Ganesh Puja: ଗଣେଶ ପୂଜାରେ ଆସିଲା ତିନିଟି ଓଡ଼ିଆ ଛବି

Sep 14, 2026 - 09:43
Ganesh Puja: ଗଣେଶ ପୂଜାରେ ଆସିଲା ତିନିଟି ଓଡ଼ିଆ ଛବି

"ଭୁବନେଶ୍ବର: ଚଳିତ ବର୍ଷ ଗଣେଶପୂଜାକୁ ଆଖିରେ ରଖି ତିନିଟି ଓଡ଼ିଆ ଛବି ମୁକ୍ତିଲାଭ କରିଛି।

ଏଥିମଧ୍ୟରୁ ପ୍ରଥମଟି ହେଲା ଓଲିଉଡର ଲୋକପ୍ରିୟ ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ବହୁ ପ୍ରତୀକ୍ଷିତ ଓଡ଼ିଆ ହରର୍ ଥ୍ରିଲର୍ ଚଳଚ୍ଚିତ୍ର "ଦାହାନ- ଦି ଇଭିଲ୍ ୱିଥିନ୍"।

ଏହା ସେପ୍ଟେମ୍ବର ୧୧ ତାରଖରେ ମୁକ୍ତିଲାଭ କରିଛି।

ଏହି ଚଳଚ୍ଚିତ୍ରରେ ବର୍ଷା ପଟ୍ଟନାୟକ, ଅରୋଶିଖା ମିଶ୍ର, ସମ୍ରାଟ ମହାପାତ୍ର, ପାର୍ଥସାରଥୀ ରାୟ, ନିଶାନ୍ତ ମଜିଠିଆ, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଣବ ପ୍ରସନ୍ନ ରଥ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ସଂଳାପ ପ୍ରଣବ ପ୍ରସନ୍ନ ରଥ ଲେଖିଥିବା ବେଳେ କ୍ୟାମେରା ପରିଚାଳନା ଦୀପକ କୁମାର ଓ ସମ୍ପାଦନା କରିଛନ୍ତି  ରଶ୍ମିରଞ୍ଜନ ଦାଶ।

ଆଶିଷ ପ୍ରଧାନ ଏହାର ସଙ୍ଗୀତକାର । 'ମନ୍ତ୍ରମୁଗ୍ଧ'ର ଅପାର ସଫଳତା ପରେ ନିର୍ମାତା ଏହି ନୂଆ ସିନେମାକୁ "ଓଡ଼ିଆ ହରର୍ ସିନେମାର ପରବର୍ତ୍ତୀ ସ୍ତର" ବୋଲି ଦାବି କରିଛନ୍ତି।

ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଭାର ନେଇଛନ୍ତି ଜାତୀୟଚଳଚ୍ଚିତ୍ର ପୁରସ୍କାର ବିଜେତା ।

ଅନୁପମ ଏବଂ ବର୍ଷା ପଟ୍ଟନାୟକ ମିଳିତ ଭାବେ ଏହାର ପ୍ରଯୋଜନା କରିଛନ୍ତି।

Advertisment "ଦଣ୍ଡକାଳୀ"  ବି ସେପ୍ଟେମ୍ବର ୧୧ ତାରଖରେ ମୁକ୍ତିଲାଭ କରିଛି।

ଏହି ସିନେମାରେ ମହାଶ୍ବେତା, ସୂର୍ଯ୍ୟମୟୀ,  ସିଦ୍ଧାନ୍ତ, ଉଷସୀ ମିଶ୍ର, ଏଲି ପାଢ଼ୀ, କେ କେ,  ଜୟପ୍ରକାଶ ଦାସ, ଅମର, ତୃପ୍ତି ମୀରାମ୍ବିକା, ଶିଶୁ କଳାକାର ମାଙ୍କେ ପ୍ରମୁଖ ଅଭିନୟ କରିଛନ୍ତି।

ଏହାର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଦିଲୀପ ଚୌଧୁରୀ।

ରାଜଶ୍ରୀ ସିନେକ୍ରାପ୍ଟ ବ୍ୟାନରରେ ନିର୍ମିତ "ଦଣ୍ଡକାଳୀ" ର ନିର୍ଦ୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ।

ପ୍ରେମ ଆନନ୍ଦ ଏହାର ସଙ୍ଗୀତକାର।

ଏଣେ ସେପ୍ଟେମ୍ବର ୧୩ ତାରଖରେ ପରଦାକୁ ଆସିଛି ନୂଆ ପ୍ରେମ କାହାଣୀ ସମ୍ବଳିତ ସିନେମା "ଯଦି"।

କାଜଲ ରାୟଙ୍କ ପ୍ରଯୋଜିତ ତଥା ଦିବ୍ୟଜିତ ଉଦୟସିଂହଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଶୈଳେନ୍ଦ୍ର, ପ୍ରିୟମ୍ବଦା, ଆକାଶ ହୋତା, ଭକ୍ତିରଂଜନ, ସୁଶାନ୍ତ ଦାସମହାପାତ୍ର, ରବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ରାନି ସାମଲ, ବାଳକୃଷ୍ଣ ନାୟକ ଓ ସୁଶ୍ରୀ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି।

ରୁଦ୍ରକାନ୍ତ ସିଂ ଏହାର ସିନେମାଟୋଗ୍ରାଫର୍ ଓ ସୋମେଶ ଶତପଥୀ ସଙ୍ଗୀତକାର।

ସଫଳତାକୁ ନେଇ ଆଶାବାଦୀ ତିନିଟିଯାକ ଛବି ଭିନ୍ନ ଭିନ୍ନ ସ୍ବାଦର ହୋଇଥିବା ହେତୁ ସମସ୍ତ ପ୍ରଯୋଜକ ସଫଳତାକୁ ନେଇ ଆଶାବାଦୀ ଅଛନ୍ତି।

Theft : ଏସ୍‌ପିଙ୍କ ବାସଭବନ ନିକଟରେ ଘରୁ ଚୋରି, ୨୫ ଲକ୍ଷ ଟଙ୍କାର ପାଟ ଶାଢ଼ୀ ସହ ନଗଦ ଓ ରୂପା ସାମଗ୍ରୀ ଚୋରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)