Ganeshotsav 2026ଷ ପ୍ରଭୁ ଗଣେଶଙ୍କ ପାଇଁ ୭୦୩ କୋଟି ଟଙ୍କାର ବୀମା

Sep 02, 2026 - 18:38
Ganeshotsav 2026ଷ ପ୍ରଭୁ ଗଣେଶଙ୍କ ପାଇଁ ୭୦୩ କୋଟି ଟଙ୍କାର ବୀମା

"ମୁମ୍ବାଇ: ମୁମ୍ବାଇର ମାଟୁଙ୍ଗାସ୍ଥିତ ଜିଏସ୍‌ବି ସେବା ମଣ୍ଡଳର ଗଣେଶୋତ୍ସବ ଚଳିତ ବର୍ଷ ମଧ୍ୟ ଚର୍ଚ୍ଚାର କେନ୍ଦ୍ରରେ ରହିଛି।

ଦେଶର ସବୁଠାରୁ ପ୍ରସିଦ୍ଧ ଗଣପତି ମଣ୍ଡପ ମଧ୍ୟରେ ଗଣାଯାଉଥିବା ଏହି ମଣ୍ଡପ ୨୦୨୬ ଗଣେଶୋତ୍ସବ ପାଇଁ ୭୦୩.୨୭ କୋଟି ଟଙ୍କାର ବିଶାଳ ବୀମା କଭର କରାଯାଇଛି।

ଗଣେଶୋତ୍ସବ ସମୟରେ ଭକ୍ତମାନେ ଅର୍ପଣ କରୁଥିବା ବହୁମୂଲ୍ୟ ଧାତୁ ଓ ରତ୍ନ ସହ ଆୟୋଜନର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି।Advertisment ସୁନା, ରୁପା ଓ ରତ୍ନରେ ସଜିବେ ମହାଗଣପତି ମଣ୍ଡପର ସଂଯୋଜକ ଡ.

ଭୁଜଙ୍ଗ ପାଇଙ୍କ ଅନୁସାରେ, ଏଥର ଗଣପତିଙ୍କ ମୂର୍ତ୍ତିକୁ ୬୬ କିଲୋଗ୍ରାମରୁ ଅଧିକ ସୁନା, ୩୩୫ କିଲୋଗ୍ରାମ ରୁପା ଓ ବହୁମୂଲ୍ୟ ରତ୍ନରେ ସଜାଯିବ।

ଏହି ଅଳଙ୍କାର ଓ ରତ୍ନଗୁଡ଼ିକ ବର୍ଷ ବର୍ଷ ଧରି ଭକ୍ତମାନେ ଭକ୍ତିର ସହ ଅର୍ପଣ କରିଆସିଛନ୍ତି।

ଏହି କାରଣରୁ ଏହି ମଣ୍ଡପକୁ ମୁମ୍ବାଇର ସବୁଠାରୁ ଧନୀ ଗଣପତି ମଣ୍ଡବ ବୋଲି କୁହାଯାଏ।

ଜିଏସ୍‌ବି ସେବା ମଣ୍ଡପ ଚଳିତ ବର୍ଷ ଏହାର ୭୨ତମ ଗଣେଶୋତ୍ସବ ପାଳନ କରୁଛି।

ମଣ୍ଡପ ପକ୍ଷରୁ ସେପ୍ଟେମ୍ବର ୧୨ ରାତି ୮ଟାରେ ଭକ୍ତମାନଙ୍କ ପାଇଁ "ବିରାଟ ଦର୍ଶନ"ର ପ୍ରଥମ ଝଲକ ପ୍ରଦର୍ଶିତ ହେବ।

ଏହାପରେ ମୁଖ୍ୟ ପାଞ୍ଚଦିନିଆ ଗଣେଶୋତ୍ସବ ୧୪ରୁ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଜଳବନ୍ଦୀ ମନ୍ଦିରକୁ ଛାଡ଼ି ଗଲେ ନାହିଁ ପୂଜାରୀ କହିଲେ, "ଜୀବନ ମରଣ ତ ସବୁ ଉପରବାଲା ହାତରେ" "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)