Khamenei funeral: ଖେମିନିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ମୋଦୀଙ୍କୁ ପେଜେସ୍କିଆନଙ୍କ ନିମନ୍ତ୍ରଣ

Jun 24, 2026 - 16:50
Khamenei funeral: ଖେମିନିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ମୋଦୀଙ୍କୁ ପେଜେସ୍କିଆନଙ୍କ ନିମନ୍ତ୍ରଣ

"ନୂଆଦିଲ୍ଲୀ: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖେମିନିଙ୍କର ଫେବ୍ରୁଆରି ୨୮ରେ ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ହୋଇଥିଲା।

୩୬ ବର୍ଷ ଧରି ଇରାନର ସର୍ବୋଚ୍ଚ ନେତା ଥିବା ଖେମିନିଙ୍କ ମୃତ୍ୟୁକୁ ପାଖାପାଖି ଚାରି ମାସ ହୋଇଯାଇଥିବାବେଳେ ଇରାନ ତାଙ୍କ ଅନ୍ତିମ ସଂସ୍କାର କରିନଥିଲା।

ତେବେ ଇରାନ ପକ୍ଷରୁ ଖେମିନିଙ୍କ ଅନ୍ତିମ ସଂସ୍କାର ଅତି ଭବ୍ୟ ଭାବରେ ଜୁଲାଇ ୪ ତାରିଖରୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଇରାନର ପବିତ୍ର ସହର ମସହଦରେ ସମ୍ପନ୍ନ କରାଯିବ।

ମସହଦ ଖେମିନିଙ୍କ ଜନ୍ମସ୍ଥାନ ମଧ୍ୟ ଥିଲା।

ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍‌ ଏହି ରାଜକୀୟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି।

ବିଶ୍ବର ବହୁ ବଡ଼ ବଡ଼ ବ୍ୟକ୍ତିଙ୍କୁ ଖେମିନିଙ୍କ ଏହି ଶେଷଯାତ୍ରାରେ ସାମିଲ ହେବାକୁ ଇରାନ ନିମନ୍ତ୍ରଣ କରିଛି।

ତେବେ ଭାରତ ପକ୍ଷରୁ କିଏ ଏହି ଉତ୍ସବରେ ଯୋଗଦେବ ତାହା ଏବେ ସ୍ପଷ୍ଟ ହୋଇନାହିଁ।

ଖେମିନିଙ୍କ ମୃତ୍ୟୁ ପରେ ଭାରତର ବିଦେଶ ସଚିବ ବିକ୍ରମ ମିଶ୍ରି ନୂଆଦିଲ୍ଲୀ ସ୍ଥିତ ଇରାନ ଦୂତାବାସକୁ ଯାଇ ସରକାରଙ୍କ ପକ୍ଷରୁ ଶୋକ ପୁସ୍ତିକାରେ ହସ୍ତାକ୍ଷର କରିଥିଲେ।Advertisment କିଏ ହେବେ ରିଲାଏନ୍ସର ନୂଆ ଉତ୍ତରାଧିକାରୀ?

ମେ ୨୦୨୪ରେ ହେଲିକପ୍ଟର ଦୁର୍ଘଟଣାରେ ତତ୍‌କାଳୀନ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ନିଧନ ପରେ ଭାରତ ପକ୍ଷରୁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇ ଜାତୀୟ ପତାକା ଅର୍ଦ୍ଧ ନମିତ କରାଯାଇଥିଲା।

ସେତେବେଳେ ଭାରତର ତତ୍କାଳୀନ ଉପରାଷ୍ଟ୍ରପତି ଜଗଦୀପ୍‌ ଧନଖଡ଼ଙ୍କୁ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ବ ନେବାକୁ ପଠାଯାଇଥିଲା।

ଖେମିନିଙ୍କ ମୃତ ଶରୀର ଜୁଲାଇ ୪ ତାରିଖରେ ତେହେରାନର ମୋସଲ୍ଲା କମ୍ପ୍ଲେକ୍ସରେ ରଖାଯିବ।

ଏହାପରେ ତେହେରାନ ଓ କୋମରେ ସାର୍ବଜନୀନ ଶୋଭାଯାତ୍ରା କରାଯିବ।

୯ ଜୁଲାଇରେ ମସହଦରେ ଇମାମ ରଜା ଦରଘାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

"