Odisha police: ଓଡ଼ିଶା ପୁଲିସକୁ ଘାରିଛି ଆତ୍ମହତ୍ୟା ଚିନ୍ତା: ୧୫ ବର୍ଷରେ ଗଲାଣି ୨୦ ପୁଲିସ ବାବୁଙ୍କ ଜୀବନ
ଚିରଂଜୀବୀ କର
କଟକ: ଓଡ଼ିଶା ପୁଲିସକୁ ଘାରିଛି ଆତ୍ମହତ୍ୟା ଚିନ୍ତା। ଗଲା ୧୫ ବର୍ଷ ଭିତରେ ୨୦ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ଚାକିରିରେ ଥାଇ ଆତ୍ମହତ୍ୟା କରିଛନ୍ତି। ୪ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସୌଭାଗ୍ୟକ୍ରମ ବର୍ତ୍ତିଯାଇଛନ୍ତି। ୨୦୧୧ ଜୁଲାଇ ୬ରେ ମାଲକାନଗିରି ଜିଲ୍ଲାର କନେଷ୍ଟବଳ ପ୍ରଦୀପ ଘଡ଼େଇ ସର୍ଭିସ ରିଭଲଭର୍ରେ ଆତ୍ମହତ୍ୟା କରିଥିବା ବେଳେ ୨୦୧୩ ଜାନୁଆରି ୨୪ରେ ରାୟଗଡ଼ାର ଏକ ହୋଟେଲ୍ରେ ଏଏସ୍ଆଇ ଆର୍.ପି ସେଠୀ ସର୍ଭିସ ରିଭଲଭର୍ରେ, ୨୦୧୩ ଜୁନ ୧ରେ ଏସ୍ଓଜି ଯବାନ ସୂର୍ଯ୍ୟନାରାୟଣ ସାହୁ କାଲିମେଳାର ଏକ କ୍ୟାମ୍ପରେ ରିଭଲଭର୍ରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ସେହିଭଳି ୨୦୧୪ ମେ ୧୩ରେ କୋରାପୁଟରେ ପୁଲିସ କନେଷ୍ଟବଳ ନରେନ୍ଦ୍ର କନ୍ଧପାନ ସର୍ଭିସ୍ ରିଭଲଭର୍ରେ ଶ୍ବଶୂର ଘରର ୪ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ୨୦୧୫ ନଭେମ୍ବର ୨୬ରେ ବ୍ରହ୍ମପୁର ଏସ୍ଡିପିଓ କାର୍ଯ୍ୟାଳୟର ମହିଳା କନେଷ୍ଟବଳ ଅଭାଗିନୀ ନାୟକ ବେକରେ ରଶି ବାନ୍ଧି ଝୁଲିପଡ଼ିଥିଲେ। ୨୦୧୮ ମାର୍ଚ୍ଚ ୨୯ରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା ବିଏସ୍ଏଫ୍ କ୍ୟାମ୍ପରେ ଯବାନ ପଙ୍କଜ କୁମାର ସର୍ଭିସ ରିଭଲଭର୍ରେ ଆତ୍ମହତ୍ୟା କରିଥିଲେ। ୨୦୨୧ ଅଗଷ୍ଟ ୨୮ରେ ଗଞ୍ଜାମ ଜିଲ୍ଲା କରଡ଼ା ଥାନା କନେଷ୍ଟବଳ ଯାଜ୍ଞସେନୀ ବେହେରା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ୨୦୨୧ ଅଗଷ୍ଟ ୩୦ ରେ ଯାଜ୍ଞସେନୀଙ୍କ ସ୍ବାମୀ ତଥା ପୁଲିସ କନେଷ୍ଟବଳ ଟି. ଜନାର୍ଦ୍ଦନ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ୨୦୨୨ ଫେବ୍ରୁଆରି ୧୫ରେ ଅନୁଗୁଳ ଜିଲ୍ଲା କଣିହାଁର ଅବସରପ୍ରାପ୍ତ ପୁଲିସ ଅଧିକାରୀ ବିରଞ୍ଚି ପ୍ରଧାନ ଆତ୍ମହତ୍ୟା କରିଥିଲେ। ୨୦୨୨ ମାର୍ଚ୍ଚ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗ ସର୍ଭିସ ରିଭଲଭର୍ରେ ଆତ୍ମହତ୍ୟା କରିଥିଲେ। ୨୦୨୨ ଅଗଷ୍ଟ ୨୭ ତାରିଖରେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ଏସ୍ଆଇ ସ୍ବାଗତିକା ବେହେରା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ।
Ram Mandir: ଚୋରି ସୁନା ଅଳଙ୍କାର ତରଳା ଯାଇଥିବା ଆଶଙ୍କା
ତାଲିକାରେ ଦୁଇ ଇନ୍ସ୍ପେକ୍ଟର ପାହ୍ୟା ଅଧିକାରୀ
