Gadadhar murder case: ୨୦୧୪ ମସିହାର ବହୁଚର୍ଚ୍ଚିତ ଗଦାଧର ହତ୍ୟା ମାମଲା: ୧୨ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ

Nov 07, 2026 - 06:57
Gadadhar murder case: ୨୦୧୪ ମସିହାର ବହୁଚର୍ଚ୍ଚିତ ଗଦାଧର ହତ୍ୟା ମାମଲା: ୧୨ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ

ଭୁବନେଶ୍ୱର: ୨୦୧୪ ମସିହାରେ ନୂଆପଲ୍ଲୀ ଥାନା ଅଞ୍ଚଳରେ ଘଟିଥିଲା ଏକ ବୀଭତ୍ସ ହତ୍ୟାକାଣ୍ଡ ।

ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଗଦାଧର ବେହେରାଙ୍କୁ ରଡ୍‌ରେ ପିଟିବା ସହ ଗଳାକାଟି ହତ୍ୟା କରିବା ପରେ ଦୁର୍ବୃତ୍ତମା‌ନେ ମୃତଦେହକୁ ଅଖାରେ ପୂରାଇ ନିଆଳି ମାଧବ ଗାଁରେ ପୋତି ଦେଇଥିଲେ।

ଅବୈଧ ପ୍ରେମ ବ୍ୟାପାରକୁ ନେଇ ଘଟିଥିବା‌ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡ ବେଶି ଦିନ ଲୁଚି ପାରିନଥିଲା।

ସପ୍ତାହକ ଭିତରେ ନୂଆପଲ୍ଲୀ ଥାନା ପୁଲିସ ମୃତଦେହ ଠାବ କରିବା ସହ ମୁଖ୍ୟ ଅଭିଯୁକ୍ତ ବିଶ୍ବକଲ୍ୟାଣ ପଶୁପାଳକ, ସହଯୋଗୀ ଛବି ମଳିକ ଓ ବଳରାମ ପାଢ଼ୀକୁ ଗିରଫ କରିଥିଲା।

କିନ୍ତୁ ହତ୍ୟାକାଣ୍ଡରେ ସିଧାସଳଖ ସମ୍ପୃକ୍ତ ଥିବା ଅଭିଯୁକ୍ତ ସଞ୍ଜୟ ପଲେଇ ଓରଫ ସଞ୍ଜୁ ଫେରାର ହୋଇଯାଇଥିଲା।

୧୨ବର୍ଷ ପରେ କଟକ ନିଆଳିସ୍ଥିତ ମାଧବ ଗ୍ରାମରୁ ପୁଲିସ ସଞ୍ଜୁକୁ ଗିରଫ କରିଛି।

ଦୀପାବଳି ପାଇଁ କେରଳରୁ ଗାଁକୁ ଫେରିଥିବା ସଞ୍ଜୁ ନୂଆପଲ୍ଲୀ ଥାନା ପୁଲିସ ଜାଲରେ ପଡ଼ିଛି।

ଗତକାଲି ରାତିରେ ପୁଲିସ ଟିମ୍‌ ତାକୁ ତା' ଘରୁ ଉଠାଇ ଆଣି ଆଜି କୋର୍ଟ ଚାଲାଣ କରିଛି।

ଏହି ମାମଲାରେ ସମ୍ପୃକ୍ତ ପିତନ ଭୋଇ ଏବେ ବି ଫେରାର ଅଛି।

Advertisment Pollution: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସ୍ଥାନ ଭାରତରେ, ଶୀର୍ଷ ୧୦ରେ ନାହିଁ ଦିଲ୍ଲୀ ଦୀପାବଳି ପାଇଁ କେରଳରୁ ଗାଁକୁ ଆସିଥିଲା ହତ୍ୟାର ଶିକାର ହୋଇଥିବା ଗଦାଧର ସେହି ଘରୋଇ ସଂସ୍ଥାରେ ଅଫିସ୍ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ ଏବଂ ସଂସ୍ଥା ପରିସରରେ ସସ୍ତ୍ରୀକ ରହୁଥିଲେ।

