Ganjam folk song: ଗଞ୍ଜାମର ଲୋକଗୀତ ‘ଗାହାଣ-ଉଷାକୋଠି’

Aug 13, 2026 - 07:38
Ganjam folk song: ଗଞ୍ଜାମର ଲୋକଗୀତ ‘ଗାହାଣ-ଉଷାକୋଠି’

"ବ୍ରହ୍ମପୁର (ମନୋଜ କୁମାର ସାମଲ): ୬୪ ପ୍ରକାର ଲୋକକଳା, ଗୀତ ଓ ନୃତ୍ୟକୁ ନେଇ ସମୃଦ୍ଧ ଜିଲ୍ଲା ଗଞ୍ଜାମ।

ଏହାମଧ୍ୟରେ ଗାହାଣ-ଉଷାକୋଠି ଜିଲ୍ଲାର ପ୍ରସିଦ୍ଧ ଲୋକଗୀତ।

କିନ୍ତୁ, ଏହାର ସଂରକ୍ଷଣ ପାଇଁ ଆଜି ବି ସରକାରୀ ପ୍ରୋତ୍ସାହନର ଅଭାବ ରହିଛି।

୧୮୦୦ ଖ୍ରୀଷ୍ଟାବ୍ଦରେ କବିସୂର୍ଯ୍ୟନଗରର ଚୌଧୁରୀ ପରିଡ଼ା, କୁମ୍ଭାରୀଗାଁର କୃଷ୍ଣଚନ୍ଦ୍ର ମହାପାତ୍ର, ସଦାବର୍ତ୍ତନୂଆଗାଁର ପାଣ୍ଡବ ସ୍ବାଇଁ, ସିଆଳିଆର ବାଞ୍ଛା ସେନାପତି ଓ ଶିକିରିର ମହରକ ଗୌଡ଼ ଏହି କଳାକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପରବର୍ତ୍ତୀ ସମୟରେ ଅଭିମନ୍ୟୁ ରାଉତ, ବାଉରୀବନ୍ଧୁ ଦଳାଇ ଓ ଗନ୍ତାୟତ ସ୍ବାଇଁ ପ୍ରମୁଖ ଏହି ଧାରାକୁ ଆଗେଇ ନେଇଥିଲେ।

ବ୍ରହ୍ମପୁର ଆକାଶବାଣୀ ମାଧ୍ୟମରେ ପ୍ରଚାରପ୍ରସାର ହେଉଥିବାରୁ ଏହି କଳା ଆଜି ନିଜସ୍ବ ପରିଚୟ ବଜାୟ ରଖିବାରେ ସଫଳ ହୋଇଛି।

Advertisment Neglect: ବିପଦ ସଂକୁଳ କାଠପୋଲରେ ଚାଲିଛି ସିତାପଡ଼ି ଗ୍ରାମବାସୀଙ୍କ ଜୀବନ ଗଞ୍ଜାମରେ ବର୍ତ୍ତମାନ ୩ ଶହରୁ ଉର୍ଦ୍ଧ୍ବ ଗାହାଣ ଦଳ ଅଛନ୍ତି।

କେବଳ ବ୍ରହ୍ମପୁରରେ ୪ଟି ଦଳ ରହିଛନ୍ତି।

ବିଶେଷକରି ଆସିକା, ଧରାକୋଟ, ହିଞ୍ଜିଳିକାଟୁ ଓ ଭଞ୍ଜନଗର ଅଞ୍ଚଳରେ ଗାହାଣ ଦଳ ଅଧିକ ଦେଖିବାକୁ ମିଳନ୍ତି।

ପୂର୍ବେ ୩ରୁ ୫ ଜଣ ଗୋଟିଏ ଦଳରେ ରହୁଥିବା ବେଳେ ବର୍ତ୍ତମାନ ଦୁଇ ଜଣ ଗାୟକ, ଜଣେ ଢଣକୁଲା ବାଦ୍ୟକାର, ଦୁଇ ନୃତ୍ୟାଙ୍ଗନା, ଜଣେ ଅର୍ଗାନ ବାଦକ ଏବଂ ଜଣେ ପେଡ୍‌ ବାଦକଙ୍କୁ ମିଶାଇ ୯ଜଣିଆ ଦଳ ପ୍ରସ୍ତୁତ ହେଉଛି।

ଜିଲ୍ଲାର ଯେକୌଣସି ସ୍ଥାନରେ ପରିବେଷଣ ପାଇଁ ସେମାନେ ଦୂରତାକୁ ଦେଖି ୧୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ପାରିତୋଷିକ ନିଅନ୍ତି।

ଉଷାକୋଠିରେ ବାଦ୍ୟଯନ୍ତ୍ର ଭାବେ ବାଉଁଶରୁ ତିଆରି ଧନୁରେ ଲାଗିଥିବା ତନ୍ତ, କୁଲା ଓ ମାଟିହାଣ୍ଡି ବ୍ୟବହୃତ ହୁଏ।

ଢଣଟିକୁ ଏକ କୁଲା ଉପରେ ରଖି, ମାଟି ହାଣ୍ଡିରେ ପୂରାଇ ବାଦ୍ୟକାର ତନ୍ତଟିକୁ ଟାଣିବା ଫଳରେ ତିନିକାଠି ବା ତ୍ରିପୁଟା ତାଳ ବାହାରେ ।

