Heavy Rain Alert: ବର୍ଷା ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର, ଜିଲ୍ଲା ପ୍ରଶାସନକୁ ଆଲର୍ଟ

Jul 27, 2026 - 17:13
Heavy Rain Alert: ବର୍ଷା ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର, ଜିଲ୍ଲା ପ୍ରଶାସନକୁ ଆଲର୍ଟ

ରାଜ୍ୟରେ ବର୍ଷା ବିତ୍ପାତକୁ ନେଇ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୈଠକ। ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ। ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ଥାନାନ୍ତର ହେଲେ ରନ୍ଧା ଖାଦ୍ୟ, ଜରି ପାଲ ବ୍ୟବସ୍ଥା ସହ ଓଡ୍ରାଫ୍, ଅଗ୍ନିଶମ ବିଭାଗକୁ ଆଲର୍ଟ କରାଯାଇଛି। ଆସନ୍ତାକାଲି ସଂଧ୍ୟା ଯାଏଁ ସତର୍କ ରହିବାକୁ ହେବ। ଉପର ମୁଣ୍ଡରେ ବର୍ଷା ହେଲେ ନଦୀରେ ବନ୍ୟା ଆସେ। ଯେହେତୁ ଉପର ମୁଣ୍ଡରେ ବର୍ଷା ନାହିଁ ତେଣୁ ସେ ଆଶଙ୍କା ନାହିଁ। 

ଫ୍ଲାସ ଫ୍ଲଡ ପାଇଁ ମୋଟର ପମ୍ପ ନେଇ ଆଲର୍ଟ କରାଯାଇଛି। ପୌର ଏବଂ ପଞ୍ଚାୟତକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନରେ ବସିଥିବା ବୈଠକରେ SRC ଓ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଭିସିରେ ଯୋଡ଼ି ହୋଇଥିଲେ କେନ୍ଦ୍ରାପଡ଼ା, ଜଗତସିଂପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାପାଳ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।