ଉକ୍ତ ସଂସ୍ଥାର ସୁରକ୍ଷାକର୍ମୀ ବିଶ୍ୱକଲ୍ୟାଣ ସହ ଗଦାଧରଙ୍କ ପତ୍ନୀର ଅନୈତିକ ସମ୍ପର୍କ ଥିଲା।

ସେମାନଙ୍କ ଲୁଚାଛପା ପ୍ରେମ ଗଦାଧରଙ୍କ ନଜରକୁ ଆସିବା ପରେ ସେ ପତ୍ନୀଙ୍କୁ ବାପଘରକୁ ପଠାଇଦେବା ସହ ବିଶ୍ବକଲ୍ୟାଣଙ୍କୁ ତାଗିଦ କରିଥିଲେ।

ପ୍ରେମିକାଙ୍କୁ ହରାଇ ବିଶ୍ବକଲ୍ୟାଣ ରାଗରେ ଜଳିଉଠିଥିଲା ଏବଂ ଗଦାଧରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା।

୨୦୧୪ ଜାନୁଆରି ୧୭ତାରିଖ ବିଳମ୍ବିତ ରାତିରେ ବିଶ୍ବକଲ୍ୟାଣ, ସଞ୍ଜୁ ଓ ପିତନ ବିଭିନ୍ନ ମାରଣାସ୍ତ୍ର ଧରି ଗଦାଧର ରହୁଥିବା କ୍ବାର୍ଟର୍ସରେ ପଶିଥିଲେ।

ଶୋଇଥିବା ଅବସ୍ଥାରେ ସେମାନେ ଗଦାଧରଙ୍କ ମୁଣ୍ଡକୁ ଲୁହାରଡ୍‌ରେ ପିଟିବା ସହ ଛୁରିରେ ଗଳା କାଟି ଦେଇଥିଲେ।

ଏହାପରେ ସେମାନେ ମୃତଦେହକୁ ଅଖାରେ ଭର୍ତ୍ତି କରି ଛବି ମଳିକର କାର୍‌ରେ ନେଇ ନିଆଳି ମାଧବ ଗାଁକୁ ଯାଇଥିଲେ।

Neglect: ଭୂମିପୂଜାରେ ଅଟକିଛି ଜନଜାତି ଓ ଆଦିବାସୀ ସଂସ୍କୃତି ଭବନ, ୧୦କୋଟି ପଡ଼ି ରହିଛି ରାତାରାତି ସେମାନେ ବିଶ୍ବକଲ୍ୟାଣ ଘର ପଛପଟେ ମୃତଦେହକୁ ପୋତି ଦେଇଥିଲେ।

ପରଦିନ ଅର୍ଥାତ୍‌ ୧୮ ତାରିଖ ଦିନସାରା ଗଦାଧରଙ୍କ ମୋବାଇଲ୍‌ ସୁଇଚ୍‌ଅଫ୍‌ ଥିବାରୁ ପରିବାର ଲୋକେ କୌଣସି ଅଘଟଣ ଘଟିଥିବା ସନ୍ଦେହ କରି ନୂଆପଲ୍ଲୀ ଥାନାରେ ନିଖୋଜ ଅଭିଯୋଗ କରିଥିଲେ।

ପୁଲିସ ଗଦାଧରଙ୍କ କ୍ବାର୍ଟର୍ସରେ ଛାନ୍‌ଭିନ କରିବା ଭିତରେ କାନ୍ଥର ଏକ ଜାଗାରେ ରକ୍ତଛିଟା ଦେଖିବାକୁ ପାଇଥିଲା।

ତେଣୁ ତାଙ୍କୁ ହତ୍ୟା କିମ୍ବା ଅପହରଣ କରାଯାିଥିବା ସନ୍ଦେହ କରି ପୁଲିସ ତଦନ୍ତ ଆଗେଇଥିଲା।

ଗଦାଧରଙ୍କ ପରିବାର ଲୋକଙ୍କ ସୂଚନା ଆଧାରରେ ପୁଲିସ ବିଶ୍ବକଲ୍ୟାଣକୁ ଟାର୍ଗେଟ୍‌ କରିଥିଲା ଏବଂ ଶେଷରେ ସେ ସବୁ ସତ ମାନିଯାଇଥିଲା।

ଜାନୁଆରି ୨୧ ତାରିଖ ଦିନ ଗଦାଧରଙ୍କ ମୃତଦେହକୁ ମାଟି ତଳୁ ବାହାର କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)