FSSAI Tightens Rules: 'ଏନର୍ଜି ଡ୍ରିଙ୍କ୍' ଶବ୍ଦ ଉପରେ କଟକଣା! FSSAI'ର ବଡ଼ ନିଷ୍ପତ୍ତି
ପେପ୍ସି, ରେଡ୍ ବୁଲ୍, ମୋନ୍ଷ୍ଟର, ହେଲ୍ ଏବଂ ରିଲାଏନ୍ସ ଭଳି ବଡ଼ ବଡ଼ ବ୍ରାଣ୍ଡ୍ଗୁଡ଼ିକୁ FSSAI ଝଟ୍କା। ପାନୀୟ ବୋତଲରୁ 'ଏନର୍ଜି ଡ୍ରିଙ୍କ୍' ଲେବୁଲ୍ ହଟାଇବା ପାଇଁ ଦିଆଯାଇଛି ୯୦ ଦିନର ମହଲତ।
ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ସ୍ପଷ୍ଟ କରିଛି ଯେ ଭାରତରେ 'ଏନର୍ଜି ଡ୍ରିଙ୍କ୍' ପାଇଁ କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ନାହିଁ। "ଶରୀର ଓ ମନକୁ ଫ୍ରେଶ୍ କରେ" କିମ୍ବା "ଦୁର୍ବଳତା ଦୂର କରେ" ଭଳି ଦାବି ଗ୍ରାହକଙ୍କୁ ଭ୍ରମିତ କରୁଥିବାରୁ ଏହାକୁ ବ୍ୟାନ୍ କରାଯାଇଛି।
କମ୍ପାନୀଗୁଡ଼ିକର ଆପତ୍ତି ସତ୍ତ୍ୱେ FSSAI ସିଇଓ ରଜିତ୍ ପୁନ୍ହାନୀ ଏହି ନିୟମ ପାଳନ ପାଇଁ ୯୦ ଦିନର ସମୟ ସୀମା ଧାର୍ଯ୍ୟ କରିଛନ୍ତି। ରାଜସ୍ଥାନରେ ଏହି ଅଭିଯାନ ଆରମ୍ଭ ହୋଇସାରିଛି, ଯେଉଁଠାରେ ହଜାର ହଜାର ବୋତଲ ଷ୍ଟିଙ୍ଗ୍, କ୍ୟାମ୍ପା ଏନର୍ଜି ଓ ରେଡ୍ ବୁଲ୍ ଜବତ କରାଯିବା ସହ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ ବି ଏହି ନାମରେ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।
"କମ୍ପାନୀଗୁଡ଼ିକ ଏହି ନିଷ୍ପତ୍ତିକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି, ତେବେ ବର୍ତ୍ତମାନ ପାଇଁ ସେମାନେ FSSAI ର ଏହି ନୂଆ ନିୟମ ମାନିବାକୁ ସମ୍ମତି ପ୍ରକାଶ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।