Gajapati Waterfall Attracts: ଅସୁରକ୍ଷିତ ମାଙ୍କଡ଼ଡିଆଁ ଜଳ ପ୍ରପାତ; ବିକାଶ ଅଧାପନ୍ତରିଆ, ଅସନ୍ତୋଷ ପର୍ଯ୍ୟଟକ
ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ଭରପୂର ମାଙ୍କଡ଼ଡିଆଁ ଜଳପ୍ରପାତ ।
ପାହାଡ଼ର ବୁକୁ ଚିରି ପ୍ରାୟ ୧୫୦ ଫୁଟ ଉଚ୍ଚତାରୁ ଖସୁଥିବା ଜଳରାଶି ପର୍ଯ୍ୟଟକଙ୍କୁ ଯେତିକି ଆକର୍ଷିତ କରୁଛି, ଏହାର ଅସୁରକ୍ଷିତ ପରିବେଶ ସେତିକି ଭୟଭୀତ କରୁଛି ।
ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୨ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି ନିର୍ମାଣ କାର୍ଯ୍ୟ ।
ଫଳରେ ବିପଦକୁ ସାଥୀ କରି ଜଳପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ପର୍ଯ୍ୟଟକ ।
Advertisment ଯୁଆଡ଼େ ଦେଖିବେ ସବୁଜିମାର ଚାଦର ।
ପାହାଡ଼ ପର୍ବତ ମଧ୍ୟରୁ ଝରି ଆସୁଛି ଜଳରାଶି ।
ପ୍ରାୟ ୧୫୦ ଫୁଟ ଉଚ୍ଚତାରୁ ତଳକୁ ଖସୁଥିବା ଜଳଧାରା ସୃଷ୍ଟି କରୁଛି ମନୋରମ ଦୃଶ୍ୟ ।
ଝରଣାର କୁଳୁକୁଳୁ ଶବ୍ଦ ସାଙ୍ଗକୁ ପ୍ରକୃତିର ଅପୂର୍ବ ଶୋଭା ।
ଯାହାକୁ ଉପଭୋଗ କରିବା ପାଇଁ ଏଠାକୁ ଛୁଟି ଆସୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ।
ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ୍ ଶିଆଳିଲଟି ପଞ୍ଚାୟତରେ ରହିଛି ମାଙ୍କଡ଼ଡିଆଁ ଜଳପ୍ରପାତ ।
ବାରନାଳି, ବାଘମରା ଓ ବଡ଼ନାଳର ଜଳଧାରା ମିଶି ସୃଷ୍ଟି କରିଛି ଏହି ସୁନ୍ଦର ଜଳପ୍ରପାତ।
ପ୍ରକୃତିର ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ ଏହାର ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।
କାରଣ ଏଠାକୁ ଆସିବା ଯେତିକି ସହଜ ନୁହେଁ, ଜଳପ୍ରପାତର ନିକଟକୁ ଯିବା ତାଠାରୁ ଅଧିକ ବିପଦପୂର୍ଣ୍ଣ।
ସୁରକ୍ଷିତ ରାସ୍ତା, ଆବଶ୍ୟକ ସତର୍କତା ବ୍ୟବସ୍ଥା ନାହିଁ କି ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ମଧ୍ୟ ନଥିବା ଅଭିଯୋଗ ହୋଇଛି।
ସୌନ୍ଦର୍ଯ୍ୟର ଆକର୍ଷଣରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନ ଏବେ ଚିନ୍ତାର କାରଣ ପାଲଟିଛି।
Advertisment କେବଳ ଅସୁରକ୍ଷିତ ରାସ୍ତା ନୁହେଁ, ବିକାଶ କାର୍ଯ୍ୟର ମନ୍ଥର ଗତି ମଧ୍ୟ ପର୍ଯ୍ୟଟକଙ୍କ ଅସନ୍ତୋଷକୁ ବଢ଼ାଇଛି ।
ଏହାର ବିକାଶ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଞ୍ଜୁର ହୋଇଥିଲା ୨କୋଟି ୪୨ ଲକ୍ଷ ଟଙ୍କା ।
ଏଥିରେ ପାହାଚ ନିର୍ମାଣ, ପର୍ଯ୍ୟଟକଙ୍କ ବସିବା ପାଇଁ ପିଣ୍ଡି, ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ କରାଯିବାର ଥିଲା ।
ହେଲେ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଥିବାରୁ ଏହାର ସୁଫଳ ପାଇପାରୁ ନାହାନ୍ତି ପର୍ଯ୍ୟଟକ ।
ସେପଟେ ଜିଲ୍ଲା ପ୍ରଶାସନ କହିଛି, ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହେଉଛି।
ନିକଟରେ ପର୍ଯ୍ୟଟନ ସଚିବ ପରିଦର୍ଶନ କରିବା ସହ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି।
ଖୁବଶୀଘ୍ର ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ।
ପ୍ରକୃତିର ଏହି ଅମୂଲ୍ୟ ସମ୍ପଦକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ହେଲେ କେବଳ ଅର୍ଥ ମଞ୍ଜୁର କରିଦେଲେ ହେବ ନାହିଁ, ଏହାର ସଠିକ୍ ବିନିଯୋଗ ଓ ପର୍ଯ୍ୟଟକଙ୍କ ସୁରକ୍ଷା ସବୁଠୁ ଗୁରୁତ୍ବପୂର୍ଣ୍ଣ।
ତେଣୁ ଅଧପନ୍ତରିଆ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ସହ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଜରୁରୀ ହୋଇଛି।
ଅସୁରକ୍ଷିତ ମାଙ୍କଡ଼ଡିଆଁ ଜଳପ୍ରପାତ ବିକାଶ ଅଧାପନ୍ତରିଆ, ଅସନ୍ତୋଷ ପର୍ଯ୍ୟଟକ ସୌନ୍ଦର୍ଯ୍ୟ ଯେତିକି, ବିପଦ ସେତିକି ୨.୪୨ କୋଟି ମଞ୍ଜୁର, ବିକାଶ ଅଧାପନ୍ତରିଆ କେବେ ବଦଳିବ ଗଜପତି ଜିଲ୍ଲା ମାଙ୍କଡ଼ଡିଆଁର ଭାଗ୍ୟ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
