Gang Rape: ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲାର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଫୁଲବାଣୀ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର ହୋଇଛି।
ଏହି ମାମଲାକୁ ଫୁଲବାଣୀ ଟାଉନ ଥାନା ପକ୍ଷରୁ ଘୁ.ଉଦୟଗିରି ଥାନାକୁ ପଠାଇଛି।
ଘୁମୁସୀ ଉଦୟଗିରି ଅଞ୍ଚଳରେ ଘଟିଥିବା ଘଟଣା ନେଇ ପୀଡ଼ିତା ଲିଖିତ ଭାବେ ଜଣେଇଥିବା ଯୋଗୁଁ ଏଫଆଇଆରକୁ ୨୨ତାରିଖ ଦିନ ଟ୍ରନ୍ସଫର କରିବା ପରେ ସ୍ଥାନୀୟ ଥାନା ଆଇଆଇସି ବିଜୟ କୁମାର ସ୍ୱାଇଁ ମାମଲା ରୁଜୁ କରିଛନ୍ତି।Advertisment ନାବାଳିକା ଜଣକ ଅନ୍ୟ ଥାନା ଅଞ୍ଚଳର ହୋଇଥିବା ବେଳେ ଘୁ.ଉଦୟଗିରି ଅଞ୍ଚଳରେ ଏକ ହୋଟେଲରେ ତାଙ୍କୁ କିଛି ଲୋକ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ ହୋଇଛି।
ପୁଲିସ ତଦନ୍ତ ଚଳେଇଥିବା ବେଳେ ଏହା ଏକ ଅତି ସମ୍ବେଦନଶୀଳ ଘଟଣା ହୋଇଥିବା ଯୋଗୁଁ ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା କରି ମୁହଁ ଖୋଲୁନି।
କେବଳ ତଦନ୍ତ ଚାଲିଛି ତଦନ୍ତ ପରେ ପ୍ରକାଶ କରାଯିବ ବୋଲି କହୁଛି।
Arrest: ନାବାଳିକା ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତ ଗିରଫ ଅନ୍ୟପକ୍ଷରେ ଏତେବଡ଼ ଘଟଣା ଘଟିଲା ଅଥଚ କେହି କିଛି ତାର ଟେର ପାଇପାରିଲେନି କେମିତି ବୋଲି ପ୍ରଶ୍ନ ଉଠୁଛି।
ପୁଲିସ ଜାଣିପାରିଲା ନା ସ୍ଥାନୀୟ ଲୋକ କେହି କିଛି ଜାଣି ପାରିଲେ।
ପ୍ରକୃତରେ ଘଟଣା ଘଟିଛି କେଉଁଠି?
କେବେ ଘଟିଛି ଏବଂ କିଭଳି ଏବଂ କେଉଁ ପରିସ୍ଥିତିରେ ଘଟଣା ଘଟିଛି ତାହା ଏବେ ପୁଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି।
"