Plastic Currency Trial Approved: ଦେଶରେ ଚାଲିବ ପ୍ଲାଷ୍ଟିକ୍ ନୋଟ୍, ପରୀକ୍ଷାମୂଳକ ଭାବେ ଏତିକି କୋଟି ଛାପିବ RBI

Jul 27, 2026 - 17:33
Plastic Currency Trial Approved: ଦେଶରେ ଚାଲିବ ପ୍ଲାଷ୍ଟିକ୍ ନୋଟ୍, ପରୀକ୍ଷାମୂଳକ ଭାବେ ଏତିକି କୋଟି ଛାପିବ RBI

ଦେଶରେ ଖୁବଶୀଘ୍ର ପ୍ରଚଳନ କରିପାରେ ପ୍ଲାଷ୍ଟିକ୍ ନୋଟ୍। ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ପରୀକ୍ଷାମୂଳକ ଭାବେ ଜାରି କରିବାକୁ ରିଜର୍ଭ ବ୍ୟାଙ୍କର ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୂଲ୍ୟର ୧୦୦ କୋଟି ଲେଖାଏ ପଲିମର୍ ନୋଟ୍ ବଜାରକୁ ଛାଡ଼ିବା ପାଇଁ ଅନୁମତି ମିଳିଛି। ଲୋକସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କ କହିଛି, ଭାରତୀୟ ପରିସ୍ଥିତିରେ ଏହି ନୋଟ୍‌ର ସ୍ଥାୟୀତ୍ୱ ଓ ବ୍ୟବହାରିକତା ଯାଞ୍ଚ କରିବା ପାଇଁ ଏହି ପରୀକ୍ଷା କରାଯିବ। ପରୀକ୍ଷା ସଫଳ ହେଲେ ହିଁ ବ୍ୟାପକ ଭାବେ ଏହାକୁ ପ୍ରଚଳନ କରିବା ଉପରେ ନିଷ୍ପତ୍ତି ନିଆଯିବ।

RBIର ମତରେ, ପଲିମର ନୋଟ୍ ସାଧାରଣ କାଗଜ ନୋଟ୍‌ଠାରୁ ଅଧିକ ମଜବୁତ ଏବଂ ଦୀର୍ଘ ସମୟ ବ୍ୟବହାରଯୋଗ୍ୟ। ତେବେ ସରକାର ସ୍ପଷ୍ଟ କରିଛନ୍ତି, କାଗଜ ନୋଟ୍ ବନ୍ଦ କରିବାର କୌଣସି ଯୋଜନା ନାହିଁ। ପଲିମର ନୋଟ୍ ବର୍ତ୍ତମାନର କାଗଜ ନୋଟ୍ ସହ ସମାନ୍ତରାଳ ଭାବେ ପ୍ରଚଳନରେ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।