Ganja seized: ଘାଟି ରାସ୍ତାରେ ଖସୁଥିଲା ଗଂଜେଇ ବୋଝେଇ ପିକ୍ଅପ୍, ମାଡ଼ି ବସିଲା ପୁଲିସ
"କାଲିମେଳା (ଦୁଃଶାସନ ମହାପାତ୍ର): ୧ କୋଟି ଟଙ୍କାର ଗଂଜେଇ ସହ ୨ଜଣ ଗଂଜେଇ ମାଫିଆକୁ ଗିରଫ କରିଛି କାଲିମେଳା ପୁଲିସ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତିରେ କାଲିମେଳା ଥାନା ଅଧିକାରୀ ପ୍ରଭୂତତ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଭେଜଂଗିବାଡ଼ା ପଂଚାୟତ ଅନ୍ତର୍ଗତ ବଦଲିଗୁଡ଼ା ଘାଟି ନିକଟରୁ ଏକ ପିକଅପ ଭ୍ୟାନ ସହ ୪୨୦ କେଜି ଗଂଜେଇ ଜବତ କରିବାର ସଫଳ ହୋଇଥିଲେ।
ଏହି ବିପୁଳ ପରିମାଣର ଗଂଜେଇ ପିକ୍ଅପ୍ ଭ୍ୟାନ୍ରେ ଘାଟିରୁ ତଳକୁ ଓହ୍ଲାଉ ଥିବାବେଳେ ପୋଲିସ ଅଧାବାଟରେ ଗାଡ଼ିଟିକୁ ଜବତ କରିବାରେ ସଫଳ ହୋଇଥିଲା।
Advertisment ଏହି ସବୁ ଗଂଜେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯିବାକୁ ଥିବାବେଳେ ପୋଲିସ ଅଚାନକ ଚଢ଼ାଉ କରି ଏହି ସବୁ ଗଂଜେଇ ଜବତ କରିଥିବାବେଳେ ଗାଡ଼ିରେ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିବାରେ ସଫଳ ହୋଇଥିଲା।
ଏହି ଘଟଣାରେ ସଂପୃକ୍ତ ଅଜ୍ୟ ଜଣେ ଯୁବକକୁ ଗତକାଲି ରାତିରେ ଏମଭି-୧୨୬ ଗ୍ରାମରୁ ପୋଲିସ ଉଠାଇ ଆଣିଥିବାବେଳେ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡ଼ିଛି।
ଗିରଫ ୨ଜଣ ଯାକ ଅଭିଯୁକ୍ତ ହେଲେ ଏମଭି-୭୨ ଗ୍ରାମର ରାମକୃଷ୍ଣ ଦାସ ଓ ଏମଭି-୧୨୬ ଗ୍ରାମର ବବୁଲୁ ଦତ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।
ତେବେ ଏହା ପଛରେ ଆନ୍ତଃରାଜ୍ୟ ଗଂଜେଇ ରାକେଟର ହାତ ଥିବାର ଅନୁମାନ କରାଯାଉଥିବାବେଳେ ଏ ଦିଗରେ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଥାନା ଅଧିକାରୀ ପ୍ରଭୂଦତ ବିଶ୍ୱାଳ।
ଉଲେଖଯୋଗ୍ୟ ଯେ ଗତ ମାସ ଜୁଲାଇ ୧୦ ତାରିଖରେ ଏହି ବଦଲିଗୁଡ଼ା ଘାଟିରୁ କାଲିମେଳା ପୋଲିସ ୧୦ କୁଇଣ୍ଟାଲରୁ ଅଧିକ ଗଂଜେଇ ଜବତ କରିଥିବାବେଳେ ମାଫିଆମାନେ ଫେରାର ହୋଇଯାଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।