Gang rape: ଅସଦାଚରଣ ଘଟଣାର ନୂଆ ମୋଡ଼; ଯୁବତୀଙ୍କୁ ଗଣଦୁଷ୍କର୍ମ, କାର କାଚ ଭାଙ୍ଗିଲେ ଅଭିଯୁକ୍ତ

Aug 12, 2026 - 16:00
Gang rape: ଅସଦାଚରଣ ଘଟଣାର ନୂଆ ମୋଡ଼; ଯୁବତୀଙ୍କୁ ଗଣଦୁଷ୍କର୍ମ, କାର କାଚ ଭାଙ୍ଗିଲେ ଅଭିଯୁକ୍ତ

"କଟକ (ଦୀପ୍ତି ରଂଜନ ସାମଲ): କଟକ-ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ଥାନା ଅଧୀନ ଶୁକରପଡ଼ା ପେଟ୍ରୋଲ ପମ୍ପ ନିକଟରେ ଗତକାଲି ରାତିରେ ଜଣେ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ନୂଆ ମୋଡ଼ ଆସିଛି।

ଘଟଣା ଦିନ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି।

ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ କଟକ ଗ୍ରାମାଞ୍ଚଳ ପୁଲିସ ସ୍ପଷ୍ଟ କରିଛି।

Advertisment ସୂଚନା ମୁତାବକ ସମ୍ପୃକ୍ତ ଯୁବତୀଙ୍କୁ ନିଶାସକ୍ତ ଯୁବକମାନେ ନିଶ୍ଚିନ୍ତକୋଇଲି ଥାନା ଶୁକରପଡ଼ା ପେଟ୍ରୋଲ ଟାଙ୍କି ନିକଟରେ ରାସ୍ତାକଡ଼ରେ ଏକା କାର ଥୁଆ ହୋଇଥିବା ଦେଖି ପ୍ରଥମେ କାର ବାହାରକୁ ଆସିବା ପାଇଁ କହିଥିଲେ।

ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ କାର ଡୋର ନଖୋଲିବାରୁ ଏକ ଚିମୁଟା ସାହାଯ୍ୟରେ ପ୍ରଥମେ କାଚ ଭାଙ୍ଗିଥିଲେ ଏବଂ ପରେ ଯୁବତୀଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ରାସ୍ତାପାର୍ଶ୍ଵ ଏକ ଭଙ୍ଗା ଘରେ ଦୁଷ୍କର୍ମ କରିଥିଲେ।

Gang Rape Case ଜଗତସିଂହପୁର ଗଣଦୁଷ୍କର୍ମ ମାମଲା: ୩ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବେ ସୁଦ୍ଧା ୨ଜଣ ଦୁଷ୍କର୍ମକାରୀ ଗିରଫ ହୋଇଥିଲା ବେଳେ ଆହୁରି ୪ଜଣଙ୍କୁ ପୁଲିସ ଖୋଜୁଛି।

ଘଟଣାରେ ନିଶ୍ଚିନ୍ତକୋଇଲି ଥାନାରେ ଏକ ମାମଲା ରୁଜୁ କରିବା ସହିତ ବିଏନ୍‌ଏସ୍‌-୭୦ (ଗଣଦୁଷ୍କର୍ମ) ଦଫା ଲଗାଇ ତଦନ୍ତ ଆରମ୍ଭ କରିବା ସହିତ ଏଯାବତ ୨ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଅନ୍ୟମାନଙ୍କୁ ଧରିବା ପାଇଁ ଜଣେ ଡିଏସପିଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଥିବା କଟକ ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media