WTC final: ଡବ୍ଲୁଟିସି ଫାଇନାଲ ଦୌଡ଼ରେ ଭାରତ ପଛରେ ରହିଯାଇଛି: ଦ୍ରାବିଡ଼
"ବେଙ୍ଗାଲୁରୁ: ଶ୍ରୀଲଙ୍କା ଗସ୍ତରେ ଭାରତର ପ୍ରଦର୍ଶନ ଉତ୍ସାହଜନକ ଥିଲେ ବି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍(ଡବ୍ଲ୍ୟୁଟିସି) ଫାଇନାଲ ନିମନ୍ତେ ଯୋଗ୍ୟତା ଅର୍ଜନ ଭାରତ ପାଇଁ ସହଜ ହେବ ନାହିଁ ବୋଲି କହିଛନ୍ତି ପୂର୍ବତନ ପ୍ରଶିକ୍ଷକ ତଥା କିଂବଦନ୍ତି ବ୍ୟାଟର୍ ରାହୁଲ ଦ୍ରାବିଡ଼।
ସେ କହିଛନ୍ତି ଯେ ଡବ୍ଲୁଟିସି ଦୌଡ଼ରେ ଭାରତ ପଛରେ ପଡ଼ିଯାଇଛି।
ଶ୍ରୀଲଙ୍କାରେ ଭାରତର ପ୍ରଦର୍ଶନ ଉତ୍ସାହଜନକ ଥିଲେ ବି ଆଗାମୀ ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ବିଜୟ ହାସଲ କରିବା ସହଜ ହେବ ନାହିଁ।
କିନ୍ତୁ ଭାରତୀୟ ଦଳରେ ଯେପରି ଉଚ୍ଚମାନର ପ୍ରତିଭା ଅଛନ୍ତି, ସେମାନଙ୍କୁ ନ୍ୟୂନ ମନେ କରିବା ଠିକ୍ ହେବ ନାହିଁ।
ସେମାନେ ଶ୍ରୀଲଙ୍କା ବିପକ୍ଷରେ ଭଲ ଆରମ୍ଭ କରିଛନ୍ତି।Advertisment Editorial: ଦେଶୀ-ବିଦେଶୀ ଭାରତ ଏବେ ଡବ୍ଲୁଟିସି ମାନ୍ୟତାରେ ବାଂଲାଦେଶ ତଳକୁ ପଞ୍ଚମ ସ୍ଥାନରେ ରହିଛି।
ଫାଇନାଲ୍ ଦୌ଼ଡରେ ରହିବାକୁ ଭାରତ ହାତରେ ଆଉ ୮ଟି ଟେଷ୍ଟ ରହିଛି।
ଏସବୁ ମଧ୍ୟରୁ ଅତି କମରେ ୬ଟିରେ ବିଜୟ ହାସଲ ଆବଶ୍ୟକ।
ଭାରତ ଏହି ଆଠଟି ଟେଷ୍ଟ ମଧ୍ୟରୁ ଦୁଇଟି ନ୍ୟୁଜିଲାଣ୍ଡରେ ଖେଳିବ ଓ ଆଉ ପାଞ୍ଚଟି ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ।
ଏଣୁ ଆଗକୁ ଭାରତ ପାଇଁ ରାସ୍ତା ଅତି କଷ୍ଟକର ରହିଛି।
Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