୨୦୨୩ ଏପ୍ରିଲ ୬ରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଏମ୍ଭି-୪୨ ଗାଁରେ ପୁଲିସ ରିଜର୍ଭରେ କାର୍ଯ୍ୟରତ କନେଷ୍ଟବଳ ସୁଶାନ୍ତ ହାଲଦାର, ୨୦୨୩ ଏପ୍ରିଲ ୨୦ରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଧାନମଣ୍ଡଳରେ ସିଆର୍ପିଏଫ୍ ଯବାନ ସୂର୍ଯ୍ୟକାନ୍ତ କୁଅଁର ଗଛରେ ଝୁଲି, ୨୦୨୩ ଏପ୍ରିଲ ୨୫ରେ ରାୟଗଡ଼ା ଜିଲ୍ଲା ୪ର୍ଥ ବାଟାଲିୟନରେ କାର୍ଯ୍ୟରତ ସିଆର୍ପିଏଫ୍ ଅଫିସର ବିହାରର ସୁନିଲ କୁମାର ସର୍ଭିସ ରିଭଲଭର୍ରେ, ୨୦୨୩ ଜୁଲାଇ ୨୬ରେ କୋରାପୁଟ ଜିଲ୍ଲାର ଡେପୁଟି ସୁବେଦାର ନରେନ୍ଦ୍ର ବିଶ୍ବାଳ ଏକେ-୪୭ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ବେଳେ ୨୦୨୩ ଅଗଷ୍ଟ ୪ରେ ହୋମଗାର୍ଡ ସୈରିନ୍ଦ୍ରୀ ସାହୁ ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଦୁଇ ଗୋଡ଼ ହରାଇଥିଲେ। ୨୦୨୪ ଅଗଷ୍ଟ ୩୧ରେ କଟକ ଓଏମ୍ପି ଷଷ୍ଠ ବାଟାଲିୟନରେ ହାବିଲଦାର ତ୍ରିଲୋଚନ ସେଠୀ ବେକରେ ଟାଵେଲ୍ ଗୁଡ଼ାଇ, ୨୦୨୫ ଏପ୍ରିଲ ୭ରେ ବାଲେଶ୍ବର ଜିଲ୍ଲା ପୁଲିସ ବାରାକରେ କନେଷ୍ଟବଳ ଯଶୋଦା ଦାସ ଆତ୍ମହତ୍ୟା କରିଥିଲେ। ୨୦୨୫ ଜୁନ ୧୯ରେ କେନ୍ଦୁଝରର ପୁଲିସ କନେଷ୍ଟବଳ ସୁବ୍ରତ କୁମାର ସାହୁ, ୨୦୨୫ ଅଗଷ୍ଟ ୧୬ରେ ନୂଆପଡ଼ା ରେଳଷ୍ଟେସନ୍ ନିକଟ ଗଛରେ କନେଷ୍ଟବଳ ରୁକ୍ମିଣୀ ନାଗ, ୨୦୨୬ ଫେବ୍ରୁଆରି ୫ରେ ନୟାଗଡ଼ ପୁଲିସ ବାରାକରେ କନେଷ୍ଟବଳ ସୁନିଲ ସେଠୀ ସର୍ଭିସ ରିଭଲଭର୍ରେ, ୨୦୨୬ ଫେବ୍ରୁଆରି ୯ରେ ସୁନ୍ଦରଗଡ଼ କ୍ୟାମ୍ପରେ ରହୁଥିବା ଉତ୍ତରପ୍ରଦେଶର ସିଆର୍ପିଏଫ୍ ହାବିଲଦାର ସୁବାସ ପ୍ରସାଦ ସର୍ଭିସ ରିଭଲଭର୍ରେ ଆତ୍ମହତ୍ୟା କରିଥିଲେ। ୨୦୨୬ ଜୁଲାଇ ୪ ତାରିଖରେ କଟକ କମିସନରେଟ୍ ପୁଲିସର ଚାଉଳିଆଗଞ୍ଜ ଥାନା ଆଇଆଇସି ଥାନା ଭିତରେ ଆତ୍ମହତ୍ୟା କରିଛନ୍ତି। ୨୦୨୫ ମେ ୧୪ରେ ବାଲେଶ୍ବର ଜିଲ୍ଲା ବସ୍ତା ଏସ୍ଡିପିଓ ବ୍ରଜ ମୋହନ ପ୍ରଧାନ ଆତ୍ମହତ୍ୟା ଉଦ୍ୟମ କରି ଅସୁସ୍ଥ ହୋଇଥିଲେ।
Alligation: ଅସ୍ଥିତ୍ବ ଖୋଜିବା ପାଇଁ ବିଜେଡି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି: ବିଜେପି
ପୂର୍ବତନ ପୁଲିସ ଡିଜି ସଂଜୀବ ମାରିକ କହିଛନ୍ତି ଯେ ପୁଲିସ ଚାକିରିରେ କାର୍ଯ୍ୟ ଚାପ ଅଧିକ ରହୁଛି। ପୁଲିସ ଚାକିରେ ରବିବାର ବୋଲି କିଛି ନାହିଁ। ମାନସିକ ସ୍ତରରେ ସବୁବେଳେ ଆଲର୍ଟ ରହିବାକୁ ପଡ଼ୁଛି। ବ୍ୟକ୍ତିଗତ ଅସୁବିଧା ଆସିଲେ ଆହୁରି ସମସ୍ୟା ବଢ଼ିଯାଏ। ପୁଲିସ ବିଭାଗରେ ବାର୍ଷିକ ଇଏଲ୍ ୪୫ ଦିନ ଓ ସିଏଲ୍ ୧୫ ଦିନ ରହିଛି। କିନ୍ତୁ ପୁଲିସ ଚାକିରିରେ ଏସବୁ ନେଇ ହେଉନାହିଁ। ସରକାର ପୁଲିସ ଅଧିକାରୀଙ୍କୁ ବର୍ଷକ ଭିତରେ ୩୦ ଦିନ ବାଧ୍ୟତାମୂଳକ ଇଏଲ ନେବାକୁ ନିର୍ଦ୍ଦେଶ ଦେବାର ଆବଶ୍ୟକତା ଥିବା ଶ୍ରୀ ମାରିକ କହିଛନ୍ତି।