଆ ଓ ଡାର୍କ ୱେବ୍‌ ସହ ଜଡ଼ିତ ବର୍ତ୍ତମାନର ନିଶା ପ୍ରବଣତା ବିଷୟରେ ଆମେ ଆଲୋଚନା କରୁ, ତେବେ ଯୁବପିଢ଼ିର ଏକ ନିର୍ଦ୍ଦିଷ୍ଟ ବର୍ଗକୁ ନେଇ କହିବାର ଅର୍ଥ ସମସ୍ତଙ୍କ ବିଷୟରେ କହିବା ନୁହେଁ।

କଙ୍ଗନା ପୁଣିଥରେ କହିଛନ୍ତି, ମୁଁ କ"ଣ କହିଥିଲି ଯେ ସମସ୍ତ ଯୁବପିଢ଼ି ନାଳରେ ଅଛନ୍ତି।

ମୁଁ ନିର୍ଦ୍ଦିଷ୍ଟ ଭାବେ କିଛି ଲୋକ କିମ୍ବା କିଛି ମହିଳାଙ୍କ ବିଷୟରେ କହିଥିଲି।

ଉଲ୍ଲେଖଯୋଗ୍ୟ କକ୍ରୋଚ୍‌ ଜନତା ପାର୍ଟିର ଦିଲ୍ଲୀ ଆନ୍ଦୋଳନର କିଛି ଦିନ ପରେ କଙ୍ଗନା ବିକ୍ଷୋଭର ଭିଡିଓ ଏବଂ କିଛି ପ୍ରତିବାଦକାରୀ ବ୍ୟବହାର କରିଥିବା ଭାଷାକୁ ନେଇ ଇନ୍‌ଷ୍ଟାଗ୍ରାମରେ ଷ୍ଟୋରି ପୋଷ୍ଟ କରିଥିଲେ।

ଭିଡିଓଗୁଡ଼ିକୁ ଘୃଣ୍ୟ ବୋଲି ବର୍ଣ୍ଣନା କରି ସେ ଜେନ୍‌ -ଜି ବିକ୍ଷୋଭକୁ "ଜେନେରେସନ୍‌ ଗଟର" ବୋଲି ଅଭିହିତ କରିଥିଲେ।

କଙ୍ଗନାଙ୍କର ଏହି ଟିପ୍ପଣୀକୁ ନେଇ ପ୍ରବଳ ବିବାଦ ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media