ଏହା ଆଧାରରେ ଦୁଇଜଣ ଗାୟକ ବିଭିନ୍ନ ରାଗରେ ସଂଗୀତ ପରିବେଷଣ କରିଥା"ନ୍ତି।

ରାମାୟଣ ଓ ମହାଭାରତ ସମେତ ବିଭିନ୍ନ ପୌରାଣିକ ବିଷୟବସ୍ତୁକୁ ନେଇ ଗାହାଣ ଦଳ ସଂଗୀତ ପରିବେଷଣ କରିଥା"ନ୍ତି।

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ ଗୋପାଳକୃଷ୍ଣଙ୍କ କାବ୍ୟସମ୍ଭାରକୁ ନେଇ ମଧ୍ୟ ଗାୟନ କରାଯାଏ।

ଏଣୁ, ଆଶୁ କବିତ୍ବରେ ପାରଙ୍ଗମତା, ପ୍ରାଚୀନ ପୁରାଣରେ ଗଭୀର ଜ୍ଞାନ, ଘଣ୍ଟାଘଣ୍ଟା ଧରି ଗାଇପାରୁଥିବା ଜଣେ ବ୍ୟକ୍ତି ହିଁ ଏହି କଳାକୁ ଆହରଣ କରିପାରେ।

ଗଞ୍ଜାମରେ ୪ ଦିନ ଓ ୪ ରାତି ଗାହାଣ ସଂଗୀତ ପରିବେଷଣର ନଜିର ରହିଛି।

ଆଶ୍ବିନ ସପ୍ତମୀରୁ ମାର୍ଗଶୀର ମାସ ଗୁରୁବାର ତୃତୀୟ ପାଳି ପର୍ଯ୍ୟନ୍ତ ପୁରପଲ୍ଲୀରେ ଆୟୋଜିତ ହେଉଥିବା କୋଠିଶାଳ ଯାତ୍ରା‌ରେ ଗାହାଣ ସଙ୍ଗୀତ ପରିବେଷଣ କରାଯାଏ।

ସେହିଭଳି ବିବାହ ଓ ବ୍ରତ ସମେତ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ଏହାକୁ ପରିବେଷଣ କରାଯାଇଥାଏ।

ଉଷାକୋଠି କଳାକାରଙ୍କ ବିକାଶର ପାଇଁ ୧୯୯୧ରେ କିଛି କଳାକାର ଆଗେଇଆସିଥିଲେ।

୧୯୯୫ରେ ମା" ମଙ୍ଗଳା ଉଷାକୋଠି ଗାହାଣ କଳାକାର ସଂଘ ଗଠିତ ହୋଇଥିଲା।

ପ୍ରଥମେ ବନ୍ଧାଗୁଡ଼ାର ଉଦୟନାଥ ଜେନା, ତା"ପରେ ଚିନ୍ତାମଣି ପ୍ରଧାନ ଏବଂ ବର୍ତ୍ତମାନ ବାବନପୁରର ମଙ୍ଗଳୁ ସ୍ବାଇଁ ସଭାପତି ଭାବେ ଦାୟିତ୍ବ ସମ୍ପାଦନ କରୁଛନ୍ତି।

ନିୟମିତ ବୈଠକରେ କଳାକାରଙ୍କ ବିଭିନ୍ନ ସମସ୍ୟା ଏବଂ କଳାର ବିକାଶ ନେଇ ଆଲୋଚନା ହେଉଛି।

ତେବେ, ସରକାରୀ ପ୍ରୋତ୍ସାହନ ମିଳିଥିଲେ ଏହି କଳାର ବିଶେଷ ପ୍ରଚାରପ୍ରସାର ହୋଇ ପାରନ୍ତା ବୋଲି ଗୁରୁ ରମେଶ ନାହାକଙ୍କ ସମେତ କଳାକାରମାନେ ମତପ୍ରକାଶ କରିଛନ୍ତି।

UPSC: ୟୁପିଏସ୍‌ସି ପରି ପରୀକ୍ଷା ପାଇଁ ମାଗଣା ଅନ୍‌ଲାଇନ୍‌ କୋଚିଂ ଦେବେ ଉତ୍ତରାଖଣ୍ଡ ସରକାର ସଭାପତି ମଙ୍ଗଳୁ ସ୍ବାଇଁ କହିଛନ୍ତି, ସଂଘର ଏକ ନିଜସ୍ବ କାର୍ଯ୍ୟାଳୟ ଥିଲେ ନିୟମିତ ତାଲିମ ଦେବାରେ ସୁବିଧା ହୋଇପାରନ୍ତା।

ସରକାରୀ ପ୍ରୋତ୍ସାହନରେ ପ୍ରତି ପଞ୍ଚାୟତରେ କୋଠିଶାଳଗୃହ ନିର୍ମାଣ ହୋଇପାରିଲେ କଳାକାରଙ୍କ କଳାର ବିକାଶରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

କଳାକାର ଚନ୍ଦନ କୁମାର ନାୟକ କହିଛନ୍ତି, ଗାହାଣ କଳା ପ୍ରତି ରୁଚି ରଖୁଥିବା ଯୁବପିଢ଼ିଙ୍କୁ ତାଲିମ ଦେବାକୁ ପ୍ରଶାସନ ପକ୍ଷରୁ ଅନ୍ତତଃ ବର୍ଷକୁ ଦୁଇଥର କର୍ମଶାଳା ଆୟୋଜନ ହେବା ଦରକାର।

ଅନ୍ୟାନ୍ୟ ଲୋକନୃତ୍ୟ ଭଳି ଦେଶବିଦେଶରେ ଏହି କଳାର ପ୍ରଚାରପ୍ରସାର ପାଇଁ ପ୍ରଶାସନିକ ଉଦ୍ୟମ ହୋଇଥିଲେ ଭଲ ‌ହୁଅନ୍ତା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media