Ganja seized: ଗଂଜେଇ ଚାଲାଣ ବେଳେ ଚଢ଼ଉ, ଚାରି ଅଭିଯୁକ୍ତ ଗିରଫ

Aug 17, 2026 - 23:47
Ganja seized: ଗଂଜେଇ ଚାଲାଣ ବେଳେ ଚଢ଼ଉ, ଚାରି ଅଭିଯୁକ୍ତ ଗିରଫ

"ରାଇଘର (ଦେବେନ୍ଦ୍ର ମିଶ୍ର): ଦୀର୍ଘ ଦିନ ପରେ ନବରଙ୍ଗପୁର ଜିଲ୍ଲା ରାଇଘର ଥାନାକୁ ମିଳିଛି ଏକ ବଡ଼ ସଫଳତାl ସୋମବାର ସନ୍ଧ୍ୟା ସମୟରେ ମାଲକାନଗିରି ଜିଲ୍ଲା ବାଲିମେଳାରୁ ଧମତରୀକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ହୀରାପାରା ଠାରେ ପୁଲିସ ଚଢ଼ାଉ କରିଥିଲାl ଫଳରେ ୨୨କିଲୋଗ୍ରାମ ୩ଶହ ଗ୍ରାମ ଗଞ୍ଜେଇ ଜବତ ସହ ଦୁଇଗୋଟି ବାଇକ ଏବଂ ୧୮ହାଜର ୬ଶହ ଟଙ୍କା ଜବତ କରିଥିବା ଜଣା ପଡିଛି l ଏଥି ସହିତ ଏହି ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତ ଙ୍କୁ ପୁଲିସ ଗିରଫ କରିଛି l Advertisment ସୂଚନା ଅନୁଯାଇ ଓଡ଼ିଶାରୁ ଛତିଶଗଡ଼କୁ ଗଂଜେଇ ଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇ ରାଇଘର ଥାନା ଅଧିକରୀ ଟିକଚନ୍ଦ ବାହୁବଳ କଟୁଆ ଏକ ଟିମକୁ ନେଇ ଯୋଡ଼ିଙ୍ଗା ନିକଟସ୍ଥ ହୀରାପାରା ଠାରେ ସକଳୁ ଅପେକ୍ଷା କରିଥିଲl ଦିନ ପ୍ରାୟ ଗୋଟାଏ ସମୟରେ ଦୁଇଗୋଟି ବାଇକରେ ଚାରିଜଣ ଯୁବକ ଗଞ୍ଜେଇ ନେଇ ଯାଉଥିବା ବେଳେ ସେମାନଙ୍କ ପୁଲିସ ଟିମ ଉପରେ ଚଢ଼ାଉ କରିଥିଲାl ସେମାନଙ୍କ ଠାରୁ ୨୨ କିଲୋ ୩୦୦ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୁଲିସ ସୂଚନା ଦେଇଛି l  Ganja Seized in Sonepur ଧରାପଡ଼ିଲା ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ, ଫେରାର୍‌‌ ହୋଇଗଲେ ମାଫିଆ ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ସବର ଘଟଣା ସ୍ଥଳରେ ପହଂଚି ଘଟଣାର ଯାଞ୍ଚ କରୁଥିବା ଜଣା ପଡ଼ିଛିl  ରାଇଘର ଥାନାରେ ଏ ନେଇ ଏନ୍‌ଡିପିଏସ୍‌ ଆକ୍ଟରେ ଏକ ମାମଲା ରୁଜ୍ଜୁ କରି ମାଲକାନଗିରି ଅଂଚଳର ରାଜୁ ଚାଲାଣ,  ଅର୍ଜୁନ ପାଙ୍ଗି ଓ ରାଜେନ୍ଦ୍ର ମାରି ତଥା ରାଇଘର ବ୍ଲକ କୁନ୍ଦେଇ ଅଂଚଳର ଗିରିଧାରୀ ଗଣ୍ଡଙ୍କୁ ପୁଲିସ ଗିରଫ କରି ପଚରାଉଚାର ଚଳାଇଛି l ଅଭିଯୁକ୍ତଙ୍କ ଠାରୁ ନଗଦ ୧୮ହଜାର ୬ଶହ ଟଙ୍କା, ଚାରିଗୋଟି ମୋବାଇଲ ଏବଂ ଦୁଇଟା ବାଇକ ଜବତ ହୋଇଛି l  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media